ଅଧିକ ପଢନ୍ତୁ ଓଡ଼ିଶା ଖବର
ଓଡ଼ିଶାପଟୁ ରାସ୍ତା ନଥିବାରୁ ଆନ୍ଧ୍ର ରାସ୍ତା ଦେଇ ସବୁବେଳେ ଯିବା ଆସିବା କରନ୍ତି ଅଞ୍ଚଳବାସୀ । ଏତିକିବେଳେ ରାସ୍ତାରେ ଭାରସାମ୍ୟ ହରାଇ ପାହାଡ ତଳକୁ ଖସିପଡିଥିଲା ଟ୍ରାକ୍ଟର । ଫଳରେ ଦୁଇଜଣଙ୍କ ଘଟମାସ୍ଥଳରେ ମୃତ୍ୟୁ ହେବା ସହ ଦୁଇ ଜଣ ଗୁରୁତର ହୋଇଥିଲେ ।
ଅର୍ଗସ ବ୍ୟୁରୋ : ଟ୍ରାକ୍ଟର ଓଲଟି ଦୁଇ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ । ଘଟଣା ଘଟିଛି ଆନ୍ଧ୍ରର ତାଳଗୁରାଣ୍ଡି ନିକଟରେ । ଗଞ୍ଜାମ ପାତ୍ରପୁର ବ୍ଲକର ତୁମ୍ବା ଏବଂ ବୁରାତାଲ ଲୋକମାନେ ଟ୍ରାକ୍ଟରରେ ବସିଥିବା ଜଣାପଡିଛି । ଗୁରୁତର ଏବଂ ଆହତ ମାନଙ୍କୁ ଆନ୍ଧ୍ରର ମନସା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଓଡ଼ିଶାପଟୁ ରାସ୍ତା ନଥିବାରୁ ଆନ୍ଧ୍ର ରାସ୍ତା ଦେଇ ସବୁବେଳେ ଯିବା ଆସିବା କରନ୍ତି ଅଞ୍ଚଳବାସୀ । ଏତିକିବେଳେ ରାସ୍ତାରେ ଭାରସାମ୍ୟ ହରାଇ ପାହାଡ ତଳକୁ ଖସିପଡିଥିଲା ଟ୍ରାକ୍ଟର । ଫଳରେ ଦୁଇଜଣଙ୍କ ଘଟମାସ୍ଥଳରେ ମୃତ୍ୟୁ ହେବା ସହ ଦୁଇ ଜଣ ଗୁରୁତର ହୋଇଥିଲେ ।
ଅର୍ଗସ ବ୍ୟୁରୋ : ଅମାନିଆକୁ ସାବାଡ଼ କରୁଛି ଏମଭିଏ, ପୋଲିସ । ନୂଆପଡାରେ ଦିନକୁ ଦିନ ବଢୁଛି ସଡ଼କ ଦୁର୍ଘଟଣା । ଅମାନିଆ ଭାବେ ଗାଡି ଚଳାଇବା ସାଙ୍ଗକୁ ସଚେତନତା ଅଭାବ ଯୋଗୁଁ ସଡ଼କ ଦୁର୍ଘଟଣା ଘଟୁଛି । ଏମଭିଏ ଏବଂ ଖଡ଼ିଆଳ ପୋଲିସର ମିଳିତ ଉଦ୍ୟମରେ ଖଡ଼ିଆଳ ସହରର ଆମ୍ବେଦକର ଛକରେ ଚେକିଂକୁ କଡା କଡ଼ି କରାଯାଇଛି । ଚାଲକମାନଙ୍କୁ ସଚେତନତା କରାଯିବା ସହ ଅମାନିଆଙ୍କୁ ଫାଇନ କଟା ଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବହୁ ଚର୍ଚ୍ଚିତ ଲେଡୀ ବ୍ଲାକ ମେଲର ଅର୍ଚ୍ଚନା ନାଗକୁ ହାଇକୋର୍ଟରୁ ମିଳିଲା ଜାମିନ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମାମଲାରେ ଜାମିନ ପାଇଛନ୍ତି ଅର୍ଚ୍ଚନା। ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଥିବା ମାମଲାରେ ଜାମିନ ପାଇଥିଲେ ଅର୍ଚ୍ଚନା ନାଗ। କିଛି ମାସ ପୂର୍ବରୁ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ସବୁ ମାମଲାରେ ଜାମିନ ପାଇ ଜେଲରୁ ମୁକୁଳି ଥିଲେ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ ମେଲ କରି ଟଙ୍କା ମାଗିବା ଅଭିଯୋଗରେ ୬ ଅକ୍ଟୋବର ୨୦୨୨ ମସିହାରେ ନୟାପଲ୍ଲୀ ଥାନା ଗିରଫ କରିଥିଲା। ଏହା ପରେ ଅନ୍ୟ ଏକ ମାମଲାରେ ଖଣ୍ଡଗିରି ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା।
ବେଆଇନ ଅର୍ଥ କାରବାର ମାମଲା ଥିବାରୁ ଇଡି ଦ୍ଵାରା ମଧ୍ୟ ସେ ଗିରଫ ହୋଇଥିଲେ। ଏହା ସହ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଗିରଫ ହୋଇଥିଲେ। ଏହି ଘଟଣାରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରା ଓ ଖଗେଶ୍ବର ପାତ୍ର ଆଇନ ଜାଲରେ ଛନ୍ଦି ହୋଇଥିଲେ। ଏବେ ବି ସେମାନେ ଆଇନ ଜାଲରେ ସମ୍ମୁଖୀନ ହେଉଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଅଳ୍ପ କିଛି ଲୋକଙ୍କ ପାଇଁ ଦେଶରେ ବଦନାମ ହୋଇଥିଲା ଉତ୍ତରପ୍ରଦେଶ । କିନ୍ତୁ ଏବେ ଉତ୍ତରପ୍ରଦେଶ ପ୍ରତି ଲୋକମାନଙ୍କ ଧାରଣା ବଦଳିଛି । ଉତ୍ତରପ୍ରଦେଶ ଏବଂ ଗୋରଖପୁର ଲୋକମାନଙ୍କୁ ଆଗଧାଡିରେ ସ୍ଥାନ ମିଳୁଛି । ଗୋରଖପୁରରେ ରେଗାଲିଆ ରିସୋର୍ଟ ଏବଂ ବ୍ୟାଙ୍କୁଏଟ୍ ହଲ୍ ଉଦଘାଟନ ଅବସରରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତ ଫେବ୍ରୁଆରି ମାସରେ 40 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ପୂର୍ବରୁ ଏହି ପରିମାଣ 10ରୁ 12 ଲକ୍ଷ କୋଟି ମଧ୍ୟରେ ସୀମିତ ଥିଲା । ସମୟ ସହିତ ତାଳଦେଇ ଉତ୍ତରପ୍ରଦେଶ ଆଗକୁ ବଢୁଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଅଧିକ ପଢ଼ନ୍ତୁ ଦେଶ ଖବର: