ବିବାହ ପୂର୍ବରୁ ଲିଭଇନ୍‌ରେ ରହିବାକୁ ପରାମର୍ଶ ଦେଲେ ଜିନତ୍ ଅମନ୍
by Argus News
Wed, Apr 10 | 8:57 p.m.

ଅର୍ଗସ ବ୍ୟୁରୋ: ବିବାହକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଆଶା ଓ ଆଶଙ୍କା ସବୁବେଳେ ଦେଖା ଦେଉଛି । ବର୍ତ୍ତମାନର ଯୁବପିଢ଼ି ବିବାହ ନାମକ ବନ୍ଧନରେ ବାନ୍ଧି ହେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଅନେକ କ୍ଷେତ୍ରରେ ଏହା ଛାଡ଼ପତ୍ରରେ ଯାଇ ଶେଷ ହେଉଛି । ଏହି ସମସ୍ୟାର ସମାଧାନ କରିବାକୁ ଯାଇ ବଲିଉଡର ଭେଟେରାନ ଅଭିନେତ୍ରୀ ଜିନତ୍ ଅମନ କହିଛନ୍ତି, ବିବାହ ପୂର୍ବରୁ ସମସ୍ତେ ଲିଭଇନରେ ରହିବା ଆବଶ୍ୟକ ।

 

View this post on Instagram

A post shared by Zeenat Aman (@thezeenataman)

ଏପରି କରିବା ଦ୍ୱାରା ଅପର ପାର୍ଶ୍ୱର ବ୍ୟକ୍ତିକୁ ଜାଣି ହେବ । ଫଳରେ ଛାଡ଼ପତ୍ରର ସଂଖ୍ୟା ମଧ୍ୟ କମିଯିବ । ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏପରି ଲେଖିଛନ୍ତି । ଲିଭଇନରେ ରହିବା ଦ୍ୱାରା ବ୍ୟକ୍ତିର ପସନ୍ଦ-ଅପସନ୍ଦ ଜାଣିହେବ । ଫଳରେ ସେମାନେ ବିବାହ ପାଇଁ ଠିକ କି ନାହିଁ ତାହା ମଧ୍ୟ ଜାଣିପାରିବେ ।
ଫ୍ୟାନଙ୍କ ମଧ୍ୟରେ ଜିନତଙ୍କର ଏହି ପୋଷ୍ଟଟି ଲୋକପ୍ରିୟ ମଧ୍ୟ ହୋଇପାରିଛି । ଅନେକ ଏହାର ପକ୍ଷରେ ଲେଖିଥିବା ବେଳେ ଆଉ କେତେକ ଏହାକୁ ବିରୋଧ କରିଛନ୍ତି। ଏହା ସମାଜରେ ଅପସଂସ୍କୃତି ବଢ଼ାଇବ ବୋଲି କେତେକ ମତବ୍ୟକ୍ତ କରିଛନ୍ତି । ବିବାହକୁ ନେଇ ଜଣେ ଫ୍ୟାନ ପଚାରିଥିବା ଉତ୍ତରରେ ସେ ଏପରି କହିଛନ୍ତି।

ଏହା ମୋର ବ୍ୟକ୍ତିଗତ ମତ । ବିବାହକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ମୁଁ ଦୃଢ଼ ଭାବରେ ଏହା ପରାମର୍ଶ ଦେବି ଯେ, ଆପଣ ବିବାହ ପୂର୍ବରୁ ଏକାଠି ରୁହନ୍ତୁ । ଜଣେ ମାଆ ଭାବରେ ସେ ଏହା ନିଜ ପୁଅମାନଙ୍କୁ ମଧ୍ୟ କହିଥିବା କଥା ଲେଖିଛନ୍ତି । ନିଜର ଯୁକ୍ତିକୁ ଉପସ୍ଥାପନ କରିବାକୁ ଯାଇ ଜିନତ୍ କହିଛନ୍ତି ଯେ, ଦୁଇ ଜଣ ଲୋକଙ୍କ ସହ ସେମାନଙ୍କ ପରିବାର, ସମାଜରେ ଜଡିତ ହେବା ପୂର୍ବରୁ ପ୍ରଥମେ ନିଜ ନିଜକୁ ଚିହ୍ନିବା ଆବଶ୍ୟକ। ଏଣୁ ବିବାହ ପୂର୍ବରୁ ଲିଭଇନରେ ରହିବା ନିହାତି ଆବଶ୍ୟକ ବୋଲି ସେ ଇନଷ୍ଟାରେ ଏକ ଷ୍ଟୋରୀରେ ଲେଖିଛନ୍ତି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

EMPLOYEES
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ