Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପିରେ ମିଶିବା ପରେ ଓଡ଼ିଶା ଫେରିଛନ୍ତି କଟକ ସାଂସଦ

argusnews

ବିଜେପିରେ ମିଶିବା ପରେ ଓଡ଼ିଶା ଫେରିଛନ୍ତି କଟକ ସାଂସଦ

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେପିରେ ମିଶିବା ପରେ ଓଡ଼ିଶା ଫେରିଛନ୍ତି କଟକ ସାଂସଦ

ଅର୍ଗସ ବ୍ୟୁରୋ : ପଦ୍ମ ଧରି ଓଡ଼ିଶା ଫେରିବା ପରେ ଭର୍ତ୍ତୃହରିଙ୍କ ଦମ୍ଭୋକ୍ତି । ବିଜେଡ଼ି ଦୁର୍ଗ ହେବ ପତନ । ୨୪ ବର୍ଷ ଶାସନର ହେବ ଅନ୍ତ । ଜୁନରେ ଆସିବ ପରିବର୍ତ୍ତନ । ଷଷ୍ଠ ପାଳି ନୁହଁ, ହେବ ସତ୍ତା ପରିବର୍ତ୍ତନ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଆଶା କରିବି ପୂରଣ । ଯେଉଁ ଭର୍ତ୍ତୃହରିଙ୍କୁ ଜିରୋ କହି ପରିହାସ କରିଥିଲା ବିଜେଡି। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ ପାଇଁ ଜୁଟିଥିବା ଭିଡ ଦେଖି ତାଙ୍କର ମୂଲ୍ୟ କେତେ ଠିକ୍ ଜବାବ ପାଇଯାଇଥିବ ଶାସକ ଦଳ । 

ଦିଲ୍ଲୀରେ ବିଜେପିରେ ବିଧିବଦ୍ଧ ଯୋଗଦାନ ପରେ ରବିବାର ଓଡ଼ିଶା ଫେରିଥିଲେ କଟକରୁ ବିଜେଡିର ୬ ଥର ସାଂସଦ ଜିତି ଆସିଥିବା ଭର୍ତ୍ତୃହରି। ଶହ ଶହ ବିଜେପି କାର୍ଯ୍ୟକର୍ତ୍ତା ଭବ୍ୟ ସ୍ବାଗତ ଜଣାଇ ପାଛୋଟି ଆଣିଥିଲେ ରାଜ୍ୟ କାର୍ଯ୍ୟାଳୟକୁ । ଏଥର ବି ସେହି କଟକ ଲୋକସଭା ଆସନରୁ ନିର୍ବାଚନ ଲଢିବେ ଭର୍ତ୍ତୃହରି କିନ୍ତୁ ଶଙ୍ଖ ନୁହେଁ ପଦ୍ମ ଚିହ୍ନରେ ।  ତେବେ ଏହି ଚିହ୍ନ କିମ୍ବା ଦଳ ମୋ ପାଇଁ ନୂଆ ନୁହେଁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ମୋ ପ୍ରତି ଯେଉଁ ବିଶ୍ବାସ ଦେଖାଇଛନ୍ତି ତାହା ନିଶ୍ଚିତ ପୂରଣ କରିବି ବୋଲି କହିଛନ୍ତି ଭର୍ତ୍ତୃହରି । ସାଧାରଣତଃ ନରମ ସ୍ବାଭାବର ଭର୍ତ୍ତୃହରିଙ୍କୁ ଆଜି ଆଗ୍ରେସିଭ ମୁଦ୍ରାରେ ଦେଖିବାକୁ ମିଳିଥିଲା । ଶାସକ ବିଜୁ ଜନତା ଦଳକୁ ସିଧା ସିଧା କରିଥିଲେ ଆଟାକ୍। କହିଥିଲେ ଏହା ବିଜେଡ଼ି ଦୁର୍ଗ ପତନର ବେଳ । ୨୦୨୪ ଜୁନ ମାସରେ ରାଜ୍ୟରେ ଆସିବ ପରିବର୍ତ୍ତନ । 

Argus Whatsapp Channel Mobile Top
Sponsored
Six-time BJD MP Bhartruhari Mahtab joins BJP, likely to be fielded from Cuttack | Argus News