ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଭୁବନେଶ୍ଵର ସ୍ଥିତ ରେଲୱେ ଅଡିଟୋରିୟରେ ରୋଜଗାର ମେଳା ଆୟୋଜିତ ହୋଇଥିଲା । ଭୁବନେଶ୍ବରରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ୨୦୦ ଜଣ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱପ୍ନ ଦେଖିଥିବା ବିକଶିତ ଭାରତ ଗଠନ କ୍ଷେତ୍ରରେ ନବ ନିଯୁକ୍ତ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ।
Rozgar Mela paves the way for youth to become the makers of a 'Viksit Bharat'. https://t.co/sV122mwxd3 — Narendra Modi (@narendramodi) November 30, 2023
କେନ୍ଦ୍ର ସରକାରଙ୍କ ଏହି ରୋଜଗାର ମେଳାରେ ରେଳ, ଆର୍ଥିକ ସେବା, ଡାକ, ଗୃହ ମନ୍ତ୍ରଣାଳୟ, ରାଜସ୍ବ, ଉଚ୍ଚ ଶିକ୍ଷା, ସ୍କୁଲ ଏବଂ ସାକ୍ଷରତା ବିଭାଗ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ଭଳି ବିଭିନ୍ନ ବିଭାଗରେ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମିଳିଛି ।