ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ହାଇଟେକ ହସ୍ପିଟାଲ ଟ୍ରାଜେଡି । ବିସ୍ଫୋରଣ ଘଟଣା ରେ ତୃତୀୟ ଗୁରୁତରଙ୍କ ମୃତ୍ୟୁ । ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ସୂଚନା । ଡିସେମ୍ବର ୨୯ ତାରିଖ ସନ୍ଧ୍ୟାରେ ହାଇଟେକ ହସପିଟାଲ ଏସି କମ୍ପେସର ମରାମତି କରୁଥିବା ସମୟରେ ହଠାତ କମ୍ପ୍ରେଶର ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା । ଯେଉଁଥିରେ ମୋଟ ୪ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ତୃତୀୟ ଗୁରୁତର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମନୁଷ୍ୟକୃତ ଭୁଲ ଯୋଗୁଁ ଗତକାଲି ମୃତଦେହ ଅଦଳବଦଳ ଘଟଣା ସାମନାକୁ ଆସିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର