ଅଧିକ ପଢନ୍ତୁ ଓଡିଶା ଖବର
ଗତ ୨୦୨୩ରେ ପୂର୍ବରୁ ଗାଢ ନୀଳ ରଙ୍ଗ ୟୁନିଫର୍ମକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରିଥିଲେ । ଏବେ ନୂଆ ସରକାର ଆସିବାପରେ ପୁଣି ବଦଳିବ ୟୁନିଫର୍ମ ରଙ୍ଗ ।
ଅର୍ଗସ ବ୍ୟୁରୋ : ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ । ସବୁଜ ବଦଳରେ ବାଦାମୀ ଡ୍ରେସ୍ ପିନ୍ଧିବେ ଛାତ୍ରଛାତ୍ରୀ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ମିଳିବ ଡ୍ରେସ୍ । ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ବଣ୍ଟାଯିବ।
ଅଧିକ ପଢନ୍ତୁ ଓଡିଶା ଖବର
ଗତ ୨୦୨୩ରେ ପୂର୍ବରୁ ଗାଢ ନୀଳ ରଙ୍ଗ ୟୁନିଫର୍ମକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରିଥିଲେ । ଏବେ ନୂଆ ସରକାର ଆସିବାପରେ ପୁଣି ବଦଳିବ ୟୁନିଫର୍ମ ରଙ୍ଗ ।
ଭଦ୍ରକ : ଭଦ୍ରକ ଜିଲ୍ଲାରେ ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ହଟିଲା 96 ଘଣ୍ଟାର କଟକଣା । ଗତକାଲି ମଧ୍ୟ ରାତ୍ରିରୁ ସ୍ବାଭାବିକ ହୋଇଛି ଇଣ୍ଟରନେଟ ସେବା । ଗତ ଶୁକ୍ରବାର ଅପରାହ୍ନରେ ସୋସିଆଲ ମିଡ଼ିଆରେ ବିବାଦୀୟ ମନ୍ତବ୍ୟକୁ ନେଇ ଭଦ୍ରକର ପୁରୁଣା ବଜାର ଓ ଧାମନଗର ଅଞ୍ଚଳରେ ଦେଖା ଦେଇଥିଲା ଉତ୍ତେଜନାମୂଳକ ପରିସ୍ଥିତି ।
ଅଧିକ ପଢନ୍ତୁ : ବିଜେପିର ଅଭିଯୋଗ, ଅଶାନ୍ତ କରିବାକୁ ବିଜେଡିର ଷଡ଼ଯନ୍ତ୍ର
ସେଥିପାଇଁ ଇଣ୍ଟରନେଟ ସେବାକୁ ଜିଲ୍ଲାରେ ବନ୍ଦ କରାଯାଇଥିଲା ।
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଚିତ୍ରlଙ୍ଗପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ଛାତ୍ର ବାସରେ ଥିବା 40 ଶଯ୍ୟା ଛାତ୍ରାବାସ ରେ ଗତ ସେପ୍ଟେମ୍ବର 18 ତାରିଖ ରୁ ଡିଫଥେରିଆ, ସଂକ୍ରମଣ ଲଗି ରହି ଥିବା ବେଳେ ଏଥିରେ ସେପ୍ଟେମ୍ବର 19 ରେ ଜଣେ ଛାତ୍ର ମୃତ୍ୟୁ ପରେ ଘଟଣା ଲୋକଲୋଚନକୁ ଆସିଥିଲା l ଏହା ପରେ ଆଉ ଜଣେ ଡିଫଥେରିଆ ପଜେଟିଭ୍ ବାହାରିବା ସହ ଛାତ୍ର 8 ଜଣ ଛାତ୍ର ଅସୁସ୍ଥ ହୋଇ ପଡିବାରୁ ସେମାନଂକୁ କାଲିମେଳା ସ୍ୟାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି l ସମସ୍ତ ଛାତ୍ର ମାନଙ୍କ ର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇଥିବା ତାହାର ରିପୋର୍ଟ ଆସିନାହିଁ l ତେବେ ମଙ୍ଗଳବାର ଆଓ ଦୁଇଜଣ ପିଲା ଡେଫଥେରିଆ ଆକ୍ରାନ୍ତ ସନ୍ଦେହ ରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଜଣା ପଡିଛି l ଜଣେ ବଦଲି ଗ୍ରାମର ହୋଇଥିବା ବେଳେ ଆଓ ଜଣେ ଇଟାଲଗୁଡା ଗ୍ରାମର ବୁଲି ସୂଚନା ମିଳିଛି l
ଅଧିକ ପଢନ୍ତୁ ଓଡିଶା ଖବର
ତେବେ ରୋଗର ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ଯ ଏବଂ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ର ଡାକ୍ତରୀ ଟିମ କାଲିମେଳା କୁ ଘନ ଘନ ଗସ୍ତ କରି ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିବା ଦେଖିବାକୁ ମିଳିଛି l ଆଜି ମାଇକ୍ରୋବାୟୋଲୋଜି ବିଭାଗର ସହକାରୀ ପ୍ରଫେସର ପ୍ରିୟରଞ୍ଜନ ଲେଙ୍କା, ଶିଶୁରୋଗ ବିଭାଗ ସହକାରୀ ପ୍ରଫେସର ଦିବ୍ୟ ରଞ୍ଜନ ପଣ୍ଡା, କମୁନିଟି ମେଡିସିନ ବିଭାଗର ସହକାରୀ ପ୍ରଫେସର ପ୍ରଭୁଃ ପ୍ରସାଦ ପଟ୍ଟନାୟକ କାଲିମେଳା ରେ ପହଁଚି ସ୍ୱାସ୍ଥ୍ୟକେନ୍ଦ୍ର ରେ ଥିବା ପିଲାଙ୍କ ସ୍ୱାସ୍ଥ୍ୟ ବସ୍ତା ପଚାରି ବୁଝିବା ସହ ଏହି ସଂକ୍ରମଣ ଆଗକୁ କିପରି ନ ବଢେ ସେ ନେଇ ପଦକ୍ଷେପ ନିଆଯିବ ସୂଚନା ଦେଇଥିଲେ l ବର୍ତ୍ତମାନ ସୁଦ୍ଧା କାଲିମେଳା ସ୍ୟାସ୍ଥ୍ୟ କେନ୍ଦ୍ର ରେ 10 ଜଣ ଛାତ୍ର ଚିକିତ୍ସା ଧିନ ଥିବା ବେଳେ ସମସ୍ତଙ୍କ ସ୍ୟାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି l ସ୍ୟାସ୍ଥ୍ୟ ବିଭାଗ ତରଫରୁ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି l
ଅର୍ଗସ ବ୍ୟୁରୋ: ଆଜି ସମଗ୍ର ଦେଶରେ ପାଳିତ ହେଉଛି ରାଷ୍ଟ୍ରନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ୧୯୦୪ ମସିହାରେ ଆଜିର ଦିନରେ ଉତ୍ତରପ୍ରଦେଶର ମୁଗଲସରାୟରେ ଜନ୍ମ ଗ୍ରହଣ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ। ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ। ନିଜର ବିନମ୍ରତା ପାଇଁ ଜଣାଶୁଣା ଲାଲ ବାହାଦୂର ଶାସ୍ତ୍ରୀଙ୍କ କୁଶଳ ନେତ୍ବତ୍ବ ଏବଂ ଜନକଲ୍ୟାଣକାରୀ ବିଚାର ପାଇଁ ସବୁବେଳେ ଦେଶବାସୀଙ୍କସ ମନରେ ରହଛନ୍ତି । ମାତ୍ର ୧୬ ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ଭାଗ ନେଇ ଭାରତକୁ ସ୍ବାଧୀନତା ଦେବାକୁ ଲଢିଥିଲେ।
ତାଙ୍କ ପରି ବିନମ୍ରତା ବ୍ୟକ୍ତିଙ୍କ ପରି ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ନାହାନ୍ତି । ଦେଶ ସ୍ବାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଶାସ୍ତ୍ରୀଜୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେ । ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନ ସହ ଯୁଦ୍ଧଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା ଭାରତ । ଶାସ୍ତ୍ରୀ ଦେଶର କୃଷକ ଏବଂ ଶ୍ରମିକମାନଙ୍କର ନେତା ଭାବରେ ମଧ୍ୟ ଜଣାଶୁଣା । ତାଙ୍କ ସ୍ଲୋଗାନ ‘ଜୟ ଜବାନ ଏବଂ ଜୟ କିଶାନ’ ଆଜି ଦେଶ ପାଇଁ ଅମର ହୋଇ ରହିଛି।
ଅଧିକ ପଢ଼ନ୍ତୁ ଭାରତ ଖବର