Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଇଁଆ ଓ ଲିଟୁଙ୍କ ଅଙ୍କ ଛିଡୁନି, କ୍ରାଇସିସ୍ ମ୍ୟାନଜ୍ ପାଇଁ ନବୀନ ନିବାସରେ ଉଦ୍ୟମ

argusnews

ବାଇଁଆ ଓ ଲିଟୁଙ୍କ ଅଙ୍କ ଛିଡୁନି, କ୍ରାଇସିସ୍ ମ୍ୟାନଜ୍ ପାଇଁ ନବୀନ ନିବାସରେ ଉଦ୍ୟମ

Jitendra Dash
Browse all articles by Jitendra Dash
·2 years ago·1 min read
ବାଇଁଆ ଓ ଲିଟୁଙ୍କ ଅଙ୍କ ଛିଡୁନି, କ୍ରାଇସିସ୍ ମ୍ୟାନଜ୍ ପାଇଁ ନବୀନ ନିବାସରେ ଉଦ୍ୟମ

ଅର୍ଗସ ବ୍ୟୁରୋ : ଉତ୍ତର- ମଧ୍ୟ- ଏକାମ୍ର । ଭୁବନେଶ୍ବରର ଏଇ ୩ ଆସନରେ କାହାକୁ ପ୍ରାର୍ଥୀ କରିବ ବିଜେଡି । ପୁରୁଣା ଚେହେରାକୁ ରିପିଟ୍ କରିବ ନା ବିଦ୍ରୋହୀଙ୍କୁ ମନାଇବାକୁ ନୂଆ ଚେହେରା ଦେବ । ଭୁବନେଶ୍ବରର ହେବିଓ୍ବେଟ ୩ ଆସନକୁ ନେଇ ଟନସନରେ ବିଜେଡି ସୁପ୍ରିମୋ । 

ଲମ୍ବା ସମୟ ଧରି ଭୁବନେଶ୍ବର ମଧ୍ୟ ବିଦ୍ରୋହୀ ପ୍ରାର୍ଥୀ ଅମରେଶ ଜେନା ଓ ଏକାମ୍ରର ବିଦ୍ରୋହୀ ପ୍ରାର୍ଥୀ ଲିଟୁ ମହାସୁପକାର ମନାଇବାକୁ ଚାଲିଥିଲା ଘନ ଘନ ବୈଠକ । ପୁଣି ଥରେ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ନବୀନ ନିବାସ ଡକାଇ ବୁଝାଇବାକୁ ଉଦ୍ୟମ ଚାଲିଥିଲା । 

ଚର୍ଚ୍ଚା ହେଉଛି ବିଜେଡିର ପୁର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେପିରେ ସାମିଲ ହେବା ପରେ ବିଜେଡିକୁ ଭୟ ଘାରିଛି । ଦୁଇ ବିଜେଡି ପ୍ରାର୍ଥୀ ଅନ୍ୟ ଦଳକୁ ନ ଡିଅନ୍ତୁ କିମ୍ବା ସ୍ବାଧୀନ ପ୍ରାର୍ଥୀ ନହୁଅନ୍ତୁ, ସେଥିପାଇଁ ଉଭୟଙ୍କୁ ମନାଇବାକୁ ଚାଲିଛି ମାରଥନ ଉଦ୍ୟମ । ସେପଟେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ଏକାମ୍ର ବିଧାୟକ ଅଶୋକ ପଣ୍ଡା ବି ପ୍ରାର୍ଥୀ ପାଇଁ ଦାବିଦାର ଅଛନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ସାଂସଦ ଟିକେଟ ନପାଇବାରୁ ଅସନ୍ତୋଷ ଥିବା ଶ୍ରୀମୟୀ ମିଶ୍ରଙ୍କୁ ବି କୌଣସି ଏକ ନିବାଚନ ମଣ୍ଡଳୀରୁ ପ୍ରାର୍ଥୀ କରି ଥଇଥାନ କରିବାକୁ ଚାହୁଁଛି ଦଳ । ଏହାରି ଭିତରେ ୪୫ରୁ ଅଧିକ ପୁର୍ବତନ କପୋରାଟର ଓ ବିଜେଡି କର୍ମୀ ବିଧାୟକ ଅନନ୍ତ ନାରାୟଣ ଜେନା ବିରୁଧରେ ନବୀନ ନିବାସରେ ଫେରାଦ ହୋଇଛନ୍ତି । ବିଦ୍ରାହୀଙ୍କୁ ମ୍ୟାନେଜ୍ ନକଲେ ରାଜଧରନୀରେ ବିଗିଡି ପରେ ବିହଜଡିର ଅଙ୍କ । ଏଭଳି ସ୍ଥିତିରେ କାହାକୁ ଦଳ ପ୍ରାର୍ଥୀକ ରୁଛି କାହାକୁ ମ୍ୟାନଜ କରୁଛି ତା ଉପରେ ନଜର । 
 

Education Next Season 5
Sponsored
Corporator Amaresh Jena Arrives At Naveen Niwas In Bhubaneswar | Argus News