Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ପୁଣି ଓଡ଼ିଶାକୁ ବାତ୍ୟା ଭୟ, ବଙ୍ଗୋପସାଗରରେ ବାନ୍ଧୁଛିଦାନା

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ଓଡ଼ିଶାକୁ ବାତ୍ୟା ଭୟ, ବଙ୍ଗୋପସାଗରରେ ବାନ୍ଧୁଛିଦାନା

ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାକୁ ଭୟ ଦେଖାଇଲାଣି ବାତ୍ୟା । ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃ‌ଷ୍ଟି ହୋଇପାରେ ବାତ୍ୟା । ଏହା ଉତ୍ତର-ପୂର୍ବ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ‌ ହେବ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ତଥା ବାତ୍ୟାର ରୂପ ନେବାର ସମ୍ଭାବନା ସୃଷ୍ଟି ହୋଇଛି । ବିଶ୍ବର ବିଭିନ୍ନ ପାଣିପାଗ ମଡେଲ୍‌ ଏନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । 

ତେବେ ଏହି ଘୂର୍ଣ୍ଣିବଳୟ ଚିତ୍ର ସ୍ପଷ୍ଟ ହୋଇ ନଥିବାରୁ, ଏହା ସୃଷ୍ଟି ହେବା ପରେ ଯାଇ କେଉଁ ଦିଗରେ ଗତି କରିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଆଇଏମ୍‌ଡି ଜିଏଫ୍‌ଏସ୍‌ ମଡେଲ ଅନୁସାରେ ୨୧ତାରିଖରେ ତାମିଲନାଡୁ ନିକଟରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୨୩/୨୪ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ରୂପନେବ । ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ-ମିଆଁମାର ମୁହାଁ ହେବ ବୋଲି ଆକଳନ କରାଯାଇଛି । 

ଅଧିକ ପଢନ୍ତୁ ପାଣିପାଗ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଜିଏଫଏସ(ଆମେରିକୀୟ ମଡେଲ) ଅନୁଯାୟୀ ୨୧ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି କରିବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପ ଏବଂ ୩୬ ଘଣ୍ଟା ପରେ ଅବପାତରେ ପରିଣତ ହୋଇପାରେ । ୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ, ଯାହାକି ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ମୁହାଁ ହୋଇପାରେ ବୋଲି ଜଣା ପଡିଛି  ।

Sponsored
Odisha, Maharashtra, Gujarat gear up for intense cyclone between May 21 and 27 | Argus News