Videos
|
Odisha

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି ଖୋଲିଲା ମିଛ ବିକାଶ ପ୍ରାଚରର ପୋଲ

Jitendra Dash
Browse all articles by Jitendra Dash
·2 years ago·2 min read
ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି ଖୋଲିଲା ମିଛ ବିକାଶ ପ୍ରାଚରର ପୋଲ

ଅର୍ଗସ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଲୋକଙ୍କ ସମସ୍ୟା ଜଣାଇଲେ ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳଙ୍କ ଚିଠି ଖୋଲିଦେଲା ତୃଣମୂଳସ୍ତରରେ ଲୋକଙ୍କ ଦୟନୀୟ ଚିତ୍ର । ଗତ ୫ ରୁ ୭ ତାରିଖ ଢେଙ୍କାନାଳ ଓ ଅନଗୁଳ ଜିଲ୍ଲା ଗସ୍ତରେ ଯାଇଥିଲେ ମହାମହିମ୍ । ଦୁଇ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସୁଖ ଦୁଃଖ ପଚାରି ବୁଝିଥିଲେ । ଏହି ସମୟରେ ଲୋକେ ନିଜ ଅଞ୍ଚଳର ସମସ୍ୟା ରାଜ୍ୟପାଳଙ୍କ ଆଗରେ ବଖାଣିଥିଲେ । ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ପାନୀୟ ଜଳ । 

ସମସ୍ୟା ହେଉ କି ମମତା ଗୃହ ନିର୍ମାଣ ନେଇ ସ୍ଥାନୀୟ ମହିଳାଙ୍କ ଗୁହାରୀ ସେହିପରି ତାଳଚେରର କନ୍ଧ ବେରିଣୀ ଅଂଚଳକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ପ୍ରଦୂଷଣ ଓ ଭୂତଳ ଜଳ ସ୍ତର କମିବା ନେଇ ଗଭର୍ଣ୍ଣରଙ୍କୁ ଅବଗତ କରାଇଥିଲେ । ଏସବୁ ସମସ୍ୟାର ତ୍ବରିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ରରେ ଲେଖିଛନ୍ତି ମହାମହିମ୍ । ଏଥିପାଇଁ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ଅନୁଗୁଳ ଓ ଢେଙ୍କାନାଳ ବାସୀ । ଅନୁଗୁଳ ଗସ୍ତ ବେଳେ  ରାଜ୍ୟପାଳ ରଘୁବର ଦାସ ବାଜି ରାଉତ ଛାତ୍ରାବାସ ପରିଦର୍ଶନରେ ଯାଇଥିଲେ । ସେଠାକାର ବିଭିନ୍ନ ସମସ୍ୟା ସମ୍ପର୍କରେ ମହାମହିମଙ୍କୁ ଜଣାଇଥିଲେ ଛାତ୍ରାବାସର କର୍ମକର୍ତ୍ତା । ଏ ନେଇ ବି ନିଜ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ରାଜ୍ୟପାଳ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟପାଳଙ୍କ ଚିଠି ସାମ୍ନାକୁ ଆସିବା ପରେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ବିରୋଧୀ ଦଳ ନେତା କହିଛନ୍ତି ରାଜ୍ୟପାଳ ଅନୁଭବ କରିସାରିଲେଣି ରାଜ୍ୟ ଲୋକଙ୍କୁ ସେବା ମିଳୁନି । ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ମହାମହିମଙ୍କ ପତ୍ର ପରେ ବିବ୍ରତ ବିଜେଡି ଶିବିର । ପିସିସି ସଭାପତି ବି ରାଜ୍ୟପାଳଙ୍କ ଚିନ୍ତା ବାସ୍ତବିକ ବୋଲି ରଖିଛନ୍ତି ପ୍ରତିକ୍ରିୟା । ଏନେଇ ବିଜେଡି ରଖିଛି ପ୍ରତିକ୍ରିୟା । ନୂଆ କରି ରାଜ୍ୟପାଳ ଭାବେ ଦାୟିତ୍ବ ନେଇଛନ୍ତି ରଘୁବର ଦାସ। ତେବେ ଓଡ଼ିଶା ଲୋକଙ୍କ ସମସ୍ୟାକୁ ଏଭିଳି ଗୁରୁତର ସହ ନେଇ ସମାଧାନ ପାଇଁ ପ୍ରୟାସ କରି ନିଜକୁ ପିପୁଲ୍ସ ଗଭର୍ଣ୍ଣର ଭାବେ ପ୍ରମାଣିତ କରିଛନ୍ତି ରଘୁବର ଦାସ । ତେବେ ରାଜ୍ୟପାଳଙ୍କ ଏହି ପତ୍ର ପରେ ଖୋଲିବ କି ରାଜ୍ୟ ସରକାରଙ୍କ ଆଖି ? ମିଛ ବିକାଶର ପ୍ରଚାର ଛାଡ଼ି ଲୋକଙ୍କ ସତ ସମସ୍ୟା ଅନୁଭବ କରିବେକି ୨୪ ବର୍ଷର ବିଜେଡି ସରକାର ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The governor's letter to the chief minister opened the poll of lying development prachar | Argus News