Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Baliyatra

Historic Baliyatra Cuttack / ବାଲିଯାତ୍ରାର ଉଦ୍‌ଯାପନୀ ସନ୍ଧ୍ୟାରେ ପ୍ରବଳ ଭିଡ଼; ଶ୍ରେୟାଙ୍କ ଶୋ'ରେ ଠେଲାପେଲା, ୩ ଅଚେତ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ବାଲିଯାତ୍ରାର ଉଦ୍‌ଯାପନୀ ସନ୍ଧ୍ୟାରେ ପ୍ରବଳ ଭିଡ଼; ଶ୍ରେୟାଙ୍କ ଶୋ'ରେ ଠେଲାପେଲା, ୩ ଅଚେତ

Key Points

ଐତିହାସିକ ବାଲିଯାତ୍ରାର ଉଦ୍‌ଯାପନୀ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଚାଲିଛି ବଲିଉଡ୍ ଗାୟିକା ଶ୍ରେୟା ଘୋଷାଲଙ୍କ ଶୋ' । ଶ୍ରେୟାଙ୍କ ଗୀତରେ ଝୁମିବାକୁ ତଳ ବାଲିଯାତ୍ରା ପଡ଼ିଆରେ ପ୍ରବଳ ଭିଡ଼ ଜମିଥିବା ବେଳେ ଠେଲାପେଲାରେ ୩ ଜଣ ଅଚେତ ହୋଇ ପଡ଼ିଥିବା ସୂଚନା ମିଳିଛି ।

କଟକ: ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଶେଷ ସନ୍ଧ୍ୟାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଐତିହାସିକ ବାଲିଯାତ୍ରାର ଉଦ୍‌ଯାପନୀ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଚାଲିଛି ବଲିଉଡ୍ ଗାୟିକା ଶ୍ରେୟା ଘୋଷାଲଙ୍କ ଶୋ' । ଶ୍ରେୟାଙ୍କ ଗୀତରେ ଝୁମିବାକୁ ତଳ ବାଲିଯାତ୍ରା ପଡ଼ିଆରେ ପ୍ରବଳ ଭିଡ଼ ଜମିଥିବା ବେଳେ ଠେଲାପେଲାରେ ୩ ଜଣ ଅଚେତ ହୋଇ ପଡ଼ିଥିବା ସୂଚନା ମିଳିଛି ।

ଏଥିସହ ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ରାଜଧାନୀର ହୋଟେଲକୁ ଡାକୁଛନ୍ତି ଦଲାଲ, ଦେହ ବ୍ୟବସାୟରେ କରାଉଛନ୍ତି ଲିପ୍ତ

ମିଳିଥିବା ସୂଚନା ଅନୁସାରେ, ତଳ ବାଲିଯାତ୍ରା ପଡ଼ିଆରେ ସନ୍ଧ୍ୟା ସାଢ଼େ ୭ଟାରେ ଆରମ୍ଭ ହୋଇଥିଲା ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ । ମଞ୍ଚକୁ ଆସିବା ମାତ୍ରେ ଶ୍ରେୟା ଘୋଷାଲଙ୍କ କଣ୍ଠର ଯାଦୁରେ ମତୁଆଲା ହୋଇଥିଲେ ଦର୍ଶକ । ଶ୍ରେୟାଙ୍କ ଶୋ' ଆରମ୍ଭ ପୂର୍ବରୁ ଲୋକାରଣ୍ୟ ହୋଇ ଉଠିଥିଲା ବାଲିଯାତ୍ରା ପଡ଼ିଆ ।


ପ୍ରବଳ ଭିଡ଼ ଭିତରେ ଶ୍ରେୟା ଗୀତ ଗାଇବା ବେଳେ ଠେଲାପେଲା ସ୍ଥିତି ଦେଖିବାକୁ ମିଳିଛି । ଠେଲାପେଲାରେ ୩ ଜଣ ଅଚେତ ହୋଇ ପଡ଼ିଥିବା କୁହାଯାଉଛି । ୩ ଜଣ ଅଚେତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ମେଡିକାଲ୍ ନିଆଯାଇଛି । ଅଚେତ ୩ ଜଣ ଯାକ ଯୁବତୀ ବୋଲି ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ପିଲା ପିଛା ୨୫ ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି

ଅସମ୍ଭାଳ ଭିଡ଼ ଓ ଠେଲାପେଲା ସ୍ଥିତି ପରେ ଟ୍ଵିନ୍ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ବାଲିଯାତ୍ରା ପଡ଼ିଆରେ ପହଞ୍ଚିଛନ୍ତି । କୁହାଯାଉଛି, ପ୍ରଶାସନ ଆକଳନ କରିଥିବା ଭିଡ଼ ଠାରୁ ଅଧିକ ଲୋକ ଶେଷ ଦିନରେ ବାଲିଯାତ୍ରା ପଡ଼ିଆକୁ ଆସିଥିଲେ । ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶ୍ରେୟାଙ୍କୁ ଶୁଣିବାକୁ ପ୍ରବଳ ଭିଡ଼ ଜମିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cuttack Baliyatra 2025: Massive Crowd at Shreya Ghoshal’s Show, Two Faint in Chaos | Argus News | Argus News