ମୃତ୍ୟୁକୁ ଚକମା ଦେଲେ ଯୁବକ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
by Argus News
Sat, Dec 09 | 10:53 a.m.

ଅର୍ଗସ ବ୍ୟୁରୋ: ଏମିତି ଅନେକ ଥର ହୋଇଥିବା ଆମେ ବଡ଼ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା। ଏହା ଆମେ କହିପାରିବା ଆମ ଭାଗ୍ୟ ଆମ ସାଥୀରେ ରହିଛି। ଏମିତି ଜଣେ ବ୍ୟକ୍ତିଙ୍କ କଥା କହୁଛୁ ଯିଏ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସେହି ବ୍ୟକ୍ତିଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତି ଜଣଙ୍କ ସକାଳୁ ସକାଳୁ ଏକ ବ୍ୟାଗ ଧରି ଜଙ୍ଗଲ ରାସ୍ତାରେ ଚାଲି ଚାଲି ଯାଉଛନ୍ତି। ହଠାତ କେଉଁଆଡୁ ଏକ ବାଘ ରାସ୍ତା ପାର କରୁଛି। ବାଘଟି ବ୍ୟକ୍ତିଙ୍କର ଏତେ ପାଖରୁ ଯାଉଛି। ଦେଖିଲେ ଛାତି ଥରି ଉଠିବ। କିନ୍ତୁ ବ୍ୟକ୍ତି ଜଣଙ୍କ ସାହସର ସହିତ ପରିସ୍ଥିତିର ସାମ୍ନା କରିଛନ୍ତି। ଆଉ ବାଘ ମୁହଁରୁ ରକ୍ଷା ପାଇଯାଇଛନ୍ତି। ନଚେତ କିଛି ବି ହୋଇପାରିଥାନ୍ତା। ଉକ୍ତ ବ୍ୟକ୍ତି ଜଣଙ୍କ ଜିମ କର୍ବେଟ ଜାତୀୟ ଉଦ୍ୟାନ ନିକଟସ୍ଥ ଜଙ୍ଗଲ ରାସ୍ତା ଦେଇ ଯିବାବେଳେ ଏଭଳି ଅଘଟଣ ଘଟିଥିଲା। 

 

ବ୍ୟକ୍ତି ଜଣଙ୍କ ବାଘଟିକୁ ଦେଖି ତୁରନ୍ତ ପଛକୁ ପଳାଇ ଆସିଛନ୍ତି। ବାଘଟି ଆକ୍ରମଣାତ୍ମକ ନ ହୋଇ ରାସ୍ତାର ଏକ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଯାଉଥିବାର ଏକ ଭିଡିଓରେ ଦେଖାଯାଇଛି। ଆମେ କହିପାରିବା ଯେ, ବ୍ୟକ୍ତି ଜଣକ ସତରେ ଭାଗ୍ୟବାନ। ନିଜ ମୃତ୍ୟୁକୁ ଜୟ କରିଛନ୍ତି।  ନ ହେଲେ କିଛି ବି ହୋଇ ପାରିଥାନ୍ତା। ଆମେ ନିଶ୍ଚିତ କହିପାରିବା କି ରଖେ ହରି ତ ମାରେ କିଏ।

ଭାରତୀୟ ବନ ସେବା ଅଧିକାରୀ ପରବିନ କାଶଓ୍ବାନ ଏକ୍ସରେ ଏହି ଛାତିଥରା ଦୃଶ୍ୟର ଭିଡିଓ ଶେୟାର କରିଛନ୍ତି। ଆଉ କ୍ୟାପଶନରେ ଲେଖିଛନ୍ତି ବାଘ ମୁହଁରୁ ବର୍ତ୍ତିଥିବା ସବୁଠୁ ଭାଗ୍ୟଶାଳୀ ବ୍ୟକ୍ତି କହିଲେ ଅତ୍ୟକ୍ତି ହେବନି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ