Videos
|
argusnews

ଓଡିଶାର ମିଛୁଆ ରାଧୁଆମାନଙ୍କୁ ନିର୍ବାଚନରେ ଲୋକେ ଏଥର ଜବାବ ଦେବେ

Jitendra Dash
Browse all articles by Jitendra Dash
·2 years ago·2 min read
ଓଡିଶାର ମିଛୁଆ ରାଧୁଆମାନଙ୍କୁ ନିର୍ବାଚନରେ ଲୋକେ ଏଥର ଜବାବ ଦେବେ

ଅର୍ଗସ ବ୍ୟୁରୋ : ଆଜିର କ୍ୟାବିନେଟରେ ହୋଇଥିବା ଘୋଷଣା ସବୁ ପ୍ରମାଣିତ କରୁଛି ଯେ ୨୦୨୪ ନିର୍ବାଚନକୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ବିଜୁ ଜନତା ଦଳ ଡରି ଯାଇଛି । ସାରା ଓଡିଶାରେ ଯେଉଁ ଭଳି ଭାବରେ ସରକାରୀ ବିରୋଧୀ ହାଓା ବୋହୁଛି ତାକୁ ନବିନ ବାବୁ ଯେତେ ପରଦା ଢାଙ୍କିବା ପାଇଁ ଚେଷ୍ଟା କଲେ ବି ଆଉ ସଫଳ ହେବେ ନାହିଁ । ମିଛୁଆ ରାଧୁଆ ଗପର ରାଧୁଆ ଚରିତ୍ର ଉପରେ ଯେମିତି ଗାଁ ଲୋକଙ୍କ ବିଶ୍ୱାସ ତୁଟିଯାଇଥିଲା ସେମିତି ଓଡିଶାର କ୍ୟାବିନେଟ ଘୋଷଣା ଉପରେ ଲୋକଙ୍କ ବିଶ୍ୱାସ ତୁଟିଯାଇଛି । ଆଗରୁ ମିଶନ ଶକ୍ତିର ମହିଳାଙ୍କ ପାଇଁ ସରକାର କ୍ୟାବିନେଟରେ ଘୋଷଣା କରିଥିବା ମିଶନ ଶକ୍ତି ସ୍କୁଟି ଯୋଜନା କୁଆଡେ ଗଲା ? ସ୍କୁଟି ଦେବେ ବୋଲି କହି ଥିଲେ କିନ୍ତୁ ତାହା ନଦେଇ  ସ୍କୁଟି ବଦଳରେ ଦେଉଛନ୍ତି ମାତ୍ର ୧୦୦୦ ଟଙ୍କା । ଓଡିଶାର ମାତୃଶକ୍ତିଙ୍କୁ ଏହି ଧୋକାକୁ ଓଡିଶାର ମା ମାନେ କେବେ ସହିବେ ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ “ନୁଆ ଓ”ରେ ସରକାର ଯେଉଁ ବୃତି ଦେବେ ତାହା ବର୍ଷକୁ ମାତ୍ର ୯ ହଜାର ଟଙ୍କା କାହିଁକି ରଖାଯାଇଛି? ସରକାରଙ୍କ ପାଖରେ ବଳକା ୪୦ ହଜାର କୋଟି ଟଙ୍କାର ରାଜସ୍ୱ ଥିବା ବେଳେ କାହିଁକି ଛାତ୍ରବୃତିରେ ସରକାରଙ୍କ ପାଖରେ ଗରିବ ପିଲାଙ୍କୁ ବୃତି ଦେବା ବେଳକୁ ପଇସା ନାହିଁ । କାହିଁକି ଏହାକୁ ୨୦ ହଜାର ଟଙ୍କା କରାଗଲା ନାହିଁ ? ତା ଛଡା କାଳିଆ ବୃତି ଯୋଜନାରେ ଯେଉଁମାନେ ବୃତି ପାଇଛନ୍ତି ସେମାନଙ୍କୁ କାହିଁକି “ନୁଆ ଓ” ଛାତ୍ରଛାତ୍ରୀ ବୃତିରୁ ବଂଚିତ କରାଗଲା? ସେଥିପାଇଁ ଅନେକ ପିଲା ଏବେ ଛାତ୍ରବୃତି ପାଇବାରୁ ବଂଚିତ ହେବେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିଭଳି ୨୪ ବର୍ଷରେ ଓଡିଶାର ହସ୍ତଶିଳ୍ପ ଓ ବୁଣାକାରଙ୍କ ଜୀବନ ଓ ଜିବିକାକୁ ନଷ୍ଟ କରି ବାହାର ରାଜ୍ୟର ଶିଳ୍ପ ଓ ବୟନକୁ ଆଣି ଓଡିଶାରେ ପ୍ରାଧାନ୍ୟ ଦେଉଥିବା ନବିନ ସରକାର ଏବେ କେବଳ ଭୋଟ ପାଇଁ ସେମାନଙ୍କ ଶରଣ ପଶିଛି । ୨୪ ବର୍ଷର ବିଜେଡି ସରକାରରେ ଏମିତି ଅନେକ କ୍ୟାବିନେଟ ନିଷ୍ପତି ଓଡିଶାର ହସ୍ତଶିଳ୍ପ ଓ ବୁଣାକାରଙ୍କ ପାଇଁ ନିଆଯାଇଛି କିନ୍ତୁ ତାହା କେବଳ କାଗଜ କଲମରେ ସୀମିତ ରହିଯାଇଛି, ଲୋକଙ୍କ ପାଖରେ ପହଂଚିନି କି  ଓଡିଶାର ହସ୍ତଶିଳ୍ପ ଓ ବୁଣାକାରଙ୍କ ଦୁଃଖ ଦୂର କରିପାରିନାହିଁ । ୨୦୨୪ରେ ଓଡିଶାରେ ବିଜେପିର ସରକାର ହେବ ହସ୍ତଶିଳ୍ପ ଓ ବୁଣାକାରଙ୍କ ଦୁଃଖ ଦୁର ହେବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।