Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି ମହଙ୍ଗା ହେଲା କଞ୍ଚା ତେଲ; ଆଗକୁ ବଢିପାରେ ପେଟ୍ରୋଲ-ଡିଜେଲ ଦର

Business

Crude Oil Price Hike / ପୁଣି ମହଙ୍ଗା ହେଲା କଞ୍ଚା ତେଲ; ଆଗକୁ ବଢିପାରେ ପେଟ୍ରୋଲ-ଡିଜେଲ ଦର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପୁଣି ମହଙ୍ଗା ହେଲା କଞ୍ଚା ତେଲ; ଆଗକୁ ବଢିପାରେ ପେଟ୍ରୋଲ-ଡିଜେଲ ଦର
Crude Oil Price Hike

Key Points

ପୁଣି ଥରେ ଇରାନ-ଆମେରିକା ମଧ୍ୟରେ ଘନେଇଲା ଯୁଦ୍ଧ
ଆଜି ବଜାର ଖୋଲୁ ଖୋଲୁ ଆକାଶଛୁଆଁ କଞ୍ଚା ତେଲ
ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ପୁଣି ଘନେଇବା ପରେ ମହଙ୍ଗା ହେଲା କଞ୍ଚା ତେଲ (Crude Oil) । ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇନାହିଁ । ଏହି ପ୍ରସ୍ତାବ ଆମେରିକା ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା ଓ ଇରାନ ଏହା ଉପରେ ଜବାବ ମଧ୍ୟ ଦେଇନଥିଲା, କିନ୍ତୁ ଆମେରିକା ଏହାକୁ ଖାରଜ କରିଦେଇଛି । ଗତ ୧୦ ସପ୍ତାହ ଧରି ଇରାନ ଓ ଆମେରିକା ଯୁଦ୍ଧର ଅନ୍ତ ଘଟିବ ବୋଲି ଚର୍ଚ୍ଚା ହେଉଥିଲା, କିନ୍ତୁ ଏହି ଛୋଟ ଆଶାକୁ ଲାଗିଛି ଝଟକା । ହର୍ମୁଜ୍ ଷ୍ଟ୍ରେଟରେ ଜାହାଜ ଚଳାଚଳ ଅବରୋଧ ଯୋଗୁଁ କଞ୍ଚା ତେଲ ପରିବହନ ବାଧାପ୍ରାପ୍ତ ହୋଇଛି । ବିଶ୍ଵର ପ୍ରାୟ ୨୦% କଞ୍ଚା ତେଲ ଏହି ସାମୁଦ୍ରିକ ପଥ ଦେଇ ଆସିଥାଏ ।

ଅଶୋଧିତ ତୈଳ ୩% ରୁ ଅଧିକ ବୃଦ୍ଧି ପାଇଛି । ବ୍ରେଣ୍ଟ ଅଶୋଧିତ ତୈଳ (ଉତ୍ତର ସାଗରରୁ ବାହାରୁଥିବା ସବୁଠୁ ଉଚ୍ଚ ଗୁଣବତ୍ତାର କଞ୍ଚା ତେଲ) ୪ ଆମେରିକୀୟ ଡଲାର ବା ୪% ବୃଦ୍ଧି ପାଇ ୧୦୫ ଆମେରିକୀୟ ଡଲାର ପ୍ରତି ବ୍ୟାରେଲରେ କାରବାର କରୁଛି । ଏହା ଶୁକ୍ରବାର ମଧ୍ୟ ୧.୨୩% ବୃଦ୍ଧି ପାଇ ବନ୍ଦ ହୋଇଥିଲା । ଆମେରିକାର ପଶ୍ଚିମ ଟେକ୍ସାସ ଇଣ୍ଟରମିଡିଏଟ୍ (WTI) ମଧ୍ୟ ୪.୩୩ ଆମେରିକୀୟ ଡଲାର କିମ୍ବା ୪.୫୪% ବୃଦ୍ଧି ପାଇ ୯୯.୭୫ ଆମେରିକୀୟ ଡଲାର ପ୍ରତି ବ୍ୟାରେଲରେ ପହଞ୍ଚିଛି ।

  • କାହିଁକି ବଢିଲା କଞ୍ଚା ତେଲ ?
ଆମେରିକା ଓ ଇରାନ ମଧ୍ୟରେ ବର୍ତ୍ତମାନ ପରିସ୍ଥିତିରେ ଶାନ୍ତି ବଜାୟ ରହିବାର କୌଣସି ସମ୍ଭାବନା ଦିଶୁନାହିଁ । ଇରାନ ଯୁଦ୍ଧ ଯୋଗୁଁ କଞ୍ଚା ତେଲ ଦର ବୃଦ୍ଧି ପାଇଛି । ଯାହାକି ପରବର୍ତ୍ତୀ ସମୟରେ ପେଟ୍ରୋଲ ଓ ଡିଜେଲ ଦରକୁ ବି ବୃଦ୍ଧି କରିପାରେ । ଏଠାରେ କହିରଖୁଛୁ କି, କଞ୍ଚା ତେଲ ହେଉଛି ପୃଥିବୀର ଆଭ୍ୟନ୍ତରରୁ ମିଳୁଥିବା ଏକ ଅଶୋଧିତ ପ୍ରାକୃତିକ ତୈଳ, ଯାହାକୁ 'କଳା ସୁନା' ବୋଲି ମଧ୍ୟ କୁହାଯାଏ । ଏହା ମୁଖ୍ୟତଃ ପେଟ୍ରୋଲିୟମ, ଡିଜେଲ, କିରୋସିନ ଏବଂ ପ୍ଲାଷ୍ଟିକ୍ ପରି ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଅଶୋଧିତ ରୂପେ ବ୍ୟବହୃତ ହୁଏ ।

ପଢନ୍ତୁ ଏହି ଖବର: 'ବର୍ଷେ ପର୍ଯ୍ୟନ୍ତ କିଣନ୍ତୁ ନାହିଁ ସୁନା'; ଦେଶବାସୀଙ୍କୁ ଆଉ କ'ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି

  • ଏବେ ପେଟ୍ରୋଲ-ଡିଜେଲ ଦର ସ୍ଥିର
ବିଶ୍ଵ ତୈଳ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇଥିଲେ ସୁଦ୍ଧା ଭାରତରେ ଏବେ ପେଟ୍ରୋଲ-ଡିଜେଲ ଦର ସ୍ଥିର ଅଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବିଶ୍ଵ ବଜାରର ତେଲ କମ୍ପାନୀଗୁଡ଼ିକ ପ୍ରତି ମାସକୁ ୩୦ ହଜାର କୋଟି ଟଙ୍କା କ୍ଷତି ସହୁଛନ୍ତି । ସରକାର ଶୁକ୍ରବାର କହିଛନ୍ତି ଯେ ଅନେକ ଦେଶରେ ପେଟ୍ରୋଲ-ଡିଜେଲ ଏବଂ LPG ଉଚ୍ଚ ଦରରେ ବିକ୍ରି ହେଉଛି । ମାତ୍ର ଭାରତରେ ଘରୋଇ ଉପଭୋକ୍ତାଙ୍କୁ ଅଧିକ ଦର ଯେପରି ଦେବେ ନାହିଁ ସେଥିଲାଗି ଉପାୟ କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big Increase in Crude Oil Prices Shakes Global Market | Argus News