Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ରାତି ପାହିଲାରୁ ବଢୁଛି ତାତି, ରେକର୍ଡ ଭାଙ୍ଗୁଛି ତାପମାତ୍ରା

Jitendra Dash
Browse all articles by Jitendra Dash
·2 years ago·1 min read
ରାତି ପାହିଲାରୁ ବଢୁଛି ତାତି, ରେକର୍ଡ ଭାଙ୍ଗୁଛି ତାପମାତ୍ରା

ଅର୍ଗସ ବ୍ୟୁରୋ : ରାତି ପାହିଲାରୁ ବଢୁଛି ତାତି । ଆକାଶରୁ ହେଉଛି ନିଆଁ ବର୍ଷା । ଗତକାଲି ବାରିପଦାରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ତାତି । ୪୬.୬ ଡିଗ୍ରୀ ସେଲସିୟସ ସହ ବାରିପଦା ପାଲଟିଲା ବିଶ୍ବର ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର । ବାଲେଶ୍ବରରେ ୪୬ ଡିଗ୍ରୀ ଓ ଭୁବନେଶ୍ବରରେ ୪୫.୪ ଡିଗ୍ରୀ ଛୁଇଁଲା ପାରଦ । ପାଣିପାଗ ବିଭାଗର ସତର୍କ ସୂଚନା । ଆହୁରି ୩ ଦିନ ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ।

ପାଣିପାଗ ସଂସ୍ଥା ଓଗିମେଟ୍‌ ତଥ୍ୟ ଅନୁଯାୟୀ ବିଶ୍ବର ପ୍ରଥମ ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ତିନିଟି ସହର ରହିଛି । ଓମାନର ଜୋବା ୪୯.୨ ସହିତ ବିଶ୍ବର ସବୁଠୁ ଉତ୍ତପ୍ତ ସହର ଥିବା ବେଳେ ବାରିପଦା ଦ୍ବିତୀୟ, ବାଲେଶ୍ବର ତୃତୀୟ ଓ ଭୁବନେଶ୍ବର ଦଶମ ସ୍ଥାନରେ ରହିଛି । 

ଅଧିକ ପଢନ୍ତୁ ପାଣିପାଗ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାରିପଦାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୬.୬ ଡିଗ୍ରିରେ ପହଞ୍ଚିଥିଲା, ଯାହାକି ସର୍ବକାଳୀନ ରେକର୍ଡ । ଆଗରୁ ୨୦୧୦ ଏପ୍ରିଲ ୨୧ରେ ୪୬.୧ ଡିଗ୍ରି ରହିଥିଲା। ସେହିପରି ବାଲେଶ୍ବର ସହରର ତାପମାତ୍ରା ୪୬ ଡିଗ୍ରି ଛୁଇଁବା ସହ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। କାରଣ ୨୦୧୦ ଏପ୍ରିଲ ୨୦ରେ ବାଲେଶ୍ବରର ତାପମାତ୍ରା ୪୫ ଡିଗ୍ରି ରହିଥିଲା । 

Sponsored
bhubaneswar weather update | Argus News