ଅଧିକ ପଢନ୍ତୁ ଓଡିଶା ଖବର
ଜାତୀୟ ରାଜପଥ ବରାବର ଚଳାଚଳ କରୁଛି ଭେରିଯାନ । ଦିନ ତମାନ ଏହି ଯାନ ବନ୍ଦ କରି ସଂଧ୍ୟାସମୟ ପରେ ଚଳାଚଳ କରିବାକୁ ଜିଲା ପ୍ରଶାସନ ପାଖରେ ଗୁହାରି ବି କିଛି କାମ ଦେଉନି । ରାଜରାସ୍ତାର ଏହି ଚଳାଚଳ ପାଇଁ ଅନେକ ନିରୀହ ଛାତ୍ର ଛାତ୍ରୀଙ୍କ ଜୀବନ ଚାଲିଯାଉଥିବାର ଆସିଛି ନଜର । ମୂଲ୍ୟବାନ ଜୀବନ ଦେବାର ଅଧିକାର ନଥିବା ବେଳେ ,ବେପରୁଆ ଗାଡିଚାଳନା ଆଉ ବିଦ୍ୟାଳୟ କୁ ଗାଡି ନେବାର ଅନୁମତି ଦେଲା କିଏ ବୋଲି ପ୍ରଶ୍ନ ଉଠିଛି । ତେବେ ଏଥିପାଇଁ ଦାୟୀ କିଏ ପରିବାର କର୍ତ୍ତୃପକ୍ଷ, ପୋଲିସ ପ୍ରଶାସନ, ଜାଣି ନଜାଣିବାର ଅଭିନୟ କରୁଥିବା ସ୍କୁଲ କର୍ତ୍ତୃପକ୍ଷ କି ପରିବହନ ବିଭାଗ ତାକୁ ନେଇ ଏବେ ନାନା ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।