Banks Open Sunday / ସରକାରଙ୍କ ବଡ଼ ନିଷ୍ପତ୍ତି; ୩ ଦିନିଆ ଧର୍ମଘଟ ପାଇଁ ରବିବାର ଖୋଲା ରହିବ ବ୍ୟାଙ୍କ
·2 hours ago·2 min read

Key Points
ଗ୍ରାହକଙ୍କ ସୁବିଧା ପାଇଁ ଅର୍ଥ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି
ଆସନ୍ତା ରବିବାର ସେପ୍ଟେମ୍ବର ୨୭ରେ ଖୋଲା ରହିବ ବ୍ୟାଙ୍କ
ସମସ୍ତ ସରକାରୀ ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ ଶାଖା ଖୋଲା ରହିବ
୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା

ନୂଆଦିଲ୍ଲୀ: ରବିବାର ବ୍ୟାଙ୍କ ଖୋଲା ରହିବ । ବଡ଼ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ରବିବାର, ୨୭ ସେପ୍ଟେମ୍ବର ୨୦୨୬ରେ ସମସ୍ତ ବ୍ୟାଙ୍କ ଖୋଲା ରହିବ ।
କାହିଁକି ଏ ନିଷ୍ପତ୍ତି ?
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ପକ୍ଷରୁ ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ତା' ପୂର୍ବରୁ ସେପ୍ଟେମ୍ବର ୨୬ ଓ ୨୭ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ରହିଛି । ଫଳରେ ଲଗାତାର ୫ ଦିନ ବ୍ୟାଙ୍କ ବନ୍ଦ ରହିବା ଆଶଙ୍କା ଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି । ତେଣୁ ସେପ୍ଟେମ୍ବର ୨୭ ରବିବାର ବ୍ୟାଙ୍କ ଖୋଲିବ ।
ଏଥିସହ ପଢ଼ନ୍ତୁ: ବରିଷ୍ଠ ନାଗରିକଙ୍କ ପାଇଁ FDରେ ବଡ଼ ରିଟର୍ଣ୍ଣ, ଏହି ୫ ବ୍ୟାଙ୍କ ଦେଉଛନ୍ତି ୮% ପର୍ଯ୍ୟନ୍ତ ସୁଧ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁ ବ୍ୟାଙ୍କ ଖୋଲା ରହିବ ?
ସମସ୍ତ ସରକାରୀ ବ୍ୟାଙ୍କ (Public Sector Banks) ଗ୍ରାମୀଣ ବ୍ୟାଙ୍କ (Regional Rural Banks) ଏହି ଦିନ ବ୍ୟାଙ୍କର ସମସ୍ତ ଶାଖା, ଅଫିସ, ATM-ଲିଙ୍କ ଶାଖା ଏବଂ କରେନ୍ସି ଚେଷ୍ଟ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି RBI ଅନୁମତି ଦେଇଛି ।
ଅର୍ଥ ବିଭାଗ କହିଛି, "ବ୍ୟାଙ୍କ ଗ୍ରାହକଙ୍କ କଲ୍ୟାଣ ଓ ସୁବିଧା ସରକାରଙ୍କ ପ୍ରଥମ ପ୍ରାଥମିକତା । ଧର୍ମଘଟ ସ୍ଥଗିତ ରଖିବାକୁ ୟୁନିୟନକୁ ଅନୁରୋଧ କରାଯାଇଛି ଏବଂ ଜରୁରୀ ବ୍ୟାଙ୍କିଂ ସେବା ଯେଭଳି ବାଧାପ୍ରାପ୍ତ ନ ହେବ ସେ ନେଇ ବ୍ୟବସ୍ଥା କରାଯାଇଛି ।"
୨୮ରୁ ୩୦ ବ୍ୟାଙ୍କ ଧର୍ମଘଟ
ଚଳିତ ମାସ ଶେଷରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ପକ୍ଷରୁ ୩ ଦିନିଆ ବ୍ଯାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଏହି ଧର୍ମଘଟ ଦେଶବ୍ୟାପୀ ସେପ୍ଟେମ୍ବର ୨୮ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ତାରିଖ ବୁଧବାର ପର୍ଯ୍ୟନ୍ତ ଜାରି ରହିବ । ସେହି ହିସାବରେ ଦେଖିଲେ ବ୍ୟାଙ୍କ ଦୀର୍ଘଦିନ ବନ୍ଦ ରହିବ ।
ଏଥିସହ ପଢ଼ନ୍ତୁ: ୨୫ ସେପ୍ଟେମ୍ବର ପୂର୍ବରୁ ସାରିଦିଅନ୍ତୁ ବ୍ୟାଙ୍କର ଜରୁରୀ କାମ, PNB ଜାରି କଲା ଆଲର୍ଟ
ତେଣୁ ପ୍ରସ୍ତାବିତ ଧର୍ମଘଟ ଡାକରାକୁ ଦୃଷ୍ଟିରେ ରଖି ଏବେ RBI ବଡ଼ ନିଷ୍ପତ୍ତି ନେଇଛି । ରବିବାର, ସେପ୍ଟେମ୍ବର ୨୭ରେ ସମସ୍ତ ସରକାରୀ ଓ ଗ୍ରାମ୍ୟ ବ୍ୟାଙ୍କ ଖୋଲିବା ସହ ସାମାନ୍ୟ ରୂପେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Topics
Explore more stories