Videos
|
Business

Pension Hike News / ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପେନସନଧାରୀଙ୍କ ୧୧ ଦାବି; ମଞ୍ଜୁରୀ ମିଳିଲେ ମିଳିବ ବଡ଼ ଫାଇଦା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପେନସନଧାରୀଙ୍କ ୧୧ ଦାବି; ମଞ୍ଜୁରୀ ମିଳିଲେ ମିଳିବ ବଡ଼ ଫାଇଦା
8th Pay Commission Pension News

Key Points

ଅଷ୍ଟମ ବେତନ ଆୟୋଗ
ପେନସନଧାରୀଙ୍କ ୧୧ ଦାବି
ଶୁଣିବେ କି ପିଏମ ମୋଦି ?
ମଞ୍ଜୁରୀ ମିଳିଲେ ବଲ୍ଲେ ବଲ୍ଲେ
ନୂଆଦିଲ୍ଲୀ: ଅଷ୍ଟମ ବେତନ କମିଶନକୁ ନେଇ ଏବେ ପେନସନଭୋଗୀଙ୍କ ଆଶା ବଢ଼ିଛି । ପେନସନ୍‌ରେ ବଡ଼ ଆଶ୍ୱସ୍ତି ଏବଂ ଦୀର୍ଘଦିନର ସମସ୍ୟାର ସମାଧାନ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପେନସନଭୋଗୀ ସଂଗଠନ । ଏଥିରେ ପେନସନ୍‌ରେ ଅତିକମ୍‌ରେ ୨୦ ପ୍ରତିଶତ ଅନ୍ତରୀଣ ରିଲିଫ୍ ଦେବା ସହ ଓଲ୍ଡ ପେନସନ୍ ସ୍କିମ୍ ବା ଓପିଏସ୍‌କୁ ପୁନଃ ଲାଗୁ କରିବା ଭଳି ବଡ଼ ଦାବି ରହିଛି ।

  • ୧୧ଟି ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି
ଫୋରମ୍ ଅଫ୍ ସିଭିଲ୍ ପେନସନର୍ସ ଆସୋସିଏସନ୍ ବା ଏଫ୍‌ସିପିଏ ପକ୍ଷରୁ ନଭେମ୍ବର ୨୫ରେ ନୂଆଦିଲ୍ଲୀର ଇଷ୍ଟର୍ଣ୍ଣ କୋର୍ଟରେ ସାମୂହିକ ଧାରଣା ପରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ପଠାଯାଇଛି । କେନ୍ଦ୍ର ସରକାର, ରେଳବାଇ, ପ୍ରତିରକ୍ଷା ବିଭାଗ, ବିଏସ୍‌ଏନ୍‌ଏଲ୍‌, ଏମ୍‌ଟିଏନ୍‌ଏଲ୍‌, ବ୍ୟାଙ୍କ ଏବଂ ବିଭିନ୍ନ ସ୍ୱାୟତ୍ତ ସଂସ୍ଥାର ପେନସନଭୋଗୀଙ୍କ ସମସ୍ୟା ଏହି ଚିଠିରେ ଉଠାଯାଇଛି । ଫ୍ୟାମିଲି ପେନସନ୍ ପାଉଥିବା ଲୋକଙ୍କ ସମସ୍ୟା ମଧ୍ୟ ଉଲ୍ଲେଖ ରହିଛି ।

  • ୨୦୨୬ ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କୁ ମିଳୁ ଲାଭ
ପେନସନଭୋଗୀ ସଂଗଠନର ସବୁଠାରୁ ବଡ଼ ଦାବି ହେଉଛି, ଅଷ୍ଟମ ବେତନ କମିଶନର ଟର୍ମସ୍ ଅଫ୍ ରେଫରେନ୍ସ ବା ଟିଓଆର୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହୁ ଯେ, ୧ ଜାନୁଆରୀ ୨୦୨୬ ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କ ପେନସନ୍ ମଧ୍ୟ ସଂଶୋଧନ କରାଯିବ । ସଂଗଠନର ଆଶଙ୍କା କରିଛି ଯେ, ଯଦି ଏହି ବ୍ୟବସ୍ଥା ସ୍ପଷ୍ଟ ନହୁଏ ତେବେ ପୁରୁଣା ଓ ନୂଆ ପେନସନଭୋଗୀଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି ହୋଇପାରେ ।

  • ପେନସନ୍ ଭାଲିଡେସନ୍ ଆକ୍ଟ ୨୦୨୫ ରଦ୍ଦ ଦାବି
ପେନସନଭୋଗୀଙ୍କ ଆଉ ଏକ ପ୍ରମୁଖ ଦାବି ହେଉଛି ପେନସନ୍ ଭାଲିଡେସନ୍ ଅଫ୍ ରୁଲ୍ସ ଆକ୍ଟ, ୨୦୨୫କୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଉ । ଏହା ସହ ୧ ଜାନୁଆରୀ ୨୦୨୬ ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କୁ ମଧ୍ୟ ପେନସନ୍ ସଂଶୋଧନର ସୁବିଧା ମିଳୁ ଏବଂ ପୁରୁଣା ପେନସନ୍ ଯୋଜନା ବା ଓପିଏସ୍‌କୁ ପୁନଃ ଲାଗୁ କରାଯାଉ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • BSNL, ବ୍ୟାଙ୍କ ପେନସନଭୋଗୀଙ୍କ ପାଇଁ ମଧ୍ୟ ଦାବି
ବିଏସ୍‌ଏନ୍‌ଏଲ୍ ଓ ଏମ୍‌ଟିଏନ୍‌ଏଲ୍‌ର ପେନସନଭୋଗୀଙ୍କ ପେନସନ୍ ସଂଶୋଧନ, ବ୍ୟାଙ୍କ ପେନସନଭୋଗୀଙ୍କ ପେନସନ୍ ଅପଡେଟ୍ ଏବଂ ସ୍ୱାୟତ୍ତ ସଂସ୍ଥାର ପେନସନଭୋଗୀଙ୍କୁ ମଧ୍ୟ ସମାନ ସୁବିଧା ଦେବାକୁ ଦାବି ହୋଇଛି । ଏହା ସହ ବର୍ତ୍ତମାନ ମିଳୁଥିବା ୫୦ ପ୍ରତିଶତ ଡିଏ ଓ ଡିଆର୍‌କୁ ବେସିକ୍ ବେତନ ଏବଂ ପେନସନ୍‌ରେ ମିଶାଇବାକୁ ମଧ୍ୟ ଦାବି ରହିଛି ।

ପଢନ୍ତୁ ଏହି ଖବର: ଅନ୍ତିମ ସଂସ୍କାର ପ୍ୟାକେଜ୍; ୪ କାନ୍ଧରୁ ପିଣ୍ଡଦାନ ଯାଏଁ ସବୁ ବ୍ୟବସ୍ଥା; ଜାଣନ୍ତୁ କେତେ ରହିଛି ଦାମ

  • ପେନସନ୍‌ରେ ୨୦% ଅନ୍ତରୀଣ ରିଲିଫ୍
ପେନସନଭୋଗୀଙ୍କୁ ତୁରନ୍ତ ଆଶ୍ୱସ୍ତି ଦେବା ପାଇଁ ଅତିକମ୍‌ରେ ୨୦ ପ୍ରତିଶତ ଅନ୍ତରୀଣ ରିଲିଫ୍ ଦେବାକୁ ଦାବି କରାଯାଇଛି । ଏହା ସହ କମ୍ୟୁଟେଡ୍ ପେନସନ୍ ପୁନଃସ୍ଥାପନର ସମୟସୀମା କମାଇବା, ସିଜିଏଚ୍‌ଏସ୍‌ର ଚିକିତ୍ସା ସୁବିଧା ବ୍ୟାପକ କରିବା ଏବଂ ମେଡିକାଲ୍ ଆଲାଉନ୍ସ ବୃଦ୍ଧି କରିବା ଭଳି ଦାବି ମଧ୍ୟ ରହିଛି । ସମସ୍ତ ପେନସନଭୋଗୀଙ୍କ ପାଇଁ ସମାନ ନ୍ୟାୟ ଓ ସୁବିଧା ସୁନିଶ୍ଚିତ କରିବା ଉପରେ ସଂଗଠନ ଜୋର ଦେଇଛି।

  • ପେନସନଭୋଗୀଙ୍କ ମନରେ କାହିଁକି ରହିଛି ଭୟ ?
ପେନସନଭୋଗୀଙ୍କ ସବୁଠୁ ବଡ଼ ଚିନ୍ତା ହେଉଛି ୧ ଜାନୁଆରୀ ୨୦୨୬ ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କ ପେନସନ୍ ସଂଶୋଧନ ନେଇ ସ୍ପଷ୍ଟ ନିୟମ ନଥିବା । ଯଦି ଅଷ୍ଟମ ବେତନ କମିଶନର ଟର୍ମସ୍ ଅଫ୍ ରେଫରେନ୍ସରେ ଏହି ବର୍ଗର ପେନସନଭୋଗୀଙ୍କୁ ସ୍ପଷ୍ଟ ଭାବେ ସାମିଲ କରାନଯାଏ, ତେବେ ଅବସର ତାରିଖ ଆଧାରରେ ପେନସନଭୋଗୀଙ୍କ ମଧ୍ୟରେ ଭିନ୍ନତା ସୃଷ୍ଟି ହେବାର ଆଶଙ୍କା ରହିଛି । ଏହି ଭୟ ଦୂର କରିବା ଏବଂ ସମସ୍ତଙ୍କୁ ସମାନ ଅଧିକାର ଦେବା ପାଇଁ ଏବେ ପେନସନଭୋଗୀ ସଂଗଠନ ପକ୍ଷରୁ ୧୧ଟି ଦାବି ରଖାଯାଇଛି ।