Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୪୫ ଡିଗ୍ରୀ ପହଞ୍ଚିଲା ରାଜ୍ୟର ପାରଦ

argusnews

୪୫ ଡିଗ୍ରୀ ପହଞ୍ଚିଲା ରାଜ୍ୟର ପାରଦ

Jitendra Dash
Browse all articles by Jitendra Dash
·2 years ago·1 min read
୪୫ ଡିଗ୍ରୀ ପହଞ୍ଚିଲା ରାଜ୍ୟର ପାରଦ

ଅର୍ଗସ ବ୍ୟୁରୋ : ସାରା ଓଡ଼ିଶାରେ ପ୍ରଚଣ୍ଡ ରୁଦ୍ରତାପ ସହ ଆକାଶରୁ ଅଗ୍ନିବର୍ଷା  ହେଉଛି । ଚଳିତ ବର୍ଷରେ ପ୍ରଥମ ଥର ୪୫ ଡିଗ୍ରୀ ଡେଇଁଲା ପାରଦ । ବୌଦ୍ଧ ଓ ବାରିପଦାରେ  ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ ହୋଇଛି । ଆହୁରି ୨ ଦିନ ଜାରି ରହିବ ସୂର୍ଯ୍ୟଙ୍କ ପ୍ରକୋପ । ବୌଦ୍ଧରେ ୪୫ ଡିଗ୍ରୀ ପାରଦ ଛୁଇଁବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ଆଜି ବୌଦ୍ଧରେ ୪୫.୨ ଡିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଛି । କ୍ରମାଗତ  ଭାବେ  ୭ ଦିନ  ହେବ ଗ୍ରୀଷ୍ମ  ଲହରି ରାଜ୍ୟରେ ଜାରି  ହୋଇଥିବା ବେଳେ ଆସନ୍ତାକାଲିଠୁ ମିଳିବ ତାତିରୁ ଆସ୍ବସ୍ତି । 

ପ୍ରଭାବରେ  ୨୧ ରୁ ୨୪ ଅପ୍ରେଲ ମଧ୍ୟରେ ରାଜ୍ୟରେ ତାତିରୁ ସାମୟିକ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ତେବେ ୨୧ ଯାଏଁ ଅର୍ଥାତ ଆସନ୍ତାକାଲି ଯାଏ  ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରିରହିବ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ସିଭିୟର ହିଟ୍ ୱେଭ ରହିବା ସହ ମୟୁରଭଞ୍ଜ, ନୟାଗଡ଼, ଅନୁଗୁଳ, ବୌଦ୍ଧ, କଟକ ଓ କେନ୍ଦୁଝର ଜିଲ୍ଲାରେ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି  କରିଛି ପାଣିପାଗ  ବିଭାଗ । 

ଅଧିକ ପଢନ୍ତୁ ପାଣିପାଗ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାସହ  ଆସନ୍ତା ୨୪ ଘଂଟାରେ  ରାଜ୍ୟର  କିଛି  ଜିଲ୍ଲାରେ ବିଜୁଳି  ଘଡଘଡି ସହ ବର୍ଷା ହେବାର ସମ୍ଭାବନା  ରହିଥିବା ବେଳେ ସ୍ଥାନେ ସ୍ଥାନେ ଝଡ଼ିତୋଫାନ ହେବ । ତେବେ ପାରଦ ଯେତିକି ଉପରମୁହା ହେଉଛି ଅଶୁଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେତିକି ବଢ଼ିଚାଲିଛି। ଏ ସବୁକୁ ଆଖିରେ ପ୍ରଶାସନ ସଚେତନତା କରିବାାୁ ଅବଶ୍ୟକତା ରହିଛି ।
 

Sponsored
Boudh 'hottest place' in Odisha as temperature shoots up | Argus News