Videos
|
Business

Reddit Viral Post / ପାଖରେ ରଖିଛନ୍ତି ୫୦ ଲକ୍ଷ ସମ୍ପତ୍ତି; ତଥାପି ଦୁଃଖରେ ୩୦ ବର୍ଷୀୟ ଯୁବକ, କାରଣ ଜାଣି ଚକିତ ହେବେ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପାଖରେ ରଖିଛନ୍ତି ୫୦ ଲକ୍ଷ ସମ୍ପତ୍ତି; ତଥାପି ଦୁଃଖରେ ୩୦ ବର୍ଷୀୟ ଯୁବକ, କାରଣ ଜାଣି ଚକିତ ହେବେ
Reddit Viral Post

Key Points

ପାଖରେ ଲକ୍ଷ ଲକ୍ଷ ଟଙ୍କା
ତଥାପି ଖୁସିନାହାନ୍ତି ଯୁବକ
ପାଖରେ ଅଛି ଲକ୍ଷ ଲକ୍ଷ ଟଙ୍କା । ଭଲ ରୋଜଗାର କରୁଛନ୍ତି । ସ୍ତ୍ରୀ ମଧ୍ୟ ଚାକିରିଆ । ତଥାପି ନିଜ ଜୀବନକୁ ନେଇ ଖୁସିନାହାନ୍ତି ୩୦ ବର୍ଷୀୟ ଯୁବକ । ସୋସିଆଲ ମିଡିଆର ଯୁଗରେ, ଲୋକମାନେ ପ୍ରାୟତଃ ଅନ୍ୟମାନଙ୍କ ତୁଳନାରେ ନିଜକୁ ହୀନ ଅନୁଭବ କରୁଛନ୍ତି । ଏଠାରେ ମଧ୍ୟ ସମାନ ଘଟଣା । ୩୦ ବର୍ଷୀୟ ବିବାହିତ ଯୁବକ ଜଣକ ନିଜକୁ ବନ୍ଧୁ ସହିତ ତୁଳନା କରି ଚିନ୍ତିତ ଥିବା ପ୍ରକାଶ କରିଛନ୍ତି ।

  • ପାଖରେ ଅଛି ୫୦ ଲକ୍ଷର ସମ୍ପତ୍ତି
ଏକ ରେଡିଟ୍ ପୋଷ୍ଟରେ, ବ୍ୟକ୍ତି ଜଣକ କ୍ୟାପସନ ସହିତ ନିଜର କଥା ସେୟାର କରିଛନ୍ତି, "ବିବାହିତ, ମୋଟ ସମ୍ପତ୍ତି ୫୦ ଲକ୍ଷ, ମୋ ପାଖରେ ଗାଡ଼ି ନାହିଁ, ଭଡ଼ା ଘରେ ରହୁଛି । ଟଙ୍କା କଥା ଆସିଲେ ମୁଁ କାହିଁକି ପଛରେ ପଡ଼ିଯାଏ ?" ସେ ଆହୁରି ଲେଖିଛନ୍ତି ଯେ ଏହି ମାସରେ, ସେ ଏବଂ ତାଙ୍କ ପତ୍ନୀ ମିଶି ₹୫୦ ଲକ୍ଷରୁ ଅଧିକ ସମ୍ପତ୍ତିର ମାଲିକ ମାଲିକାଣୀ । ଏହା ସତ୍ତ୍ୱେ, ସେ ପ୍ରାୟତଃ ଏହି କ୍ଷେତ୍ରରେ ତାଙ୍କ ବନ୍ଧୁମାନଙ୍କଠାରୁ ବହୁତ ପଛରେ ଥିବା ଅନୁଭବ କରନ୍ତି ।

  • ବନ୍ଧୁମାନଙ୍କ ସହିତ ତୁଳନା କରି ଚାପରେ
ସେ ଆହୁରି ଲେଖିଛନ୍ତି ଯେ ଯେତେବେଳେ ସେ ତାଙ୍କ କଲେଜ ବନ୍ଧୁମାନଙ୍କ ସହିତ କଥା ହୁଅନ୍ତି, ସେ ନିଜକୁ ପଛରେ ଛାଡ଼ିଯାଇଥିବା ଅନୁଭବ କରନ୍ତି । କାରଣ ସେମାନେ ଅନେକ ଦିନ ପୂର୍ବରୁ ଦୁଇଟି ଫ୍ଲାଟ୍ କିଣି ସାରିଛନ୍ତି ଏବଂ ସେଗୁଡ଼ିକୁ ଭଡ଼ା ମଧ୍ୟ ଦେଉଛନ୍ତି । ଅନ୍ୟମାନେ କାର ମାଲିକ ଏବଂ ବାଲି ଓ ମାଳଦ୍ୱୀପ ଭଳି ସ୍ଥାନକୁ ଯାତ୍ରା କରନ୍ତି । ସୋସିଆଲ ମିଡିଆ ଦ୍ୱାରା ପ୍ରଭାବିତ ହୋଇ ତାଙ୍କ ପତ୍ନୀ ମହଙ୍ଗା ମେକଅପ୍ କିମ୍ବା ଅନ୍ୟାନ୍ୟ ଫ୍ୟାନ୍ସି ଜିନିଷ କିଣନ୍ତି, ସେତେବେଳେ ସେ ବହୁତ ଅସହଜ ଅନୁଭବ କରନ୍ତି ।

  • ପୋଷ୍ଟ ଉପରେ ଲୋକଙ୍କ ପ୍ରତିକ୍ରିୟା
୩୦ ବର୍ଷ ବୟସରେ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ଏବଂ ପଛରେ ପଡ଼ିଯିବା ବିଷୟରେ ସେହି ବ୍ୟକ୍ତିଙ୍କ ପୋଷ୍ଟ ଉପରେ ଲୋକମାନେ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି । ଅଧିକାଂଶ ତାଙ୍କୁ ବନ୍ଧୁମାନଙ୍କ ସହ ତୁଳନା କରିବାରେ କମ୍ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, "ଅନ୍ୟ ସହ ନିଜକୁ ଏପରି ତୁଳନା କରିବା ଦ୍ଵାରା ନିଜର ଖୁସି ଉପରେ ପ୍ରଭାବ ପଡ଼ିବ । ଆପଣଙ୍କ ବନ୍ଧୁମାନଙ୍କ ବିଷୟରେ ଚିନ୍ତା କରିବା ବନ୍ଦ କରନ୍ତୁ। କଳ୍ପନା କରନ୍ତୁ ଯେ ଆପଣ ସେମାନଙ୍କଠାରୁ ୫ରୁ ୧୦ ବର୍ଷ ଆଗରେ ଅଛନ୍ତି । ଆପଣ ଯାହା ରୋଜଗାର କରିଛନ୍ତି ସେଥିରେ ସନ୍ତୁଷ୍ଟ ରୁହନ୍ତୁ । ଏହା ଏକ ଭଲ ଭବିଷ୍ୟତ ପାଇଁ ଭଲ ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୩୦ ହଜାର ଋଣ ନେଇଥିଲେ; ଅନଲାଇନରୁ ଶିଖି, ସାଣ୍ଡୱିଚ୍ ବିକି ମାସକୁ ୨୫ଲକ୍ଷ ରୋଜଗାର

ଅନ୍ୟ ଜଣେ ବ୍ୟବହାରକାରୀ ଯୁବକଙ୍କୁ ଏକ ଗାଡ଼ି କିଣିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଯଦି ହେବ ସେ ଏକ ଛୋଟ ସେକେଣ୍ଡ-ହ୍ୟାଣ୍ଡ ଗାଡ଼ି କିଣିବା ଭଲ ହେବ । ସେହିପରି ଆଉ ଜଣେ ବ୍ୟବହାରକାରୀ ତାଙ୍କୁ ଆର୍ଥିକ ଗଣନା ବୁଝାଇ ଲେଖିଥିଲେ ଯେ ୫୦ ଲକ୍ଷ ଟଙ୍କା ସଞ୍ଚୟ କରିବା ବହୁତ ଭଲ । ଯଦି ଆମେ ଭାରତରେ ହାରାହାରି ଆର୍ଥିକ ପ୍ରଦର୍ଶନକୁ ଦେଖିବା, ତେବେ ଆପଣ ୫% କିମ୍ବା ଅଧିକ ରୋଜଗାରିଆ ଏବଂ ସଞ୍ଚୟକାରୀଙ୍କ ମଧ୍ୟରେ ଅଛନ୍ତି ।