ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : କଂଗ୍ରେସର ପୁଣି ଘୋଷଣା କଲା ପ୍ରାର୍ଥୀ ତାଲିକା । ୨ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । କଟକରୁ ସୁରେଶ ମହାପାତ୍ର ପ୍ରାର୍ଥୀ ସମ୍ବଲପୁରରୁ ନଗେନ୍ଦ୍ର ପ୍ରଧାନ ଲୋକସଭା ପ୍ରାର୍ଥୀ । ତା ସହିତ ୮ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଟକ ବାରବାଟୀରୁ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ । ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ । ଜଳେଶ୍ୱର- ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱର- ମୋନାଲିସା ଲେଙ୍କା । ବଡ଼ଚଣା- ଅଜୟ ସାମଲ, ପାଲଲହଡ଼ା- ଫକୀର ସାମଲ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ସମୟ ଆସିଛି ନିର୍ଣ୍ଣାୟକ ନିଷ୍ପତ୍ତି ନେବାର। ଆମେ ନେତା ବାଛିବାକୁ ଯାଉଛୁ କି କ୍ରିତଦାସ ବାଛିବାକୁ ଯାଉଛୁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ବିଜେଡି ବାରମ୍ବାର କହୁଛି ବିଜେପିର କିଛି ବରିଷ୍ଠ ନେତା ଯେଉଁଥିରେ ମୋ ନାମ ଏବଂ ଧର୍ମେନ୍ଦ୍ର ବାବୁଙ୍କ ନାମ ମଧ୍ୟ ରହିଛି ଯେ, ଆମେ ବିକାଶକୁ ବିରୋଧ କରୁଛୁ । କିନ୍ତୁ ବିକାଶର କାର୍ଯ୍ୟକୁ ବିରୋଧ କରୁନି ବିଜେପି । ବିଜେଡି ବିକାଶ କରିବାର ତରିକାକୁ ବିରୋଧ କରୁଛି ବିଜେପି।
ଜଗନ୍ନାଥ ପରିକ୍ରମା ପ୍ରୋଜେକ୍ଟ 4200 କୋଟିର ବଜେଟ ରାଜ୍ୟ ରଜକୋଷରୁ ସରକାର ଖର୍ଚ୍ଚ କଲେ । ଦକ୍ଷିଣ ଭାରତୀୟ ଆର୍କିଟେକ ସଂସ୍ଥା ଭୂମିପୁତ୍ରକୁ ସରକାର ଦାୟିତ୍ଵ ଦେଲେ ବୋଲି ରାଜ୍ୟ ସରକାର କହିଲେ। ମାତ୍ର ସେହି ସଂସ୍ଥାର ୱେବସାଇଟରେ କିଛି ମଧ୍ୟ ସଠିକ୍ ତଥ୍ୟ ଦିଆଗଲା ନାହିଁ । ରାଜ୍ୟ ସରକାର ଏବଂ ସାନ ବାବୁ ଯିଏକି ବଡ଼ ବାବୁ ହେବାକୁ ବିଫଳ ଚେଷ୍ଟା କରୁଛନ୍ତି ତାଙ୍କୁ ମୋର ପ୍ରଶ୍ନ କାହିଁକି ଏଏସଆଇର 1958 ଆକ୍ଟରେ ଥିବା ନିୟମକୁ ଉଲ୍ଲଂଘନ କରି 100 ମିଟର ପରିଧି ମଧ୍ୟରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ନେଇ କାମ ଆରମ୍ଭ କରି ସଂସ୍ଥାର ୱେବସାଇଟରେ ଭୁଲ DPR ଦେଲେ।
ପୁରୀ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି କାହିଁକି ତିଆରି କାରଗଲାନି ଡିପିଆର। ରାଜ୍ୟ ସରକାର ବିଜେପିକୁ କାହିଁକି ଧନ୍ୟବାଦ ଦେଲେ ନାହିଁ । ଏମାର ମଠ , ରଘୁନନ୍ଦନ ଲାଇବ୍ରେରୀ, ଗୁରୁ ନାନକ ମଠ, ଭଳି 7ଶହ ରୁ 8ସହ ବର୍ଷର ପୁରୁଣା ମଠକୁ କାହିଁକି ଭାଙ୍ଗି ଦେଲେ ରାଜ୍ୟ ସରକାର । ଓଡ଼ିଶାର ଅସ୍ମିତକୁ ଏହା କୁଠାରାଘାତ ଏହା ମୋର ପ୍ରଶ୍ନ । ଓଡ଼ିଶା ଅସ୍ମିତାର ଦାୟିତ୍ଵ କାହାର ?
ବିଗତ 5 ବର୍ଷ ହେଲାଣି ଶାସନ ବ୍ୟବସ୍ଥା ହାଇଜାକ ହୋଇଗଲାଣି। କାହିଁକି ସାନ ବାବୁଙ୍କ ଅନୁମତି ବିନା କେହି ବି ଭେଟି ପାରିବେନି ମୁଖ୍ୟମନ୍ତ୍ରୀଙ୍କୁ । ବିଜେଡ଼ି Manifestoରେ ଉଲ୍ଲେଖ କଲା ସରକାର ଆସିଲେ ମାଗଣା ବିଜୁଳି ଦେବେ। କିନ୍ତୁ ଏବେ ଓଡ଼ିଶାରେ ପ୍ରତି ୟୁନିଟ୍ ପିଛା 2.82 ପଇସା ନେଉଥିବା ବେଳେ ଚେନ୍ନାଇରେ ୟୁନିଟ ପିଛା 2.52 ପଇସା । ଅହେତୁକ ବିଜୁଳି ଦର ରାଜ୍ୟବାସୀଙ୍କୁ କଷ୍ଟ ଦେଲାଣି । ଏହାର ଉତ୍ତର ରାଜ୍ୟ ସରକାର ରଖନ୍ତୁ କାହିଁକି ମାତ୍ରାଧିକ ବିଜୁଳି ଦର ସରକାର ନେଉଛନ୍ତି । ୪୨% ଶିକ୍ଷିତ ଯୁବକ ଯୁବତୀ ଓଡ଼ିଶାରେ ବେକାର ଅଛନ୍ତି । ଅନ୍ତର୍ଜାତୀୟ ସ୍ତରର ସଂସ୍ଥା ଏହା କହୁଛି । ଆମ ରାଜ୍ୟ ଓଡ଼ିଶାରେ ବେକାରୀରେ 22 ରାଜ୍ୟ ମଧ୍ୟରେ ନମ୍ବର 1 ଅଛି।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର
ରାୟଗଡା: ଇଭିଏମ୍ ମେସିନ୍ ଖରାପ । ଭୋଟ୍ ନ ଦେଇ ଫେରିଗଲେ ଭୋଟର୍ । ରାୟଗଡା ଗୁଣୁପୁରରେ 162 ବୁଥ୍ ଗୁଣୁପୁର ନିର୍ବାଚନ ମଣ୍ଡଳୀ ଘନାନ୍ତରି ପଞ୍ଚାୟତରେ ମେସିନ ଖରାପ ହେତୁ ପ୍ରାୟ 3 ଘଣ୍ଟା ବିଳମ୍ୱ ହେତୁ ବୁଦ୍ଧ ବୃଦ୍ଧା ବ୍ୟକ୍ତି ଘରକୁ ଫେରିଯାଇଥିବା ଦେଖିବାକୁ ମିଳିଛି । ମେସିନ ଖରାପ ହେତୁ ଲମ୍ବା ଲାଇନରେ ଠିଆ ହୋଇ ଲୋକେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଓ ତତସଂଲଗ୍ନ 28ଟି ବିଧାନସଭା କ୍ଷେତ୍ରରେ ଚାଲିଛି । ମୋଟ 62 ଲକ୍ଷ 87 ହଜାର ଭୋଟର ମତଦାନ କରିବାକୁ ଯାଉଥିବା ବେଳେ ସେମାନଙ୍କ ମଧ୍ୟରେ 30 ଲକ୍ଷ 97 ହଜାର ପୁରୁଷ, 31 ଲକ୍ଷ 89 ହଜାର ମହିଳା, 1 ଲକ୍ଷ 75 ହଜାର ଯୁବ ଭୋଟର ଓ 14 ଲକ୍ଷ 68 ହଜାର 20 ବର୍ଷରୁ 29 ବର୍ଷର ଭୋଟର ରହିଛନ୍ତି। ସଂସଦୀୟ କ୍ଷେତ୍ର ପାଇଁ 37ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ପାଇଁ 243 ପ୍ରାର୍ଥୀ ରହିଛନ୍ତି ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ 7 ହଜାର 303 ମତଦାନ କେନ୍ଦ୍ର ସହ 14ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି। ଲୋକସଭା କ୍ଷେତ୍ରରେ କୋରାପୁଟରେ ସର୍ବନିମ୍ନ ଭୋଟର ଥିବାବେଳେ କଳାହାଣ୍ଡିରେ ସର୍ବାଧିକ ଭୋଟର ରହିଛନ୍ତି। ସେହିପରି ବିଧାନସଭା କ୍ଷେତ୍ରରେ ଲକ୍ଷ୍ମୀପୁର ରେ କମ୍ ଭୋଟର ଥିବା ବେଳେ ଧର୍ମଗଡ଼ରେ ଅଧିକ ଭୋଟର ରହିଥିବା ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।
ଆହୁରି ପଢନ୍ତୁ ରାଜନୀତି ଖବର...