ଘର
ଓଡ଼ିଶା
ଅଧିକ ଯୌତୁକ ଦାବି କରି ମାରି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ
ଅଧିକ ଯୌତୁକ ଦାବି କରି ମାରି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ
by Jitendra Dash
Odisha
| Sat, Feb 24 | 4:32 p.m.
ଅର୍ଗସ ବ୍ୟୁରୋ : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ମଲ୍ଲିକାପୁର ଗାଁର ରମେଶ ପରିଡାଙ୍କ ପତ୍ନୀ ଝରଣା ଦାସଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଅଧିକ ଯୌତୁକ ଦାବି କରି ମାରି ଦେଇଥିବାର ଖଇରା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଅଧିକ ତଦନ୍ତ ଜାରି କରିଛି । ୨୦୧୭ ମସିହାରେ ଗାଁର ରମେଶ ପରିଡାଙ୍କ ସହିତ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା । ସେବେ ଠୁ ଯୌତୁକ ଦାବି ସହିତ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଶେଷରେ ମାରି ଦେଇ ଆତ୍ମହତ୍ୟା ରୁପ ଦେଇଛନ୍ତି ଵୋଲି ଅଭିଯୋଗ କରିଛନ୍ତି ବାପଘର ଲୋକେ ।