ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ

ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ । ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ରହିବ ତାତିର ପ୍ରଭାବ । ଆଗାମୀ ୨୨ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତିକରିବାର ସମ୍ଭାବନା ଥିବାବେଳେ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ରେ ଅବପାତରେ ପରିଣତ ହେବ ।
ଏହା ପ୍ରଭାବରେ ୨୪ରେ ଦକ୍ଷିଣ ଓଡ଼ିଶା ଏବଂ ୨୫ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଖରା ଗରମ ଅନୁଭୂତ ହେବ । ଆସନ୍ତା ୨୧ ତାରିଖ ଯାଏଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବଭାବିକ ଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ଉପକୂଳ ଓଡ଼ିଶାରେ ଉଷ୍ମ ଆଦ୍ର ତାପମାତ୍ରା ପରିଲକ୍ଷିତ ହେବ ।
ଅଧିକ ପଢନ୍ତୁ ପାଣିପାଗ ଖବର
📱 Get Argus News App
✨ଦିନ ସମୟରେ ଆଦ୍ରତା ଅଧିକ ରହୁଥିବା ହେତୁ ଗୁଳୁଗୁଳି ଅନୁଭୁତ ହେବ । ଦକ୍ଷିଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆଗାମୀ ଦୁଇ ରୁ ତିନି ଦିନ ଯାଏଁ କାଳବୈଶାଖୀର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିଛି । ଅସହ୍ୟ ତାତି ମଧ୍ୟରେ ରାଜ୍ୟ ବାସୀଙ୍କୁ ମିଳିପାରେ ଆଶ୍ବସ୍ତି । ପ୍ରାକ୍ ମୌସୁମୀ ବର୍ଷା ହିଟ୍ ଓ୍ଵେଭ୍ରେ ଲଗାଇପାରେ ବ୍ରେକ । ତେବେ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ତାତି ସମାନ ରହିବା ଆଶଙ୍କା ।