ରାଞ୍ଚି ଟେଷ୍ଟରେ ବାଦ ପଡ଼ିପାରନ୍ତି ଯଶପ୍ରିତ ବୁମରା...ଜାଣନ୍ତୁ କାହିଁକି?
by Argus News
Mon, Feb 19 | 7:15 p.m.

ଅର୍ଗସ ବ୍ୟୁରୋ: କାଲିର ମ୍ୟାଚ ସତରେ ଏକ୍ସାଇଟିଂ ଥିଲା। ଭାରତୀୟ ଟିମ ପ୍ଲେୟରଙ୍କ ଜବରଦସ୍ତ ରନ ବର୍ଷା ମ୍ୟାଚକୁ ଜିତାଇଥିଲା। ରାଜକୋଟରେ ଇଂଲଣ୍ଡକୁ ୪୩୪ ରନରେ ମାତ୍ ଦେଇ ଟିମ୍ ଇଣ୍ଡିଆ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଏବେ ୨-୧ରେ ଆଗୁଆ ରହିଛି । ତେବେ ଏହି ମହାବିଜୟ ହାସଲ କରିବା ପରେ ରାଞ୍ଚିରେ ଭାରତ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳିବ । ତେବେ ରାଞ୍ଚି ଟେଷ୍ଟରେ ଯଶପ୍ରୀତ ବୁମରା ଖେଳିନପାରନ୍ତି। ବୁମରାଙ୍କ ସ୍ଥାନରେ ମୁକେଶ କୁମାର ନଚେତ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ । ତେବେ ସିରିଜର ଶେଷ ମ୍ୟାଚରେ ଯଶପ୍ରୀତ ବୁମରା ପୁଣିଥରେ ଟିମକୁ କମବ୍ୟାକ୍ କରିପାରନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ଯଶପ୍ରିତ ବୁମରା ରାଜକୋଟରୁ ରାଞ୍ଚି ନଯାଇ ସିଧା ଅହମ୍ମଦାବାଦ ଯିବେ। ଯଶପ୍ରୀତ ବୁମରାଙ୍କୁ କିଛି ଦିନ ବିଶ୍ରାମ ଦେବାକୁ ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଚଳିତ ସିରିଜରେ ବୁମରା ଏବେ ପର୍ଯ୍ୟନ୍ତ ୮୧ ଓଭର ବୋଲି ଭାରତ ପକ୍ଷରୁ ସର୍ବାଧିକ ୧୭ଟି ୱିକେଟ ହାସଲ କରିଛନ୍ତି । ବୁମରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଅନ୍ୟ କୌଣସି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇନାହିଁ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ