ସୂଚନା ଅନୁଯାୟୀ ହଜ ଆଦିବାସୀ ସାହିର ପାଣ୍ଡବ ନାୟକ ନାମକ ଜଣେ ୭୦ ବର୍ଷ ବୟସ୍କ ଗରିବ ବୃଦ୍ଧ । ନିଜେ ପାଳିଥିବା କେତେକ ଛେଳିକୁ ନେଇ ହଜ ରାସ୍ତାପାର୍ଶ୍ବରେ ଥିବା ଜଙ୍ଗଲରେ ଚରାଉଥିଲେ । ଏତିକିବେଳେ ହଜରୁ ସିକୋ ଅଭିମୁଖେ ଏକ ନୀଳ ରଙ୍ଗର ବାଇକରେ ଯାଉଥିବା ଜଣେ ଅଚିହ୍ନା ବ୍ୟକ୍ତି ଗୋଠରେ ଥିବା ଛେଳି ନେବାପାଇଁ ମୂଲଚାଲ କରିଥିଲା । ଶେଷରେ ସେହି ଛେଳିଟିକୁ 9 ହଜାର ଟଙ୍କାରେ ବିକ୍ରି କରାଯିବ ବୋଲି ସ୍ଥିର କରାଯାଇଥିଲା ।
୧୮ଟି ୫୦୦ ଟଙ୍କିଆ ନୋଟ ଦେଇ ସେହି ରାସ୍ତାରୁ ହିଁ ଅଚିହ୍ନା ଲୋକ ଜଣକ ପାଖରେ ରଖିଥିବା ଏକ ବଡବ୍ୟାଗରେ ଛେଳିଟିକୁ ଭର୍ତିକରି ନେଇ ଫେରାର ହୋଇ ଯାଇଥିଲା । ତେବେ ଏହି ଟଙ୍କା ଅସଲି ନା ନକଲି ବୃଦ୍ଧ ଜଣକ ପ୍ରଥମେ ଜାଣି ପାରିନଥିଲେ ।
ପରେ ବୃଦ୍ଧ ଜଣକ ସେହି ଟଙ୍କାକୁ ଆଣି ଗ୍ରାମର କିଛି ଲୋକଙ୍କୁ ଦେଖାଇଥିଲେ । ସେହି ନୋଟଗୁଡିକ ବଜାରରେ ମିଳୁଥିବା ପିଲାମାନଙ୍କ ନକଲି ଖେଳନା ଟଙ୍କା ହୋଇଥିବା ଜଣାପଡିଥିଲା । ତେବେ ବୟସ ଅଧିକ ହୋଇଥିବା ହେତୁ ବୃଦ୍ଧଜଣକ ପୋଲିସ ନିକଟରେ ଅଭିଯୋଗ କରିନାହାନ୍ତି । ତେବେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଠକାମି ଘଟଣାର ତଦନ୍ତ କରିବା ସହ ଠକକୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି ।
ଅନ୍ୟପଟେ ଏଭଳି ଠକେଇ କେହି ପାଖଆଖର ବ୍ୟକ୍ତିବିଶେଷ ହିଁ କରିଥାଇ ପାରନ୍ତି ଓ ବିଶେଷକରି ବ୍ରାଉନସୁଗାରର ଅବାଧ ବିକ୍ରି ଓ ସେବନକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସାଧାରଣରେ ମତପ୍ରକାଶ ପାଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତୁପକ୍ଷ ତୁରନ୍ତ ଦୃଷ୍ଟିଦେଇ ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।