Economic Survey Report / ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଆଗତ; ଜିଡିପି ଅଭିବୃଦ୍ଧି ୭.୨% ରହିବା ଆକଳନ
·5 months ago·3 min read

Key Points
ସଂସଦରେ ଆଗତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫-୨୬
ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଜିଡିପି ଅଭିବୃଦ୍ଧି ୭.୨% ରହିବା ଆକଳନ

କେନ୍ଦ୍ର ବଜେଟ୍ ୨୦୨୬ ପୂର୍ବରୁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬ ଉପସ୍ଥାପନ କରିଛନ୍ତି । ଏହା ଭାରତର ଆର୍ଥିକ ଦୃଷ୍ଟିକୋଣକୁ ଦର୍ଶାଇଛି, ଯେଉଁଥିରେ ଜିଡିପି ଅଭିବୃଦ୍ଧି ଆକଳନ ଏବଂ ମୁଦ୍ରାସ୍ଫୀତି ଅନ୍ତର୍ଭୁକ୍ତ । ୧୬ଟି ଅଧ୍ୟାୟରେ ବିଭକ୍ତ ଏହି ୭୯୯ ପୃଷ୍ଠାର ସର୍ଭେ ରିପୋର୍ଟ ଭାରତର ଜିଡିପି ଅଭିବୃଦ୍ଧି ୬.୮- ୭.୨% ମଧ୍ୟରେ ରହିବା ଆକଳନ କରିଛି ।
ଜିଡିପି ଅଭିବୃଦ୍ଧି ପଛରେ ଦୃଢ ଘରୋଇ ଚାହିଦାକୁ ମୁଖ୍ୟ କାରକ ଭାବେ ବିବେଚନା କରାଯାଇଛି । ଏହାସହିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରଥମ ଥର ଲାଗି କୃତ୍ରିମ ବୁଦ୍ଧିମତା ବା ଏଆଇକୁ ନେଇ ଏକ ଭିନ୍ନ ଚାପ୍ଟର ରହିଛି, ଯାହାକି ଆଗାମୀ ଦିନରେ କେନ୍ଦ୍ର ସରକାର ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି ସ୍ପଷ୍ଟ ହୋଇଛି । ସେପଟେ ବୈଶ୍ବିକ ଅନିଶ୍ଚିତତାକୁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ବ୍ୟାପକ ଭାବେ ଉଲ୍ଲେଖ କରାଯାଇଛି, ଯାହାଦ୍ବାରା ଏହାର ପ୍ରଭାବକୁ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ହ୍ରାସ କରାଯାଇପାରିବ ।
ଦ୍ରୁତ ଗତିରେ ବଢୁଛି ଦେଶର ଇଲେକ୍ଟ୍ରୋନିକ୍ ସେକ୍ଟର
ଅର୍ଥମନ୍ତ୍ରୀଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଭାରତର ଇଲେକ୍ଟ୍ରୋନିକ୍ ସେକ୍ଟରର ଦ୍ରୁତ ଅଭିବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା କହିଛନ୍ତି ଯେ ଦେଶର ଇଲେକ୍ଟ୍ରୋନିକ୍ ସେକ୍ଟର ଆର୍ଥିକ ବର୍ଷ ୨୦୨୨ରେ ସପ୍ତମ ବୃହତ୍ତମ ରପ୍ତାନୀ ବର୍ଗରୁ ବୃଦ୍ଧି ପାଇ ଆର୍ଥିକ ବର୍ଷ ୨୦୨୫ ସୁଦ୍ଧା ତୃତୀୟ ବୃହତ୍ତମ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ବର୍ଗରେ ପରିଣତ ହୋଇଛି । ଆର୍ଥିକ ବର୍ଷ ୨୦୨୬ର ପ୍ରଥମାର୍ଦ୍ଧରେ ଇଲେକ୍ଟ୍ରୋନିକ୍ସ ରପ୍ତାନି ବୃଦ୍ଧି ପାଇ ୨୨.୨ ବିଲିୟନ ପର୍ଯ୍ୟନ୍ତ ପହଞ୍ଚିବା ସହିତ ଏହି କ୍ଷେତ୍ର ଭାରତର ଦ୍ୱିତୀୟ ସର୍ବବୃହତ ରପ୍ତାନିକାରୀ ସେକ୍ଟରରେ ପରିଣତ ହେବ । ଘରୋଇ ଉତ୍ପାଦନର ଚାହିଦା ବଢିବା ସହିତ ରପ୍ତାନୀରେ ଦ୍ରୁତ ଗତିରେ ବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ଅର୍ଥନୈତିକ ସର୍ଭେ ୨୦୨୫-୨୬ରେ କଣ ଖାସ୍ ?
ଏଥର ଏହି ସର୍ଭେ ରିପୋର୍ଟରେ ମୋଟ ୧୬ଟି ଚାପ୍ଟର ରଖାଯାଇଛି । AI ଲାଗି ଏକ ସ୍ବତନ୍ତ୍ର ଚାପ୍ଟର ରହିଛି । ଆର୍ଥିକ ବର୍ଷ ୨୦୨୭ ଲାଗି ଜିଡିପି ଅଭିବୃଦ୍ଧି ୬.୮- ୭.୨% ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି । ଆମେରିକା ଟାରିଫ୍ ସତ୍ତ୍ବେ ମଜଭୁତ ପ୍ରଦର୍ଶନର ଆଶା କରାଯାଇଛି । ସେହିପରି ଆର୍ଥିକ ବର୍ଷ ୨୦୨୬-୨୭ରେ, ବିକାଶ ଦର ୭.୪ ପ୍ରତିଶତ ରହିବା ଅନୁମାନ । ଡିସେମ୍ବର ତ୍ରୈମାସିକ ପାଇଁ ମୁଦ୍ରାସ୍ଫୀତି ୦.୬% ଏବଂ ମାର୍ଚ୍ଚ ତ୍ରୈମାସିକ ପାଇଁ ୨.୯% ରହିବ ବୋଲି ଆରବିଆଇ ଆକଳନ କରିଛି । CAD ଉପରେ ନିର୍ଭରଶୀଳତା ଯୋଗୁଁ ଟଙ୍କା ମୂଲ୍ୟ ହରାଇଛି । ମୁଦ୍ରା ସ୍ଥିରତା ପାଇଁ ମାନୁଫାକଚରିଂ ରପ୍ତାନି ଅତ୍ୟନ୍ତ ଜରୁରୀ ।
ଅର୍ଥନୈତିକ ସର୍ଭେ ରିପୋର୍ଟ କଣ ?
ଅର୍ଥନୈତିକ ସର୍ଭେ ହେଉଛି ବଜେଟ୍ ପୂର୍ବରୁ ଉପସ୍ଥାପିତ ଏକ ସରକାରୀ ଦସ୍ତାବିଜ । ଅର୍ଥନୈତିକ ସର୍ଭେ ନୂଆ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହେବା ପୂର୍ବରୁ ଦେଶର ଅର୍ଥନୈତିକ ପରିସ୍ଥିତି, ଚ୍ୟାଲେଞ୍ଜ ଏବଂ ଭବିଷ୍ୟତ ଦିଗର ଏକ ବିସ୍ତୃତ ମୂଲ୍ୟାଙ୍କନ ପ୍ରଦାନ କରିଥାଏ । ଏହା ଦେଶର ଅଭିବୃଦ୍ଧି, ମୁଦ୍ରାସ୍ଫୀତି, ବେକାରୀ ଆକଳନ, ବାଣିଜ୍ୟ ଏବଂ ଆର୍ଥିକ ଅବସ୍ଥା ବିଷୟରେ ମଧ୍ୟ ସୂଚନା ପ୍ରଦାନ କରେ । ଏହି ରିପୋର୍ଟ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଏକ ସ୍ବତନ୍ତ୍ର ଦଳ ଦ୍ୱାରା ପ୍ରସ୍ତୁତ କରାଯାଏ ।
ଏଥିସହ ପଢନ୍ତୁ- ରିଫର୍ମ, ଟ୍ରାନ୍ସଫର୍ମ, ପରଫର୍ମ ଆମର ପ୍ରାଥମିକତା; ବଜେଟ ପୂର୍ବରୁ ଦେଶକୁ ମୋଦିଙ୍କ ମେସେଜ୍
କେନ୍ଦ୍ର ବଜେଟ୍ ୨୦୨୬
ସୂଚନାଥାଉ କି, ଜାନୁଆରୀ ୨୮ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଜେଟ ଅଭିଭାଷଣ ସହିତ ଆରମ୍ଭ ହୋଇଛି ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ ଅଧିବେଶନ । ଫେବ୍ରୁଆରୀ ୧ ତାରିଖ (ରବିବାର)ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ । ଏହା ସୀତାରମଣଙ୍କ ଲଗାତର ନବମ ବଜେଟ୍ ହେବାକୁ ଯାଉଛି । ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଏପ୍ରିଲ ୨ ପର୍ଯ୍ୟନ୍ତ ଚାଲିବ ।

VIDEO | Delhi: Union Finance Minister Nirmala Sitharaman (@nsitharaman) tables Economic Survey 2025-26 in Lok Sabha.
— Press Trust of India (@PTI_News) January 29, 2026
(Source: Third Party)#EconomicSurvey pic.twitter.com/xxedux0Ewd
ଦ୍ରୁତ ଗତିରେ ବଢୁଛି ଦେଶର ଇଲେକ୍ଟ୍ରୋନିକ୍ ସେକ୍ଟର
ଅର୍ଥମନ୍ତ୍ରୀଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଭାରତର ଇଲେକ୍ଟ୍ରୋନିକ୍ ସେକ୍ଟରର ଦ୍ରୁତ ଅଭିବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା କହିଛନ୍ତି ଯେ ଦେଶର ଇଲେକ୍ଟ୍ରୋନିକ୍ ସେକ୍ଟର ଆର୍ଥିକ ବର୍ଷ ୨୦୨୨ରେ ସପ୍ତମ ବୃହତ୍ତମ ରପ୍ତାନୀ ବର୍ଗରୁ ବୃଦ୍ଧି ପାଇ ଆର୍ଥିକ ବର୍ଷ ୨୦୨୫ ସୁଦ୍ଧା ତୃତୀୟ ବୃହତ୍ତମ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ବର୍ଗରେ ପରିଣତ ହୋଇଛି । ଆର୍ଥିକ ବର୍ଷ ୨୦୨୬ର ପ୍ରଥମାର୍ଦ୍ଧରେ ଇଲେକ୍ଟ୍ରୋନିକ୍ସ ରପ୍ତାନି ବୃଦ୍ଧି ପାଇ ୨୨.୨ ବିଲିୟନ ପର୍ଯ୍ୟନ୍ତ ପହଞ୍ଚିବା ସହିତ ଏହି କ୍ଷେତ୍ର ଭାରତର ଦ୍ୱିତୀୟ ସର୍ବବୃହତ ରପ୍ତାନିକାରୀ ସେକ୍ଟରରେ ପରିଣତ ହେବ । ଘରୋଇ ଉତ୍ପାଦନର ଚାହିଦା ବଢିବା ସହିତ ରପ୍ତାନୀରେ ଦ୍ରୁତ ଗତିରେ ବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ଅର୍ଥନୈତିକ ସର୍ଭେ ୨୦୨୫-୨୬ରେ କଣ ଖାସ୍ ?
ଏଥର ଏହି ସର୍ଭେ ରିପୋର୍ଟରେ ମୋଟ ୧୬ଟି ଚାପ୍ଟର ରଖାଯାଇଛି । AI ଲାଗି ଏକ ସ୍ବତନ୍ତ୍ର ଚାପ୍ଟର ରହିଛି । ଆର୍ଥିକ ବର୍ଷ ୨୦୨୭ ଲାଗି ଜିଡିପି ଅଭିବୃଦ୍ଧି ୬.୮- ୭.୨% ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି । ଆମେରିକା ଟାରିଫ୍ ସତ୍ତ୍ବେ ମଜଭୁତ ପ୍ରଦର୍ଶନର ଆଶା କରାଯାଇଛି । ସେହିପରି ଆର୍ଥିକ ବର୍ଷ ୨୦୨୬-୨୭ରେ, ବିକାଶ ଦର ୭.୪ ପ୍ରତିଶତ ରହିବା ଅନୁମାନ । ଡିସେମ୍ବର ତ୍ରୈମାସିକ ପାଇଁ ମୁଦ୍ରାସ୍ଫୀତି ୦.୬% ଏବଂ ମାର୍ଚ୍ଚ ତ୍ରୈମାସିକ ପାଇଁ ୨.୯% ରହିବ ବୋଲି ଆରବିଆଇ ଆକଳନ କରିଛି । CAD ଉପରେ ନିର୍ଭରଶୀଳତା ଯୋଗୁଁ ଟଙ୍କା ମୂଲ୍ୟ ହରାଇଛି । ମୁଦ୍ରା ସ୍ଥିରତା ପାଇଁ ମାନୁଫାକଚରିଂ ରପ୍ତାନି ଅତ୍ୟନ୍ତ ଜରୁରୀ ।
ଅର୍ଥନୈତିକ ସର୍ଭେ ରିପୋର୍ଟ କଣ ?
ଅର୍ଥନୈତିକ ସର୍ଭେ ହେଉଛି ବଜେଟ୍ ପୂର୍ବରୁ ଉପସ୍ଥାପିତ ଏକ ସରକାରୀ ଦସ୍ତାବିଜ । ଅର୍ଥନୈତିକ ସର୍ଭେ ନୂଆ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହେବା ପୂର୍ବରୁ ଦେଶର ଅର୍ଥନୈତିକ ପରିସ୍ଥିତି, ଚ୍ୟାଲେଞ୍ଜ ଏବଂ ଭବିଷ୍ୟତ ଦିଗର ଏକ ବିସ୍ତୃତ ମୂଲ୍ୟାଙ୍କନ ପ୍ରଦାନ କରିଥାଏ । ଏହା ଦେଶର ଅଭିବୃଦ୍ଧି, ମୁଦ୍ରାସ୍ଫୀତି, ବେକାରୀ ଆକଳନ, ବାଣିଜ୍ୟ ଏବଂ ଆର୍ଥିକ ଅବସ୍ଥା ବିଷୟରେ ମଧ୍ୟ ସୂଚନା ପ୍ରଦାନ କରେ । ଏହି ରିପୋର୍ଟ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଏକ ସ୍ବତନ୍ତ୍ର ଦଳ ଦ୍ୱାରା ପ୍ରସ୍ତୁତ କରାଯାଏ ।
ଏଥିସହ ପଢନ୍ତୁ- ରିଫର୍ମ, ଟ୍ରାନ୍ସଫର୍ମ, ପରଫର୍ମ ଆମର ପ୍ରାଥମିକତା; ବଜେଟ ପୂର୍ବରୁ ଦେଶକୁ ମୋଦିଙ୍କ ମେସେଜ୍
କେନ୍ଦ୍ର ବଜେଟ୍ ୨୦୨୬
ସୂଚନାଥାଉ କି, ଜାନୁଆରୀ ୨୮ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଜେଟ ଅଭିଭାଷଣ ସହିତ ଆରମ୍ଭ ହୋଇଛି ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ ଅଧିବେଶନ । ଫେବ୍ରୁଆରୀ ୧ ତାରିଖ (ରବିବାର)ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ । ଏହା ସୀତାରମଣଙ୍କ ଲଗାତର ନବମ ବଜେଟ୍ ହେବାକୁ ଯାଉଛି । ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଏପ୍ରିଲ ୨ ପର୍ଯ୍ୟନ୍ତ ଚାଲିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories