Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

୨୭ ଯାଏଁ ତାତିରୁ ନାହିଁ ନିସ୍ତାର

Jitendra Dash
Browse all articles by Jitendra Dash
·2 years ago·1 min read
୨୭ ଯାଏଁ ତାତିରୁ ନାହିଁ ନିସ୍ତାର

ଅର୍ଗସ ବ୍ୟୁରୋ : ୨୭ ଯାଏଁ ତାତିରୁ ନାହିଁ ନିସ୍ତାର । ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବ । ଗତକାଲି ଭୁବନେଶ୍ବର ତାପମାତ୍ରା ସର୍ବାଧିକ ୪୩.୮ ଡିଗ୍ରୀ ରେକର୍ଡ ହୋଇଛି । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ଅତିଷ୍ଠ ହେଲେଣି ଲୋକେ । ପାଣିପାଗ ବିଭାଗର ଆକଳନ ଆହୁରି ୩ ଦିନ ଖରାରୁ ମିଳିବନି ନିସ୍ତାର । 

ଅଧିକ ପଢନ୍ତୁ ଓଡିଶା ଖବର

ଉତ୍ତର ଓ ଉପକୂଳରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୬ ଓ ୨୭ରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ଗମ୍ଭୀର ହେବ । ୨୬ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହା ସହ ୨୭ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bhubaneswar weather update | Argus News