ଅଧିକ ପଢନ୍ତୁ ଓଡିଶା ଖବର
ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜା ଖୋଜି କରୁଛନ୍ତି ।
ଅର୍ଗସ ବ୍ୟୁରୋ : ମହାନଦୀରେ ଭାସି ଗଲେ ୨ ନାବାଳକ । ସମ୍ବଲପୁର ସଡ଼କ ଘାଟ ମହାନଦୀରେ ଅଘଟଣ । ମହାନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ନାବାଳକ ।
ଅଧିକ ପଢନ୍ତୁ ଓଡିଶା ଖବର
ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜା ଖୋଜି କରୁଛନ୍ତି ।
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପାଲି, ପ୍ରାକୃତ, ମରାଠୀ, ଆସାମୀ(ଅହମିୟା) ଏବଂ ବଙ୍ଗଳା ଭାଷାରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାକୁ ମଞ୍ଜୁର କରିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଏହି ସବୁ ଭାଷାର ଭାଷାବିତମାନଙ୍କୁ ଭେଟି ସାକ୍ଷାତ୍ ଆଲୋଚନା କରିଛନ୍ତି ।
ଏହି ଭାରତୀୟ ଭାଷା ଗୁଡ଼ିକୁ ଶାସ୍ତ୍ରୀୟ ଭାଷା ତାଲିକାରେ ଅନ୍ତର୍ଭୁକ୍ତ କରିଥିବାରୁ ଭାଷାବିତମାନେ ଖୁସି ବ୍ୟକ୍ତ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସବୁ ଭାଷାକୁ ପ୍ରୋତ୍ସାହିତ ଓ ସୁସମୃଦ୍ଧ କରିବା ଦିଗରେ ସମସ୍ତେ ନିଜର ସମର୍ଥନ ଜଣାଇଛନ୍ତି । ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ଭାଷା ଗୁଡିକ ହେଉଛି 'ଭାରତୀୟତା'ର ପ୍ରାଣ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାର ସବୁ ଭାରତୀୟ ଭାଷା ବା ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରୁଛନ୍ତି । ଜାତୀୟ ଶିକ୍ଷା ନୀତିର କଳ୍ପନା ଅନୁସାରେ ଆମର ଭାଷାଗତ ଐତିହ୍ୟକୁ ସମ୍ମାନ ଜଣାଇବା ସହ ସଂରକ୍ଷଣ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି । ମାତୃଭାଷା ଶିକ୍ଷାକୁ ସୁଗମ କରିବା, ସମସ୍ତ ଭାରତୀୟ ଭାଷା ଉପରେ ସମାନ ଗୁରୁତ୍ୱ ଦେବା ସହିତ ବହୁଭାଷାଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଭାରତ ସରକାର ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମlଲlୟାଲମ୍ ଓ ଓଡ଼ିଆ ଭାଷାଗୁଡିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇସାରିଛନ୍ତି । ଶାସ୍ତ୍ରୀୟ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ସଂସ୍କୃତ ଭାଷାର ପ୍ରଚାର ପାଇଁ ସଂସଦର ଏକ ଅଧିନିୟମ ମାଧ୍ୟମରେ ୨୦୨୦ରେ ତିନୋଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ପ୍ରାଚୀନ ତାମିଲ ଗ୍ରନ୍ଥଗୁଡିକର ଅନୁବାଦକୁ ସୁଗମ କରିବା ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବା ଏବଂ ତାମିଲର ଭାଷା ଛାତ୍ରମାନଙ୍କ ପାଇଁ ପାଠ୍ୟକ୍ରମ ପ୍ରଦାନ କରିବାକୁ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନ ପ୍ରତିଷ୍ଠା କରାଯାଇଥିଲା । ଶାସ୍ତ୍ରୀୟ ଭାଷାର ଅଧ୍ୟୟନ ଏବଂ ସଂରକ୍ଷଣକୁ ଆହୁରି ବଢ଼ାଇବା ପାଇଁ ମହୀଶୁରରେ ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଲାଙ୍ଗୁଏଜ୍ ଅଧିନରେ ଶାସ୍ତ୍ରୀୟ କନ୍ନଡ, ତେଲୁଗୁ, ମାଲାୟାଲମ୍ ଏବଂ ଓଡିଆରେ ଅଧ୍ୟୟନ ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହି ପଦକ୍ଷେପଗୁଡିକ ସହିତ, ଶାସ୍ତ୍ରୀୟ ଭାଷା କ୍ଷେତ୍ରରେ ଉପଲବ୍ଧତାକୁ ମାନ୍ୟତା ଦେବା ସହ ପ୍ରୋତ୍ସାହିତ କରିବା ପାଇଁ ଅନେକ ଜାତୀୟ ଏବଂ ଅର୍ନ୍ତଜାତୀୟ ପୁରସ୍କାର ମଧ୍ୟ ଆରମ୍ଭ କରାଯାଇଛି।
Interacted with scholars of the five newly-classified classical languages—Pali, Prakrit, Marathi, Bengali and Assamese. The scholars expressed their happiness and thanked Hon’ble PM Modi for including these beautiful Indian languages into the list of classical languages. They… pic.twitter.com/iUsCG4j5zM — Dharmendra Pradhan (@dpradhanbjp) October 18, 2024
ଅର୍ଗସ ବ୍ୟୁରୋ: ଯଦି ଆପଣ ମଧ୍ୟ ଭାବୁଛନ୍ତି ଯେ ଔଷଧୀୟ ଗୁଣରେ ଭରପୂର ଭୃଷଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର ହୁଏ, ତେବେ ଆପଣ ଏହି ଭୁଲ ଧାରଣାକୁ ହଟାଇବା ଉଚିତ୍ ଭୃଷଙ୍ଗ ପତ୍ର ଆପଣଙ୍କ ସ୍ୱାସ୍ଥ୍ୟକୁ ଲାଭ ଦେଇପାରେ । ଯଦି ଆପଣ ଭୃଷଙ୍ଗ ପତ୍ର ପାଣି ପିଇବାର କିଛି ଆଶ୍ଚର୍ଯ୍ୟଜନକ ଉପକାର ବିଷୟରେ ମଧ୍ୟ ଜାଣି ନାହାଁନ୍ତି, ତେବେ ଆପଣ ଏହି ପ୍ରାକୃତିକ ପାଣିକୁ ମାତ୍ର ଏକ ସପ୍ତାହ ପାଇଁ ଆପଣଙ୍କ ଖାଦ୍ୟର ଏକ ଅଂଶ କରନ୍ତୁ ।
ଭୃଷଙ୍ଗ ପତ୍ରକୁ ପାଣି କିପରି ତିଆରି କରିବେ?
ଭୃଷଙ୍ଗ ପତ୍ର ପାଣି ତିଆରି କରିବାକୁ ପ୍ରଥମେ ଏକ ପ୍ୟାନରେ ଏକ ଗ୍ଲାସ ପାଣି ଢାଳନ୍ତୁ । ବର୍ତ୍ତମାନ ଏହି ପାଣିରେ ମୁଠାଏ ଭୃଷଙ୍ଗ ପତ୍ର ମିଶାଇ ଭଲ ଭାବରେ ଫୁଟାନ୍ତୁ ଫୁଟିବା ପରେ, ଯେତେବେଳେ ଏହି ପାଣି ସାମାନ୍ୟ ଥଣ୍ଡା ହୋଇଯାଏ, ଆପଣ ଏହାକୁ ଫିଲ୍ଟର୍ କରି ପିଇପାରିବେ । ଉତ୍ତମ ଫଳାଫଳ ପାଇବା ପାଇଁ ଆପଣ ସକାଳେ ଭୃଷଙ୍ଗ ପତ୍ର ପାଣି ପିଇବା ଉଚିତ୍ । ଭୃଷଙ୍ଗ ପତ୍ରର ପାଣି ଆପଣଙ୍କ ହୃଦୟ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଯକୃତ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ସବୁକିଛି ପାଇଁ ଲାଭଦାୟ ହୋଇଥାଏ ।
ପ୍ରତିଦିନ ଭୃଷଙ୍ଗ ପତ୍ର ପାଣି ପିଇଲେ ଆପଣ ଆପଣଙ୍କର ଓଜନ ହ୍ରାସ ଯାତ୍ରାକୁ ବହୁ ପରିମାଣରେ ସହଜ କରିପାରିବେ । ଭୃଷଙ୍ଗ ପତ୍ର ପାଣି ଆପଣଙ୍କ ଶରୀରରେ ଗଚ୍ଛିତ ଅତିରିକ୍ତ ଚର୍ବି ଜାଳିବାରେ ପ୍ରଭାବଶାଳୀ ହୋଇପାରେ । ଏହା ବ୍ୟତୀତ, ଯଦି ତୁମେ ତୁମର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଛ, ତେବେ ତୁମେ ଭୃଷଙ୍ଗ ପତ୍ର ପାଣି ପିଇବା ମଧ୍ୟ ଆରମ୍ଭ କରିବା ଉଚିତ । ଭୃଷଙ୍ଗ ପତ୍ରର ପାଣି ମଧ୍ୟ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ଅର୍ଥାତ୍, ଅମ୍ଳତା ଏବଂ କୋଷ୍ଠକାଠିନ୍ୟ ଭଳି ପେଟ ସମ୍ବନ୍ଧୀୟ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଭୃଷଙ୍ଗ ପତ୍ର ପାଣି ପିଇପାରିବେ ।
ଭୃଷଙ୍ଗ ପତ୍ରରେ ମିଳୁଥିବା ଉପାଦାନଗୁଡିକ
ଭୃଷଙ୍ଗ ପତ୍ରରେ ଭଲ ପରିମାଣର ଆଇରନ୍, କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍, ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ମିଳିଥାଏ । ଆୟୁର୍ବେଦ ଅନୁଯାୟୀ,ଭୃଷଙ୍ଗ ପତ୍ର ସ୍ୱାସ୍ଥ୍ୟ ପାଇଁ ଏକ ଲାଭ ବୋଲି ବିବେଚନା କରାଯାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...
ନୟାଗଡ: ନୟାଗଡ ଜିଲ୍ଲାରେ ଆଦିବାସୀ ଗାଁରେ ଦନନୀୟ ସ୍ଥିତି । ଜିଲ୍ଲାର ୧୬୭୨ଟି ଆଦିବାସୀ ଗାଁରେ ଏଯାଏଁ ପହଂଚିନି ମୈଳିକ ସୁବିଧା । ସ୍ୱାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେବି କେଉଁଠି ଗମନାଗମନ ପାଇଁ ରାସ୍ତା ନାହିଁ ତ କେଉଁଠି ଏ ଯାଏଁ ପହଂଚି ପାରିନି ବିଜୁଳି ଆଲୁଅ l ଶିକ୍ଷା, ସ୍ୱାସ୍ଥ୍ୟ, ମୋବାଇଲ ସେବା ଆଜିବି ଅପହଞ୍ଚ ହୋଇରହିଛି ଜିଲ୍ଲାର ଏହି ଆଦିବାସୀ ଗାଁ ମାନଙ୍କରେ l ବିକାଶର ପାଦ ନୟାଗଡ଼ ଜିଲ୍ଲାର ୧୬୭୨ଟି ଗାଁରେ ପଡିନି l
କେଉଁଠି ଗମନାଗମନ ପାଇଁ ରାସ୍ତା ନାହିଁ ତ କେଉଁଠି ଏଯାଏଁ ପହଞ୍ଚି ପାରିନି ବିଜୁଳି l ଶିକ୍ଷା, ସ୍ବାସ୍ଥ୍ୟ, ପିଇବା ପାଣି ଓ ମୋବାଇଲ ସେବା ଆଜିବି ଅପହଞ୍ଚ ହୋଇ ରହିଛି ଜିଲ୍ଲାର ୧୬୭୨ଟି ଆଦିବାସୀ ଗାଁରେ l ୨୪ ବର୍ଷର ବିଜେଡି ସରକାରର ଅପାରଗତା ପାଇଁ ନିଜର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି ଜିଲ୍ଲାର ହଜାର ହଜାର ଆଦିବାସୀ ପରିବାର। ଜିଲ୍ଲାର ୨୨୯ଟି ଗାଁରେ ଏଯାଏଁ ବିଜୁଳି ଆଲୁଅ ପହଞ୍ଚିନଥିବା ବେଳେ ୧୦୯ଟି ଗାଁରେ ରାସ୍ତା ଓ ୨୪୭ଟି ଗାଁରେ ନାହିଁ ମୋବାଇଲ ଟାଓ୍ବାର। ଜିଲ୍ଲାର ମୋଟ ୮ଟି ବ୍ଲକ ମଧ୍ୟରୁ ଆଦିବାସୀ ବହୁଳ ଦଶପଲ୍ଲା, ଗଣିଆ, ନୂଆଗାଁ, ରଣପୁର ଓ ଭାପୁର ବ୍ଲକରେ ସର୍ବାଧିକ ଆଦିବାସୀ ଗାଁରେ ମୌଳିକ ସୁବିଧା ଅପହଞ୍ଚ। ଗଣିଆ ଓ ଦଶପଲ୍ଲା ବ୍ଲକର ପାଖାପାଖି 800 ଗାଁରେ ଲୋକ ଯାତାୟାତ ପାଇଁ ଖୁବ ଅସୁବିଧା ଭୋଗୁଥିବା ବେଳେ ଜିଲ୍ଲାର ସମସ୍ତ ୮ ଟି ବ୍ଲକରେ ଅଧିକାଂଶ ଆଦିବାସୀ ଗାଁରେ ମୋବାଇଲ ନେଟୱାର୍କ ନାହିଁ।
ଅଧିକ ପଢନ୍ତୁ ଓଡିଶା ଖବର