Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ବଦଳିଲା ପାଗ : ଘୋଟି ଆସିଲା କଳାହାଣ୍ଡିଆ ମେଘ

Jitendra Dash
Browse all articles by Jitendra Dash
·2 years ago·1 min read
ବଦଳିଲା ପାଗ : ଘୋଟି ଆସିଲା କଳାହାଣ୍ଡିଆ ମେଘ

ଅର୍ଗସ ବ୍ୟୁରୋ : ବଦଳିଲା ପାଗ । କଟକରେ ପ୍ରବଳ ବର୍ଷା । ଏପଟେ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ଦିନ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ଝଡ ତୋଫାନ ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୩୦ରୁ ୪୦ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ ପାଣିପାଗ ଖବର

ଆସନ୍ତାକାଲି ଠାରୁ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ । ବର୍ଷା କାରଣରୁ ସମଗ୍ର ଓଡ଼ିଶାରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୬ ଜିଲ୍ଲାକୁ ବର୍ଷା ନେଇ ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ୫ ଦିନ ପାଇଁ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar weather update | Argus News