Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Bharat Taxi / ସରକାର ଆଣିଲେ 'ଭାରତ ଟ୍ୟାକ୍ସି', ଜାଣନ୍ତୁ ଭଡ଼ାରୁ ନେଇ କମିଶନ ସବୁ ତଥ୍ୟ...

Sushanta Sahoo
Browse all articles by Sushanta Sahoo
·8 months ago·2 min read
ସରକାର ଆଣିଲେ 'ଭାରତ ଟ୍ୟାକ୍ସି', ଜାଣନ୍ତୁ ଭଡ଼ାରୁ ନେଇ କମିଶନ ସବୁ ତଥ୍ୟ...

Key Points

କେନ୍ଦ୍ର ସରକାର ଭାରତ ଟ୍ୟାକ୍ସି ନାମକ କ୍ୟାବ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଓଲା, ଉବର ଭଳି ଘରୋଇ କ୍ୟାବ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ଲାଗି କେନ୍ଦ୍ର ସରକାରଙ୍କ ଭାରତ ଟ୍ୟାକ୍ସି ଚ୍ୟାଲେଞ୍ଜ ସୃଷ୍ଟି କରିପାରେ
ନୂଆଦିଲ୍ଲୀ: ଅନଲାଇନ୍ କ୍ୟାବ୍ କମ୍ପାନୀଙ୍କ ମନଇଚ୍ଛା ଭଡ଼ା, ଆପ୍ଲିକେସନ୍‌ରେ ଦେଖାଉଥିବା ଭଡ଼ା ଠାରୁ ଅଧିକ ଟଙ୍କା ମାଗିବା, ଅଧିକ ଅର୍ଥ ନଦେଲେ ରାଇଡ୍ ବାତିଲ୍ କରିଦେବାକୁ ନେଇ ଆପଣ ଚିନ୍ତିତ କି ? ଯଦି ହଁ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ସରକାର ନେଇ ଆସିଛନ୍ତି ଭାରତ ଟ୍ୟାକ୍ସି (Bharat Taxi) ।

କେନ୍ଦ୍ର ସରକାର ଭାରତ ଟ୍ୟାକ୍ସି ନାମକ କ୍ୟାବ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଓଲା, ଉବର ଭଳି ଘରୋଇ କ୍ୟାବ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ଲାଗି କେନ୍ଦ୍ର ସରକାରଙ୍କ ଭାରତ ଟ୍ୟାକ୍ସି ଚ୍ୟାଲେଞ୍ଜ ସୃଷ୍ଟି କରିପାରେ କେନ୍ଦ୍ର ସରକାର ଭାରତ ଟ୍ୟାକ୍ସି ନାମକ କ୍ୟାବ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଓଲା, ଉବର ଭଳି ଘରୋଇ କ୍ୟାବ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ଲାଗି କେନ୍ଦ୍ର ସରକାରଙ୍କ ଭାରତ ଟ୍ୟାକ୍ସି ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।

ଏଥିସହ ପଢ଼ନ୍ତୁ: ଆଇପିଏଲ ୨୦୨୬ରେ ହେବ ବଡ଼ ପରିବର୍ତ୍ତନ ! ଚେନ୍ନାଇ ଜର୍ସି ପିନ୍ଧି ପାରନ୍ତି ଏହି ଷ୍ଟାର ଖେଳାଳି

କାରଣ ଘରୋଇ କ୍ୟାବ୍ ସେବା ଯୋଗାଉଥିବା କମ୍ପାନୀ ଗୁଡ଼ିକ ଟ୍ରିପ୍ ପିଛା ଡ୍ରାଇଭରଙ୍କ ଠାରୁ କମିଶନ ନେଇଥାନ୍ତି । କିନ୍ତୁ ସକାର ଆଣିଥିବା ଭାରତ ଟ୍ୟାକ୍ସିରେ ପ୍ରତି ଟ୍ରିପ୍‌ରେ ଯାହା ଭଡ଼ା ମିଳିବ ତାହା ସମ୍ପୂର୍ଣ୍ଣ ଭାବେ ଡ୍ରାଇଭରଙ୍କୁ ମିଳିବ । ଅର୍ଥାତ୍ ପୂର୍ବଭଳି ଆଉ ଗାଡ଼ି ମାଲିକ କିମ୍ବା ଡ୍ରାଇଭରଙ୍କୁ ଦେବାକୁ ପଡ଼ବ ନାହିଁ କମିଶନ । ଏହା ଫଳରେ ଏବେ ବିଭିନ୍ନ ଘରୋଇ କମ୍ପାନୀରେ କ୍ୟାବ୍ ଲଗାଇଥିବା ଡ୍ରାଇଭର ଓ ମାଲିକ ଭାରତ ଟ୍ୟାକ୍ସି ଆଡ଼କୁ ମୁହାଁଇବେ ।

ଖୁବଶୀଘ୍ର ହେବ ଆରମ୍ଭ

ଦେଶର ପ୍ରଥମ ସହକାରୀ ଟ୍ୟାକ୍ସି ସେବା ହେଉଛି 'ଭାରତ ଟ୍ୟାକ୍ସି' । ଯାହାକୁ ସରକାର ପାଇଲଟ୍ ପ୍ରକଳ୍ପ ଭାବେ ନଭେମ୍ବର ମାସରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆରମ୍ଭ କରିବାକୁ ଯାଉଛନ୍ତି । ଡିସେମ୍ବର ମାସରେ ଏହାକୁ ଅନ୍ୟ ସହରକୁ ସମ୍ପ୍ରସାରଣ କରାଯିବ ।

ଏଥିସହ ପଢ଼ନ୍ତୁ: ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ, ଟମାଟୋ କିଲୋ ଟପିଲା ୬୦୦ ଟଙ୍କା

ନୂଆଦିଲ୍ଲୀରେ ନଭେମ୍ବରରେ ଆରମ୍ଭ ହେବାକୁ ପାଇଲଟ୍ ପ୍ରକଳ୍ପରେ ୬୫୦ ଡ୍ରାଇଭରଙ୍କୁ ସାମିଲ୍ କରାଯିବ । ଅର୍ଥାତ୍ 'ଭାରତ ଟ୍ୟାକ୍ସି' ଆରମ୍ଭରେ ୬୫୦ଟି ଗାଡ଼ି ସେବା ଯୋଗାଇବେ । ଡିସେମ୍ବରରେ ଅନ୍ୟ ସହରକୁ ଏହି ସେବାର ସମ୍ପ୍ରସାରଣ କରି ବର୍ଷ ଶେଷ ସୁଦ୍ଧା ୫ ହଜାର ଡ୍ରାଇଭରଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

କେମିତି କାମ କରିବ 'ଭାରତ ଟ୍ୟାକ୍ସି' ?

କେନ୍ଦ୍ର ସରକାରଙ୍କ ସହଯୋଗ ମନ୍ତ୍ରଣାଳୟ ଓ ନ୍ୟାସନାଲ୍ ଇ-ଗଭର୍ଣ୍ଣାସ୍ ଡିଭିଜନ ମିଳିତ ଭାବେ ଏହି ଆପ୍ଲିକେସନ୍ ପ୍ରସ୍ତୁତ କରିଛନ୍ତି । ଏହାକୁ ସହକାର ଟ୍ୟାକ୍ସି କୋଅପରେଟିଭ୍ ଲିମିଟେଡ୍ ପରିଚାଳନା କରିବ । ସରକାର ଏହି ସଂସ୍ଥା ସହ ଚୁକ୍ତି ସ୍ଵାକ୍ଷର କରିଛନ୍ତି । ୩୦୦ କୋଟିର ପ୍ରାରମ୍ଭିକ ପୁଞ୍ଜିରେ ଏହାକୁ ୨୦୨୫ ଜୁନ୍‌ରେ ପ୍ରତିଷ୍ଠା କରାଯାଇଛି ।

ଦିଲ୍ଲୀରୁ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା 'ଭାରତ ଟ୍ୟାକ୍ସି' ୨୦୨୬ ସୁଦ୍ଧାର ସମସ୍ତ ମେଟ୍ରୋ ସହରକୁ କଭର କରିବ । ଏଥିପାଇଁ ମୁମ୍ବାଇ, ପୁନେ, ଭୋପାଳ, ଲକ୍ଷ୍ନୌ, ଜୟପୁର ଆଦି ସହରକୁ ପ୍ରାଥମିକତା ଦିଆଯାଇଛି । ୨୦୩୦ ସୁଦ୍ଧା ୧ ଲକ୍ଷରୁ ଅଧିକ ଡ୍ରାଇଭରଙ୍କୁ ଯୋଡ଼ି 'ଭାରତ ଟ୍ୟାକ୍ସି' ପ୍ରତି ଜିଲ୍ଲା ସଦର ମହକୁମାକୁ ଯୋଡ଼ି ଗାଁ ଗାଁରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Government Launches Bharat Taxi to Rival Ola and Uber | Argus News | Argus News