ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ବାତ୍ୟା ମିଗଜୋମ୍ ପ୍ରଭାବରେ ଜାରି ରହିଛି ବର୍ଷା ଓ ପବନ । ବର୍ଷା ଓ ପବନ ପରେ ଧସିଲା ପାହାଡ଼ । କୋଟିୟା ପଞ୍ଚାୟତର ମାଡକାର ଗ୍ରାମକୁ ଯିବା ବାଟରେ ପାହାଡ଼ ଖସିଥିବା ଦେଖିବାକୁ ମିଳିଛି । ବାତ୍ୟା ମିଗଜୋମ୍ ପ୍ରଭାବରେ କୋରାପୁଟରେ ସକାଳୁ ବର୍ଷା ଲାଗି ରହିଥିବା ବେଳେ ଏକ ଛୋଟ ଧରଣର ଲ୍ୟାଣ୍ଡ ସ୍ଲାଇଡ଼ ଦେଖିବାକୁ ମିଳିଛି । ପାହାଡ଼ ଉପରୁ ବଡ଼ ଓ ଛୋଟ ପଥର ହଟାତ ଖସି ଆସିଥିଲା । ତେବେ ମୁଖ୍ୟ ରାସ୍ତାକୁ ଖସି ଆସିଥିଲେ ବି ଏଥିରେ କେହି କ୍ଷତିଗ୍ରସ୍ତ ହୋଇ ନଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଆମେ ସମସ୍ତେ ଜାଣିଛେ ଘିଅ ସ୍ବାସ୍ଥ୍ୟ ପାଇଁ କେତେ ଭଲ। ଘିଅ ଶରୀରର ଇମ୍ୟୁନିଟି ବଢ଼ାଇବା ସହିତ ପାଚନଶକ୍ତି ମଧ୍ୟ ବଢ଼ାଇଥାଏ। ଏବଂ ଅନେକ ରୋଗରୁ ରକ୍ଷା କରିଥାଏ। ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍ ଏବଂ ଭିଟାମିନ୍ ଏ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖାଲି ପେଟରେ ଘିଅ ଖାଇବାର ଫାଇଦା ବହୁତ୍ ଟ୍ରେଣ୍ଡ କରୁଛି ଯେଉଁଥିରେ ବଲିଉଡ଼ ସେଲିବ୍ରିଟିଙ୍କଠୁ ଆରମ୍ଭ କରି ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସରସ ସମସ୍ତେ ଏଥିରେ ସାମିଲ ଅଛନ୍ତି। ତେବେ ଏମିତି କଣ ଫାଇଦା ଅଛି ଯେଉଁଥିପାଇଁ ଏହା ଏତେ ଟ୍ରେଣ୍ଡ କରୁଛି ଆସନ୍ତୁ ଜାଣିବା।
ଇମ୍ୟୁନିଟି ବଢ଼ାଏ
ଘିଅରେ ବ୍ୟୁଟିରିକ୍ ଏସିଡ଼ ଭରପୁର ଥାଏ ଯାହା ଶରୀରକୁ ରୋଗରୁ ଲଢ଼ିବା ପାଇଁ ଟି ସେଲସ୍ ଗୁଡ଼ିକ ଉତ୍ପାଦନ କରିବାରେ ସାହାଯ୍ୟ କରେ।
ପାଚନଶକ୍ତି ବଢ଼ାଏ
ଘିଅରେ ପୋଷକ ତତ୍ତ୍ବ ଭରି ରହିଥାଏ। ଏହା ପାଚନ ଶକ୍ତି ବଢ଼ାଇଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଚାମଚ ଖାଇବା ଦ୍ବାରା ପାଚନ ଶକ୍ତି ବଢ଼ିଥାଏ। ପ୍ରାଚୀନ କାଳରେ,ଆମ ପୂର୍ବପୁରୁଷମାନେ ପ୍ରତ୍ୟେକ ଭୋଜନ ପୂର୍ବରୁ ଏକ ଚାମଚ ଘିଅ ଖାଉଥିଲେ। ଏହା ପେଟକୁ ସୁସ୍ଥ ରଖିବା ସହିତ ଅଲସର ଏବଂ କର୍କଟ ଭଳି ରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ।
ଓଜନ ହ୍ରାସ କରେ
ଘିଅ ଓଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ପେଟର ଚର୍ବି କମାଇଥାଏ କାରଣ ଏହାଦ୍ବାରା ମେଟାବୋଲିଜିମ୍ ବଢ଼ିଥାଏ ଯାହା ଫ୍ୟାଟ୍ କମାଇବାରେ ସାହାଯ୍ୟ କରିଥାଏ। ଖାଲି ପେଟରେ ଘିଅ ଖାଇବା ଦ୍ବାରା ଭୋକ କମ୍ ହୋଇଥାଏ।
ତ୍ୱଚାକୁ ସୁନ୍ଦର କରିଥାଏ
ସୁନ୍ଦର ତ୍ବଚା ପାଇଁ ଘିଅ ହେଉଛି ଏକ ବରଦାନ। ଘିଅରେ ଥିବା ଭିଟାମିନ୍ସ ସ୍କିନକୁ ଟାଇଟ୍ ରଖିଥାଏ ଏବଂ ଆପଣଙ୍କୁ ବାର୍ଦ୍ଧକ୍ୟରୁ ରକ୍ଷା କରିଥାଏ ।ପ୍ରାଚୀନ କାଳରେ ଏହା ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ବ୍ୟବହୃତ ହେଉଥିଲା ।
ମଜବୁତ କେଶ ଦିଏ
ଘିଅରେ ଭିଟାମିନ ଇ ଥାଏ ଯାହା କେଶ ଏବଂ ତ୍ୱଚା ପାଇଁ ବହୁତ ଭଲ ।ଏଥିରେ ମଶ୍ଚରାଇଜିଂ ଗୁଣ ରହିଛି ତେଣୁ ଏହା ତ୍ୱଚା ଏବଂ କେଶର ମୂଳକୁ ଶୁଷ୍କ ହେବାକୁ ଦିଏନାହିଁ।
ହାଡ଼ ମଜଭୁତ ରଖେ
ଘିଅ ହାଡକୁ ମଧ୍ୟ ଶକ୍ତି ଦେଇଥାଏ କାରଣ ଏଥିରେ ଭିଟାମିନ୍ କେ ଭରପୂର ରହିଥାଏ।ଯାହା କ୍ୟାଲସିୟମ୍ ଅବଶୋଷଣରେ ସାହାଯ୍ୟ କରେ ।ଏହା ଦାନ୍ତ କ୍ଷୟକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ।
ବାସ୍ତବରେ, ପୁରାତନ କାଳରୁ ଘିଅ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଇଛି। ସେହି ସମୟରେ ଖାଦ୍ୟ କେବଳ ଘିଅରେ ରନ୍ଧା ଯାଉଥିଲା ଯେଉଁଥିପାଇଁ ଲୋକମାନେ ସୁସ୍ଥ ରହୁଥିଲେ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର
ଅର୍ଗସ ବ୍ୟୁରୋ: ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାକୁ ବହୁତ୍ ଶୁଭ ମନାଯାଇଥାଏ । ମା' ଲକ୍ଷ୍ମୀଙ୍କର ହେଉଛି ଏହି ଦିନ । ତେଣୁ ମା'ଙ୍କୁ ଯାହା ଯାହା ପସନ୍ଦ ତାହା ଲୋକେ ଖୁବ୍ ଶ୍ରଦ୍ଧାରେ କରିଥାନ୍ତି । ବୈଶାଖ ମାସ ଶୁକ୍ଳପକ୍ଷର ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ ହୋଇଥାଏ । ଏହି ଦିନ ରୂପା କି ସୁନାର କିଛି ମୁଦ୍ରା ହେଉ କି ଅଳଙ୍କାର କିଣିଲେ ଶୁଭ ହୋଇଥାଏ । ତେବେ ଯେଉଁ ସବୁ ଜିନିଷ ଘରେ ରହିଲେ ମା' ଲକ୍ଷ୍ମୀ ବାସ କରନ୍ତିନି ସେହି ସବୁ ଜିନିଷକୁ ଅକ୍ଷୟ ତୃତୀୟା ପୂର୍ବରୁ କାଢ଼ିଦେବା ନିହାତି ଆବଶ୍ୟକ । ଜାଣନ୍ତୁ କ'ଣ ଏସବୁ ଜିନିଷ...
ଭଙ୍ଗା ଝାଡ଼ୁ
ଝାଡ଼ୁକୁ ଘରର ଲକ୍ଷ୍ମୀ ମନାଯାଇଥାଏ । ଆଉ ଯଦି ଘରେ ଭଙ୍ଗା ଝାଡ଼ୁ ଅଛି ତାହେଲେ ତୁରନ୍ତ କାଢ଼ି ଦିଅନ୍ତୁ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ।
ଛିଣ୍ଡା ଚପଲ
ଘରେ ଛିଣ୍ଡା ଚପଲ ଥିଲେ ଗରିବ ଆଣିଥାଏ । ଅକ୍ଷୟ ତୃତୀୟା ପୂର୍ବରୁ ଘରୁ ଛିଣ୍ଡା ଚପଲ କାଢ଼ିଦିଅନ୍ତୁ ।
ଚିରାଫଟା ଏବଂ ଅପରିଷ୍କାର ପୋଷାକ
କୁହାଯାଏ ମା' ଲକ୍ଷ୍ମୀ ସେହି ଘରେ ରୁହନ୍ତି ଯେଉଁ ଘର ପରିଷ୍କାର ପରିଚ୍ଛନ ଥାଏ । ତେଣୁ ଅକ୍ଷୟ ତୃତୀୟା ପୂର୍ବରୁ ଘରୁ ଚିରା ପୋଷାକ ଫୋପାଡ଼ି ଦିଅନ୍ତୁ ।
ଭଙ୍ଗା ବାସନ
ଘରେ ଭଙ୍ଗା ବାସନ ଥିଲେ ମା' ଲକ୍ଷ୍ମୀ ବାସ କରନ୍ତିନାହିଁ । ଏହା ଘରକୁ ନକରାତ୍ମକ ଶକ୍ତି ଆଣିଥାଏ ।
ଭଙ୍ଗା ମୂର୍ତ୍ତି
ଠାକୁରଙ୍କର ଚିରା ଫଟୋ କି ଭଙ୍ଗା ମୂର୍ତ୍ତି ଘରେ ରଖିବା ଦ୍ବାରା ବାସ୍ତୁ ଦୋଷ ବଢ଼ିଥାଏ । ସେଥିପାଇଁ ତୁରନ୍ତ ଏହା ଘରୁ ହଟାଇଦିଅନ୍ତୁ ।
ଆସନ୍ତା ୧୦ ତାରିଖରେ ଅକ୍ଷୟ ତୃତୀୟା ପଡ଼ୁଥିବାରୁ ଏହି ସବୁ ଅଶୁଭ ଜିନିଷକୁ ଯଥାଶୀଘ୍ର ଘରୁ ଦୂର କରିଦିଅନ୍ତୁ । ଯାହାଦ୍ବାରା ଘରେ ଶାନ୍ତି ଏବଂ ସମୃଦ୍ଧି ବଜାୟ ରହିବ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
ଅର୍ଗସ ବ୍ୟୁରୋ: ପୁଣି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା 10ରେ ଭୁବନେଶ୍ୱରରେ ମୋଦି କରିବେ ରୋଡ୍ ସୋ । ସେହିପରି 11 ତାରିଖରେ ବଲାଙ୍ଗୀରରେ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି ।
ସେହିପରି ପୂର୍ବ ସୂଚନା ମୁତାବକ ଆସନ୍ତାକାଲି ଅର୍ଥାତ୍ 5 ତାରିଖ ରାତିରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି 9ଟା 30ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେପି ପକ୍ଷରୁ ମୋଦିଙ୍କୁ ଦିଆଯିବ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । ହଜାର ହଜାର ସଂଖ୍ୟାରେ ଲୋକ ବିମାନ ବନ୍ଦର ବାହାରେ ମୋଦିଙ୍କୁ ସ୍ବାଗତ କରିବେ । ରାଜଭବନରେ ରାତିରେ ରହିବେ ପ୍ରଧାନମନ୍ତ୍ରୀ ମୋଦି ।
6 ତାରିଖ ସକାଳୁ ବ୍ରହ୍ମପୁର ଅଭିମୁଖେ ବାହାରି ଯିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ବ୍ରହ୍ମପୁରରେ ବିଶାଳ ସମାବେଶରେ ଯୋଗ ଦେବେ । ତା'ପରେ ନବରଙ୍ଗପୁରରେ ମଧ୍ୟ ବଡ଼ ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଉଦବୋଧନକୁ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ । ଓଡ଼ିଆ ଅସ୍ମିତା, ଭାଷା, ସାହିତ୍ୟ ଓ ସଂସ୍କୃତି ବିପଦରେ ପଡ଼ିଥିବା କଥା ମୋଦି କହି ସାରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି ।
ଆହୁରି ପଢନ୍ତୁ ରାଜନୀତି ଖବର...