ଅଧିକ ପଢନ୍ତୁ ଓଡିଶା ଖବର
ଏଥିପାଇଁ କିଡନୀ ପ୍ରତିରୋପଣ କରିବାକୁ ଡାକ୍ତର କହିଥିଲେ। ତେବେ କିଡନୀ ପାଇଁ ବାଲେଶ୍ବର ଅଞ୍ଚଳରେ ରହୁଥିବା ମାର୍କଣ୍ଡ ନାଥ ଓ ତାଙ୍କ ପତ୍ନୀ ଶାନ୍ତିଲତା ନାଥ ସଂସ୍ପର୍ଶରେ ଆସିଥିଲେ କୁଟୁଲୁ ମାଝୀ ଏବଂ ତାଙ୍କ ପତ୍ନୀ । ଉଭୟଙ୍କ ମଧ୍ୟରେ ଯୋଗାଯୋଗ ହେବା ପରେ ଟଙ୍କା ଦେଲେ କିଡନୀ ଦେବାକୁ କୁଟୁଲୁଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଅଭିଯୁକ୍ତ ମାର୍କଣ୍ଡ ନାଥ ଓ ତାଙ୍କ ପତ୍ନୀ। ପ୍ରତିଶ୍ରୁତି ପାଇବା ପରେ କୁଟୁଲୁ ମାର୍କଣ୍ଡଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୧୨ ଲକ୍ଷ ୫୦ ହଜାର ଟଙ୍କା ଦେଇଥିବା କହିଛନ୍ତି । କିନ୍ତୁ ବର୍ଷେ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଶାନ୍ତିଲତା ନାଥ କିଡନୀ କିମ୍ବା ଟଙ୍କା ଫେରସ୍ତ ନ କରି ଠକିଥିବା ଅଭିଯୋଗ କରିଛନ୍ତି କୁଟୁଲୁଙ୍କ ପତ୍ନୀ।