Washington Sundar / ଆଇପିଏଲ ୨୦୨୬ରେ ହେବ ବଡ଼ ପରିବର୍ତ୍ତନ ! ଚେନ୍ନାଇ ଜର୍ସି ପିନ୍ଧି ପାରନ୍ତି ଏହି ଷ୍ଟାର ଖେଳାଳି
·8 months ago·2 min read

Key Points
ଆଇପିଏଲ ୨୦୨୬ ପୂର୍ବରୁ ହେବ ବଡ଼ ପରିବର୍ତ୍ତନ । ଗୁଜରାଟ ଛାଡ଼ିବେ ସୁନ୍ଦର । ପିନ୍ଧିପାରନ୍ତି ଚେନ୍ନାଇ ଜର୍ସି।
ଆଇପିଏଲ ୨୦୨୬ ପୂର୍ବରୁ ଆରମ୍ଭ ହୋଇସାରିଲାଣି ପ୍ରସ୍ତୁତି । ଆଇପିଏଲ ମିନି ଅକ୍ସନ ପୂର୍ବରୁ ଏବେ କିଛି ଖେଳାଳିଙ୍କ ଟ୍ରେଡ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗୁଜୁରାଟ ଟାଇଟାନ୍ସ (GT) ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ସହିତ ଟ୍ରେଡ୍ କରିବାକୁ ରାଜି ହୋଇଛି । ଯଦି ଏହି ଟ୍ରେଡ୍ ଚୁକ୍ତି ସଫଳ ହୁଏ ତେବେ ଏହା CSK ପାଇଁ ଏକ ବଡ଼ ସୁଯୋଗ ହେବ । କାହିଁକି ନା ଚେନ୍ନାଇର ବରିଷ୍ଠ ଅଫ୍-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏହି ବର୍ଷ ଆରମ୍ଭରେ IPLରୁ ଅବସର ଘୋଷଣା କରିଛନ୍ତି । ତେଣୁ ସୁନ୍ଦର ଚେନ୍ନାଇ ଆସିଲେ ଦଳ ଆହୁରି ସୁଦୃଢ଼ ହେବ ।
ୱାଶିଂଟନ ସୁନ୍ଦର ନିଜ ଘରକୁ ଫେରିଛନ୍ତି
ତାମିଲନାଡୁର ବାସିନ୍ଦା ୱାଶିଂଟନ ସୁନ୍ଦରଙ୍କ ପାଇଁ ଏହି ପଦକ୍ଷେପ ଏକ ପ୍ରକାର ଘରକୁ ବାହୁଡ଼ା ହେବ । ସେ ୨୦୧୭ରେ ରାଇଜିଂ ପୁଣେ ସୁପରଜିଆଣ୍ଟସ ସହିତ ତାଙ୍କର IPL କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଗତ ସିଜନରେ ସେ ଗୁଜୁରାଟ ଟାଇଟାନ୍ସ ପାଇଁ ୬ ମ୍ୟାଚ୍ ଖେଳି କେବଳ ୧୩୩ ରନ୍ ଏବଂ ୨ଟି ଓ୍ବିକେଟ୍ ନେଇଥିଲେ । ରିପୋର୍ଟ ଅନୁସାରେ, ଗୁଜୁରାଟ ଦଳ ସୁନ୍ଦରକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିପାରି ନଥିଲା । ଯେଉଁଥିପାଇଁ ଏବେ ସୁନ୍ଦରଙ୍କୁ ଗୁଜରାଟ ଚେନ୍ନାଇ ସହ ଟ୍ରେଡ୍ କରିପାରେ ବୋଲି ଚର୍ଚ୍ଚା ହେଉଛି ।
ତାମିଲ ନ୍ୟୁଜ୍ ୱେବସାଇଟ୍ ସମୟମର ଏକ ରିପୋର୍ଟ ଅନୁଯାୟୀ, CSK ୱାଶିଂଟନ୍ ସୁନ୍ଦରଙ୍କୁ ୩.୨ କୋଟି ଟଙ୍କାରେ କିଣିପାରେ । ତେବେ ଚେନ୍ନାଇ ଏହି ଟ୍ରେଡ୍ରେ କୌଣସି ଅତିରିକ୍ତ ସର୍ତ୍ତ ରଖିନାହିଁ । ଅର୍ଥାତ ସୁନ୍ଦର ସିଧାସଳଖ ଦଳରେ ଯୋଗ ଦେଇପାରିବେ ।
ସୁନ୍ଦର ଅଶ୍ୱିନଙ୍କ ସ୍ଥାନ ନେବେ
CSK ପରିଚାଳନା ପୂର୍ବରୁ ଅଶ୍ୱିନଙ୍କ ସ୍ଥାନରେ ସୁନ୍ଦରଙ୍କୁ ଦଳରେ ସାମିଲ କରିବାକୁ ଯୋଜନା କରୁଥିଲେ । ଅଶ୍ୱିନଙ୍କୁ ୯.୭୫ କୋଟିରେ କିଣିଥିଲେ । କିନ୍ତୁ ଗତ ସିଜିନ୍ରେ ଭଲ ପ୍ରଦର୍ଶନ କରିପାରିନଥିଲେ । ସେ ୯ ମ୍ୟାଚରେ କେବଳ ୩୩ ରନ୍ କରିଥିଲେ ଏବଂ ୭ ୱିକେଟ୍ ନେଇଥିଲେ ।
CSK ଏକ ଯୁବ ଦଳ ବିକାଶ କରୁଛି
୨୦୨୫ ସିଜିନ୍ CSK ପାଇଁ ଏକ ନିରାଶାଜନକ ଥିଲା । କାରଣ ଦଳ ପ୍ରଥମ ଥର ପାଇଁ ପଏଣ୍ଟ ଟେବୁଲର ଶେଷରେ ଥିଲା । ଫ୍ରାଞ୍ଚାଇଜ୍ ଏବେ ଯୁବ ଖେଳାଳିଙ୍କ ଉପରେ ଧ୍ୟାନ ଦେଉଛି । ଆଉ ଓ୍ବାଶିଂଟନ ସୁନ୍ଦରଙ୍କ ପ୍ରବେଶ ଏହି ରଣନୀତିର ଏକ ଅଂଶ ବୋଲି କୁହାଯାଉଛି । ଯଦି ଏହି ଚୁକ୍ତି ବାସ୍ତବ ରୂପ ନିଏ, ତେବେ ସୁନ୍ଦର ଧୋନିଙ୍କ ନେତୃତ୍ୱାଧୀନ ଦଳରେ ସ୍ପିନର ଏବଂ ନିମ୍ନ କ୍ରମର ବ୍ୟାଟସମ୍ୟାନ୍ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

ଅଧିକ ପଢ଼ନ୍ତୁ: ବିଶ୍ବକପ୍ ସେମିଫାଇନାଲରେ ଭାରତ, ଆଉ ଦୁଇଟି ମ୍ୟାଚ୍ ଜିତିଲେ ଇତିହାସ ରଚିବ ଟିମ୍ ଇଣ୍ଡିଆ
ସୁନ୍ଦର ଅଶ୍ୱିନଙ୍କ ସ୍ଥାନ ନେବେ
CSK ପରିଚାଳନା ପୂର୍ବରୁ ଅଶ୍ୱିନଙ୍କ ସ୍ଥାନରେ ସୁନ୍ଦରଙ୍କୁ ଦଳରେ ସାମିଲ କରିବାକୁ ଯୋଜନା କରୁଥିଲେ । ଅଶ୍ୱିନଙ୍କୁ ୯.୭୫ କୋଟିରେ କିଣିଥିଲେ । କିନ୍ତୁ ଗତ ସିଜିନ୍ରେ ଭଲ ପ୍ରଦର୍ଶନ କରିପାରିନଥିଲେ । ସେ ୯ ମ୍ୟାଚରେ କେବଳ ୩୩ ରନ୍ କରିଥିଲେ ଏବଂ ୭ ୱିକେଟ୍ ନେଇଥିଲେ ।
CSK ଏକ ଯୁବ ଦଳ ବିକାଶ କରୁଛି
୨୦୨୫ ସିଜିନ୍ CSK ପାଇଁ ଏକ ନିରାଶାଜନକ ଥିଲା । କାରଣ ଦଳ ପ୍ରଥମ ଥର ପାଇଁ ପଏଣ୍ଟ ଟେବୁଲର ଶେଷରେ ଥିଲା । ଫ୍ରାଞ୍ଚାଇଜ୍ ଏବେ ଯୁବ ଖେଳାଳିଙ୍କ ଉପରେ ଧ୍ୟାନ ଦେଉଛି । ଆଉ ଓ୍ବାଶିଂଟନ ସୁନ୍ଦରଙ୍କ ପ୍ରବେଶ ଏହି ରଣନୀତିର ଏକ ଅଂଶ ବୋଲି କୁହାଯାଉଛି । ଯଦି ଏହି ଚୁକ୍ତି ବାସ୍ତବ ରୂପ ନିଏ, ତେବେ ସୁନ୍ଦର ଧୋନିଙ୍କ ନେତୃତ୍ୱାଧୀନ ଦଳରେ ସ୍ପିନର ଏବଂ ନିମ୍ନ କ୍ରମର ବ୍ୟାଟସମ୍ୟାନ୍ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories