୧୯୯୫ରୁ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ହୋଇଥିଲେ ମହେଶ୍ବର ମହାନ୍ତି । ୧୯୯୫ ମସିହାରେ ଜନତା ଦଳରୁ ବିଧାୟକ ହୋଇଥିଲେ । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ଭାବେ ବିଜେଡିରୁ ବିଧାୟକ ହୋଇ ଆସୁଥିଲେ ମହେଶ୍ବର । ୨୦୦୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ପଦବୀ ସମ୍ଭାଳିଥିଲେ । ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ଅନେକ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ମହେଶ୍ବର ।
ଅଧିକ ପଢନ୍ତୁ: ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ, ଶୋକ ବ୍ୟକ୍ତ କଲେ ମନମୋହନ ଓ ଜୟ ନାରାୟଣ ମିଶ୍ର
ପଞ୍ଚାୟତିରାଜ, ରାଜସ୍ବ, ଆଇନ, ପର୍ଯ୍ୟଟନ, ଯୋଜନା ଓ ସଂଯୋଜନା ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ମହେଶ୍ବର । ୨୬ ଫେବ୍ରୁଆରୀ ୧୯୫୬ରେ ଜନ୍ମଗ୍ରହଣ କରିଥିଲେ ମହେଶ୍ବର । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ MA କରିଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟରେ LLB କରିଛନ୍ତି । ପେଶାରେ ଆଇନଜୀବୀ ଥିଲେ ମହେଶ୍ବର । ବର୍ତ୍ତମାନ ପୁରୀ ଜିଲ୍ଲା ସଭାପତି ଦାୟିତ୍ବରେ ଥିଲେ ମହେଶ୍ବର ।
ଓଡିଶା ଖବର ଆହୁରି ପଢନ୍ତୁ