Rupee record low / କାହିଁକି ଖସୁଛି ଟଙ୍କା ମୂଲ୍ୟ; କେମିତି ରୋକାଯାଇପାରିବ ? ଖୋଲିଲା ରାଜ୍
·5 months ago·2 min read

Key Points
କାହିଁକି ଦୁର୍ବଳ ହେଉଛି ଟଙ୍କା
ଏହା ପଛର କାରଣ କଣ
ଅର୍ଥନୈତିକ ସର୍ଭେ ରିପୋର୍ଟରେ ଖୋଲିଲା ରାଜ୍
ଏହା ପଛର କାରଣ କଣ
ଅର୍ଥନୈତିକ ସର୍ଭେ ରିପୋର୍ଟରେ ଖୋଲିଲା ରାଜ୍
ଆମେରିକା ଡଲାର ତୁଳନାରେ ରେକର୍ଡ ତଳକୁ ଖସିଲା ଟଙ୍କା । ଆଜି ୧ ଡଲାରର ମୂଲ୍ୟ ୯୨ ଟଙ୍କା ପାର କରିଛି, ଯାହାଦ୍ବାରା ଟଙ୍କାର ମୂଲ୍ୟ ରେକର୍ଡ ସ୍ତରକୁ ଖସିଛି । ଭାରତୀୟ ମୁଦ୍ରା ଚଳିତ ବର୍ଷ ୨.୫ ପ୍ରତିଶତ ହ୍ରାସ ପାଇଛି । ତେବେ ଆମେରିକା ଫେଡେରାଲ ରିଜର୍ଭ ଏହାର ରେପୋ ହାର ହ୍ରାସକୁ ବିରତ କରିବା ପରେ ଟଙ୍କା ଦୁର୍ବଳ ହୋଇଛି । ଏହାରି ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ରିପୋର୍ଟରେ ଟଙ୍କା ଦୁର୍ବଳ ହେବାର କାରଣ ଓ ଏହାକୁ କିପରି ରୋକାଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଛି ।
କାହିଁକି ଦୁର୍ବଳ ହେଉଛି ଟଙ୍କା ?
ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ, ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ଭାରତର ଆର୍ଥିକ ଅବସ୍ଥା ସ୍ଥିତିକୁ ଦର୍ଶାଉନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଟଙ୍କା ନିଜ କ୍ଷମତାଠାରୁ କମ ପ୍ରଦର୍ଶନ କରୁଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଟିମ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ମୁଦ୍ରା ଦୁର୍ବଳ ହେବା ଫଳରେ ଭାରତ ଉପରେ ଆମେରିକାର ବର୍ଦ୍ଧିତ ଟାରିଫର ପ୍ରଭାବ ମଧ୍ୟ ହ୍ରାସ ପାଇଛି । ଅର୍ଥାତ ଟଙ୍କା ଦୁର୍ବଳ ହେବାରେ ଆମେରିକା ଟାରିଫ ସେତେଟା କୌଣସି ଯୋଗଦାନ ନାହିଁ ।
ଅନ୍ୟପଟେ ସର୍ଭେ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏଭଳି ପରିସ୍ଥିତିରେ ଟଙ୍କା ଦୁର୍ବଳ ହେବା ହାନିକାରକ ନୁହେଁ, କାରଣ ଏହାଦ୍ବାରା ଭାରତୀୟ ସାମଗ୍ରୀ ଉପରେ ବର୍ଦ୍ଧିତ ଆମେରିକା ଟାରିଫର ପ୍ରଭାବକୁ କମ କରିଥାଏ । ଏହାସହିତ ଅଶୋଧିତ ତେଲ ଆମଦାନୀର ଉଚ୍ଚା ଦର ଦ୍ବାରା ଦରଦାମ ବୃଦ୍ଧି ହେବାର କୌଣସି ବିପଦ ମଧ୍ୟ ନାହିଁ । ସର୍ଭେ ରିପୋର୍ଟରେ କୁହାଯାଇଛି ଅର୍ଥବ୍ୟବସ୍ଥାରେ ପୁଞ୍ଜି ପ୍ରବାହରେ ବାଧା ଯୋଗୁଁ ଟଙ୍କା ଦୁର୍ବଳ ହୋଇଛି ।
କେମିତି ରୋକାଯାଇପାରିବ ?
ଆଜି ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଟଙ୍କାର ମୂଲ୍ୟ କିପରି ବୃଦ୍ଧି କରାଯାଇପାରିବେ ସେନେଇ ପରାମର୍ଶ ମଧ୍ୟ ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଭାରତକୁ ଏହାର ବର୍ଦ୍ଧିତ ଆମଦାନୀ ବିଲ୍ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ନିବେଶକଙ୍କ ଆଗ୍ରହ ଏବଂ ବିଦେଶୀ ମୁଦ୍ରାରେ ରପ୍ତାନି ଆୟ ସୃଷ୍ଟି କରିବାକୁ ପଡ଼ିବ।
ଗୋଟିଏ ବର୍ଷରେ ୬% ଖସିଲା ଟଙ୍କା
ଗତ ଏକ ବର୍ଷ ମଧ୍ୟରେ ଟଙ୍କାର ମୂଲ୍ୟ ୬ ପ୍ରତିଶତରୁ ଅଧିକ ହ୍ରାସ ପାଇଛି, ଯେଉଁଥିରେ ଆମଦାନୀ ହଙ୍ଗା ଓ ରପ୍ତାନି ଶସ୍ତା ହୋଇଯାଇଛି । ଏହିପରି ଭାବରେ ଭାରତୀୟ ଅର୍ଥବ୍ୟବସ୍ଥା ଲାଗି ପ୍ରତିଯୋଗିତା ବୃଦ୍ଧି ପାଇଛି । ଏହି ସର୍ଭେରେ ସ୍ବଦେଶୀ ପ୍ରୟାସ ସହିତ ରପ୍ତାନି ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
ଏଥିସହ ପଢନ୍ତୁ: ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଆଗତ; ଜିଡିପି ଅଭିବୃଦ୍ଧି ୭.୨% ରହିବା ଆକଳନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories