Historic Baliyatra Cuttack / ଉପର ପଡ଼ିଆରେ ହେବ ବାଲିଯାତ୍ରା, ଆବଣ୍ଟନ ହେଲାଣି ୨୦ଟି ଷ୍ଟଲ
·8 months ago·2 min read

Key Points
ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ ସୂଚନା । କହିଲେ, ବର୍ତ୍ତମାନ ସୁଦ୍ଧା ଆବଣ୍ଟନ ହେଲାଣି ୨୦ଟି ଷ୍ଟଲ ।
ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ଏନେଇ ସ୍ପଷ୍ଟ କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଉପର ପଡ଼ିଆରେ ୨୦ଟି ଷ୍ଟଲ ଆବଣ୍ଟନ ହୋଇସାରିଛି । ପାରମ୍ପରିକ ଖାଦ୍ୟ ସହ ହସ୍ତଶିଳ୍ପ ସାମଗ୍ରୀ ପାଇଁ ଷ୍ଟଲ୍ ଆବଣ୍ଟନ ହୋଇଛି । ଅନ୍ୟ ବ୍ୟବସାୟୀ ଚାହିଁଲେ ମଧ୍ୟ ଉପର ପଡ଼ିଆରୁ ଷ୍ଟଲ୍ ନେଇପାରିବେ । ରିହାତି ଦରରେ ବ୍ୟବସାୟୀଙ୍କୁ ଉପର ପଡ଼ିଆରେ ଷ୍ଟଲ୍ ଦିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।
ତେବେ ଉପର ପଡ଼ିଆରେ ବ୍ୟବସାୟ ନ କରିବା ପାଇଁ ବ୍ୟବସାୟୀ ସଂଘ ଅନୁରୋଧ କରିଥିଲା । ସେଥିପାଇଁ ଉପର ପଡ଼ିଆରେ ଷ୍ଟଲ୍ ହେବ କି ନାହିଁ ଦ୍ଵନ୍ଦ ଲାଗି ରହିଥିଲା । ବର୍ତ୍ତମାନ୍ କିଛି ବ୍ୟବସାୟୀ ଉପର ପଡ଼ିଆରେ ଷ୍ଟଲ୍ କରିବା ପାଇଁ ରାଜି ହେବାରୁ ଷ୍ଟଲ୍ ଆବଣ୍ଟନ ସହ ପ୍ରସ୍ତୁତି କାମ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।
ଐତିହାସିକ ବାଲିଯାତ୍ରାର ଜୀବନ୍ତ ପ୍ରତୀକ ହେଉଛି ଏହି କଳିଙ୍ଗ ତରଙ୍ଗିଣୀ ବୋଇତ । ପ୍ରାଚୀନ କଳିଙ୍ଗର ବୋଇତ ନିର୍ମାଣ ଶୈଳୀରେ ନିର୍ମାଣ ହୋଇଛି ଏହି ବୋଇତ । ଯାହାକୁ ନିର୍ମାଣ କରିବା ପାଇଁ ଦେଢ଼ ମାସ ସମୟ ଲାଗିଥିଲା । ଏହାକୁ ୨୦ରୁ ଉର୍ଦ୍ଧ୍ବ କାରିଗର ତିଆରି କରିଛନ୍ତି। ଉନ୍ନୟନ କମିଶନରଙ୍କ ସହ କଟକ ଜିଲ୍ଲାପାଳ, ସିଏମସି କମିଶନର, ଅତିରିକ୍ତ ଜିଲ୍ଲାପାଳ ଆଦି ଏହି ବୋଇତରେ ବସି ମହାନଦୀରେ ଭ୍ରମଣ କରିଥିଲେ ।
ଐତିହାସିକ କଟକ ବାଲିଯାତ୍ରା-୨୦୨୫କୁ ଆସିବା ଲାଗି ବଣ୍ଟା ଚାଲିଛି ନିମନ୍ତ୍ରଣ ପତ୍ର । ପ୍ରଥମେ ମା' କଟକ ଚଣ୍ଡୀଙ୍କୁ ବାଲିଯାତ୍ରା ନିମନ୍ତ୍ରଣ ପତ୍ର ଦେଇଛି ପ୍ରଶାସନ । ମା' କଟକ ଚଣ୍ଡୀଙ୍କୁ ବାଲିଯାତ୍ରା ନିମନ୍ତ୍ରଣ ପତ୍ର ଦେବା ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜିଲ୍ଲାପାଳ ନିମନ୍ତ୍ରଣ ପତ୍ର ଦେଇଛନ୍ତି । ରାଜ୍ୟପାଳଙ୍କୁ ରାଜଭବନରେ ଭେଟି ବାଲିଯାତ୍ରା ଆସିବାକୁ ନିମନ୍ତ୍ରଣ କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । ସେହିଭଳି ବାଲିଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି କଟକ ଜିଲ୍ଲାପାଳ । ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ବାଲିଯାତ୍ରା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି କଟକ ଜିଲ୍ଲାପାଳ ।
ତେବେ ଉପର ପଡ଼ିଆରେ ବ୍ୟବସାୟ ନ କରିବା ପାଇଁ ବ୍ୟବସାୟୀ ସଂଘ ଅନୁରୋଧ କରିଥିଲା । ସେଥିପାଇଁ ଉପର ପଡ଼ିଆରେ ଷ୍ଟଲ୍ ହେବ କି ନାହିଁ ଦ୍ଵନ୍ଦ ଲାଗି ରହିଥିଲା । ବର୍ତ୍ତମାନ୍ କିଛି ବ୍ୟବସାୟୀ ଉପର ପଡ଼ିଆରେ ଷ୍ଟଲ୍ କରିବା ପାଇଁ ରାଜି ହେବାରୁ ଷ୍ଟଲ୍ ଆବଣ୍ଟନ ସହ ପ୍ରସ୍ତୁତି କାମ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।
ଅଧିକ ପଢ଼ନ୍ତୁ: ଐତିହାସିକ କଟକ ବାଲିଯାତ୍ରାକୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ନିମନ୍ତ୍ରଣ
ସେପଟେ ମହାନଦୀ ଗଡ଼ଗଡ଼ିଆ ଘାଟରେ କଳିଙ୍ଗ ତରଙ୍ଗିଣୀର ଶୁଭାରମ୍ଭ କରାଯାଇଛି । କଟକର ଐତିହାସିକ ବାଲିଯାତ୍ରା ପୂର୍ବରୁ ଏହି କଳିଙ୍ଗ ତରଙ୍ଗିଣୀର ଶୁଭାରମ୍ଭ କରାଯାଇଛି । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମିତ ଏହି ନୂତନ ବୋଇତର ଶୁଭାରମ୍ଭ କରିଛନ୍ତି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ତେବେ ଶୁଭାରମ୍ଭ ପୂର୍ବରୁ ବୋଇତର ପୂଜାର୍ଚ୍ଚନା କରାଯାଇଥିଲା ।ଐତିହାସିକ ବାଲିଯାତ୍ରାର ଜୀବନ୍ତ ପ୍ରତୀକ ହେଉଛି ଏହି କଳିଙ୍ଗ ତରଙ୍ଗିଣୀ ବୋଇତ । ପ୍ରାଚୀନ କଳିଙ୍ଗର ବୋଇତ ନିର୍ମାଣ ଶୈଳୀରେ ନିର୍ମାଣ ହୋଇଛି ଏହି ବୋଇତ । ଯାହାକୁ ନିର୍ମାଣ କରିବା ପାଇଁ ଦେଢ଼ ମାସ ସମୟ ଲାଗିଥିଲା । ଏହାକୁ ୨୦ରୁ ଉର୍ଦ୍ଧ୍ବ କାରିଗର ତିଆରି କରିଛନ୍ତି। ଉନ୍ନୟନ କମିଶନରଙ୍କ ସହ କଟକ ଜିଲ୍ଲାପାଳ, ସିଏମସି କମିଶନର, ଅତିରିକ୍ତ ଜିଲ୍ଲାପାଳ ଆଦି ଏହି ବୋଇତରେ ବସି ମହାନଦୀରେ ଭ୍ରମଣ କରିଥିଲେ ।
ଐତିହାସିକ କଟକ ବାଲିଯାତ୍ରା-୨୦୨୫କୁ ଆସିବା ଲାଗି ବଣ୍ଟା ଚାଲିଛି ନିମନ୍ତ୍ରଣ ପତ୍ର । ପ୍ରଥମେ ମା' କଟକ ଚଣ୍ଡୀଙ୍କୁ ବାଲିଯାତ୍ରା ନିମନ୍ତ୍ରଣ ପତ୍ର ଦେଇଛି ପ୍ରଶାସନ । ମା' କଟକ ଚଣ୍ଡୀଙ୍କୁ ବାଲିଯାତ୍ରା ନିମନ୍ତ୍ରଣ ପତ୍ର ଦେବା ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜିଲ୍ଲାପାଳ ନିମନ୍ତ୍ରଣ ପତ୍ର ଦେଇଛନ୍ତି । ରାଜ୍ୟପାଳଙ୍କୁ ରାଜଭବନରେ ଭେଟି ବାଲିଯାତ୍ରା ଆସିବାକୁ ନିମନ୍ତ୍ରଣ କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ । ସେହିଭଳି ବାଲିଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି କଟକ ଜିଲ୍ଲାପାଳ । ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ବାଲିଯାତ୍ରା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି କଟକ ଜିଲ୍ଲାପାଳ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories