Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ଭିଜାଇଲା କାଳବୈଶାଖୀ ବର୍ଷା, ତାତିରୁ ମିଳିଲା ଆଶ୍ବସ୍ତି

Jitendra Dash
Browse all articles by Jitendra Dash
·2 years ago·1 min read
ଭିଜାଇଲା କାଳବୈଶାଖୀ ବର୍ଷା, ତାତିରୁ ମିଳିଲା ଆଶ୍ବସ୍ତି

ଅର୍ଗସ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ତାତିରୁ ତ୍ରାହି ମିଳିଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଦେଖାଯାଉନି । ସେହିପରୀ ଅନେକ ସ୍ଥାନରେ ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ୩ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ କମିବା ନେଇ ସମ୍ଭାବନା ରହିଛି । 

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଛି । କେନ୍ଦ୍ରାପଡ଼ାରେ ସର୍ବାଧିକ ୪୨ ମିଲିମିଟର, ଚାନ୍ଦବାଲିରେ ୧୫ ମିଲିମିଟର, କେନ୍ଦୁଝରରେ ୮.୨ ମିଲିମିଟର ଓ ପାରାଦୀପରେ ୦୫. ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ନବରଙ୍ଗପୁରରେ ସର୍ବନିମ୍ନ ୨୫.୫ ଡିଗ୍ରୀ ରେକର୍ଡ କରାଯାଇଛି । ଟିଟିଲାଗଡ ଓ ବଲାଙ୍ଗିରରେ ୧୦ ଡିଗ୍ରି ତାପମାତ୍ରା କମିଥିବା ବେଳେ ଭୁବନେଶ୍ବରରେ ୭.୨ ଡିଗ୍ରି ହ୍ରାସ ପାଇଛି ।  

ଅଧିକ ପଢନ୍ତୁ ପାଣିପାଗ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାଳବୈଶାଖୀ ଯୋଗୁ  ଆଜି ମଧ୍ୟ ତାପମାତ୍ରା କମ ରହିବା ନେଇ ଆକଳନ କରାଯାଇଛି । ଭୁବନେଶ୍ବର ସମେତ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରାରେ ବିଶେଷ ବୃଦ୍ଧି ଘଟିବ ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ଅକଳନ କରିଛି ।

Sponsored
bhubaneswar weather update | Argus News