ରାୟଗଡା: ଶଙ୍ଖ ଚିହ୍ନରେ ଭୋଟଦିଅ ନହେଲେ ତୁମର ରାସନକାର୍ଡ ଓ ବିଜୁସ୍ବାସ୍ଥ କାର୍ଡ କାଟିଦେବୁ ବୋଲି ଖୁଲମ ଖୁଲା ଧମକ ଦେଉଛନ୍ତି ଜଣେ ମହିଳା ବ୍ୟାଙ୍କ କର୍ମଚାରୀ । ଦେବଗଡ ଜିଲ୍ଲା ରିଆମାଳ ବ୍ଲକର ପ୍ରତ୍ୟେକ ପଞ୍ଚାୟତର SHG ମହିଳାମାନଙ୍କ ଘରେ ଘରେ ପସି ଶଙ୍ଖଚିହ୍ନରେ ଭୋଟ ଦିଅ । ଏଥର ବିଜେଡିକୁ ଭୋଟ ନଦେଲେ ତୁମର ରାସନକାର୍ଡ ବିଜୁସ୍ବାସ୍ଥ କାର୍ଡ ,ବ୍ୟାଙ୍କ ପାସ୍ ବୁକ କାଟିଦେବୁ ବଲି ଧମକଚମକ ଦେଉଥିବା ଏବେ ଅଭିଯୋଗ ହୋଇଛି ।
ସେ ମହିଳା ବ୍ୟାଙ୍କ କର୍ମଚାରୀ ଜଣକ ଟିଙ୍କିବିର ଶାଖାର ବ୍ୟାଙ୍କମିତ୍ର ଭାବରେ କାର୍ଯ୍ୟରତ ଥିବା ଜ୍ୟୋତି ମଞ୍ଜରି ପ୍ରଧାନ ବୋଲି ଜଣାପଡିଛି । ଆପଣ ସ୍କ୍ରିନରେ ଦେଖୁଥିବା ଏ ମହିଳା ହେଉଛନ୍ତି ଜଣେ ବ୍ୟାଙ୍କ ମିତ୍ର । ତାଙ୍କ ନାଁ ଜ୍ୟୋତି ମଞ୍ଜରି ପ୍ରଧାନ ବୋଲି ଜଣାପଡିଛି । ମହିଳା ଜଣଙ୍କ ଦେବଗଡର ବିଜେଡି ବିଧାୟକ ପ୍ରାର୍ଥୀ ରମାଞ୍ଚ ରଞ୍ଜନ ବିଶ୍ଵାଳଙ୍କୁ ମିଠା ଖୁଆଉଛନ୍ତି ଓ ତାଙ୍କୁ ସ୍ବାଗତ ସମ୍ୱର୍ଦ୍ଧନା ମଧ୍ୟ ଜଣାଉଛନ୍ତି ।
ଏହି ମହିଳା ଏବେ ମହିଳାମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟଦିଅ ବୋଲି ଧମକଚମକ ଦେଉଥିବାର ସାଙ୍ଘାତିକ ଅଭିଯୋଗ ଆଶିଛି । ଯାହାକୁ ନେଇ ମହିଳାମାନେ ଭୟବିତ ହେବାସହ ଜୀବନ ପ୍ରତି ବିପଦ ମନେ କରି ନିଜ ନାଁକୁ ଗୋପନ ରଖିବା ସହ କ୍ୟାମେରା ଆଗରେ ମୁହଁକୁ ଘୋଡେଇ ପ୍ରତିକ୍ରିୟା ଦେଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...