ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଅବସ୍ଥିତ ଏହି ମା’ବାସୁଳି ମନ୍ଦିର । ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ବିଭିନ୍ନ ଦେବୀଙ୍କୁ ଭିନ୍ନ ଭିନ୍ନ ନାମରେ ଆରାଧନା କରାଯାଏ । ଭୋଗରାଇର ମା’ବାସୁଳି ସେଇ ଆଦି ଶକ୍ତିଙ୍କ ଏକ ଭିନ୍ନ ନାମ ଅଟେ । ମା’ବାସୁଳି ମନ୍ଦିର ଉତ୍ତର ଓଡ଼ିଶାର ଅନ୍ୟତମ ସୁଖ୍ୟାତ ଓ ସର୍ବପ୍ରାଚୀନ ଶକ୍ତିପୀଠ ରୂପେ ପରିଚିତ । ଆଉ ଏହି ମନ୍ଦିର ମାହାତ୍ମ ପାଇଁ ଏଠାରେ ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟେ ।
ଆପଣ କୌଣସି ମନ୍ଦିର ଗଲେ ମା’ଙ୍କ ନିକଟରେ ଫଳ, ମୂଳ, ଛେନା, କଦଳୀ, ନଡିଆ, ଅବା ଲଡୁ ଭୋଗ କରିଥିବେ ନିଶ୍ଚୟ, ହେଲେ ଆମେ ଯେଉଁ ଭୋଗ କଥା କହିବୁ ଆପଣଙ୍କୁ କଥା ଟା ହୁଏତ ଅଡ଼ୁଆ ଲାଗି ପାରେ । କିନ୍ତୁ ଏହା ସତ୍ୟ । ଏଠି ମା’ଙ୍କ ପାଖରେ ମାନସିକଧାରୀ ମାନଙ୍କର ମାନସିକ ପୂରଣ ହୋଇଗଲା ପରେ ଲାଗି ହୁଏ ଶେଉଳ ମାଛ ଓ କ୍ଷୀରି । ଆଉ ଏହା ମା’ଙ୍କର ସବୁଠାରୁ ବଡ ଭୋଗ ବୋଲି ଏଠାକାର ଭକ୍ତ ମାନେ କୁହନ୍ତି ।
ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ବିଭିନ୍ନ ଦେବୀଙ୍କୁ ଭିନ୍ନ ଭିନ୍ନ ନାମରେ ଆରାଧନା କରାଯାଏ । ମା’ ବାସୁଳି ମନ୍ଦିର ଉତ୍ତର ଓଡ଼ିଶାର ଅନ୍ୟତମ ସୁଖ୍ୟାତ ଓ ସର୍ବପ୍ରାଚୀନ ଶକ୍ତିପୀଠ ରୂପେ ପରିଚିତ । ଆଉ ଏହି ମନ୍ଦିର ମାହାତ୍ମ ପାଇଁ ଏଠାରେ ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟେ । ଦେବୀଙ୍କ ମୂର୍ତ୍ତି ଦେବୀ ଦ୍ଵିଭୁଜା, ଖଡ଼ଗି ଓ ଖର୍ପର ଧାରିଣୀ । ଦ୍ଵିଭୁଜା ହେବା ସହ ଦୀର୍ଘକାୟ ପ୍ରାୟ ଛ'ଫୁଟ ଉର୍ଦ୍ଧ୍ବରୁ ମୂର୍ତ୍ତି ଅନ୍ୟତ୍ର ବିରଳ । ଦେବୀଙ୍କ ମାଳକୁ ଧଣ୍ଡାମାଳ କୁହାଯାଏ । ଏହା ଗଳାରୁ ପାଦ ଯାଏଁ ବାରହାତ ଲମ୍ବା ।