Videos
|
Business

DA Hike Big Update / ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୨% ବଢିଲା DA

Debashree Debasmita Sahoo
Browse all articles by Debashree Debasmita Sahoo
·54 mins ago·2 min read
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୨% ବଢିଲା DA
DA Hike Big Update

Key Points

ପାର୍ବଣରେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର
୩୫%ରୁ ୩୭%କୁ ବୃଦ୍ଧି କଲେ କେରଳ ସରକାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବୃଦ୍ଧିକୁ ଅପେକ୍ଷା
ଥିରୁଅନନ୍ତପୁରମ: ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର । ମହଙ୍ଗା ଭତ୍ତା ବା ଡିଏ ବୃଦ୍ଧି କରିଛନ୍ତି କେରଳ ସରକାର । କର୍ମଚାରୀଙ୍କ ଡିଏ ଏବଂ ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍‌ (DR)ରେ ୨ ପ୍ରତିଶତ ବୃଦ୍ଧି କରାଯାଇଛି । ଏହାଦ୍ୱାରା ମହଙ୍ଗା ଭତ୍ତା ୩୫ ପ୍ରତିଶତରୁ ବୃଦ୍ଧି ପାଇ ଏବେ ୩୭ ପ୍ରତିଶତରେ ପହଞ୍ଚିଛି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ହଜାର ହଜାର କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ସରକାର ପାର୍ବଣରେ ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି । 

  • ନଭେମ୍ବରରେ ମିଳିବ ବର୍ଦ୍ଧିତ ଡିଏ
କେରଳ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ବର୍ଦ୍ଧିତ ମହଙ୍ଗା ଭତ୍ତା ଅକ୍ଟୋବର ମାସର ଦରମା ସହ ମିଶି ଆସିବ । ଏହି ଦରମା ନଭେମ୍ବର ମାସରେ ମିଳିବ । ସେହିପରି ପେନସନଭୋଗୀଙ୍କୁ ନଭେମ୍ବର ୨୦୨୬ର ପେନସନ ସହ ବର୍ଦ୍ଧିତ ମହଙ୍ଗା ରିଲିଫ୍‌ (DR) ମିଳିବ । ଏହି ନିଷ୍ପତ୍ତିର ଲାଭ ରାଜ୍ୟ ସରକାରୀ କର୍ମଚାରୀ, ଶିକ୍ଷକ, ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର କର୍ମଚାରୀ, ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର କର୍ମଚାରୀଙ୍କୁ ମିଳିବ ।

  • କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବଢ଼ିବ କି ?
ଅନ୍ୟପଟେ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ନଜର ଏବେ କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ଘୋଷଣା ଉପରେ ରହିଛି । ସୂତ୍ର ଅନୁସାରେ, ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କୁ ୬୦ ପ୍ରତିଶତ ହାରରେ ଡିଏ ମିଳୁଛି । ଆଗାମୀ ଘୋଷଣାରେ ଏଥିରେ ୩ ପ୍ରତିଶତ ବୃଦ୍ଧି ହୋଇ ଡିଏ ୬୩ ପ୍ରତିଶତକୁ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି । ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଘୋଷଣା ହେବା ଜରୁରୀ ।

  • କାହାକୁ କେତେ ଫାଇଦା ମିଳିବ?
ଯଦି କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏରେ ୩ ପ୍ରତିଶତ ବୃଦ୍ଧି ହୁଏ, ତେବେ ମୂଳ ଦରମା ଅନୁଯାୟୀ ଅତିରିକ୍ତ ଆର୍ଥିକ ଲାଭ ମିଳିବ।
- ଯାହାର ମୂଳ ଦରମା ୧୮,୦୦୦ ଟଙ୍କା: ତାଙ୍କୁ ମାସିକ ଅତିରିକ୍ତ ୫୪୦ ଟଙ୍କା ମିଳିବ ।
- ଯାହାର ମୂଳ ଦରମା ୫୬,୧୦୦ ଟଙ୍କା: ତାଙ୍କୁ ମାସିକ ଅତିରିକ୍ତ ୧,୬୮୩ ଟଙ୍କା ମିଳିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଚାଷୀଙ୍କ ପାଇଁ ବଡ଼ ଖବର; ପିଏମ କିଷାନରେ ଖାତାକୁ ଯିବ ଟଙ୍କା

ଏହି ହିସାବ କେବଳ ୩ ପ୍ରତିଶତ ଡିଏ ବୃଦ୍ଧିକୁ ଆଧାର କରି କରାଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆନୁଷ୍ଠାନିକ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ମୋଟାମୋଟି ଭାବେ କହିବାକୁ ଗଲେ କେରଳ ସରକାରଙ୍କ ଡିଏ ବୃଦ୍ଧି ନିଷ୍ପତ୍ତି ରାଜ୍ୟ କର୍ମଚାରୀ ଓ ପେନସନଭୋଗୀଙ୍କୁ ଆଶ୍ୱସ୍ତି ଦେଇଥିବାବେଳେ କେନ୍ଦ୍ରୀୟ କର୍ମଚାରୀମାନେ ମଧ୍ୟ ଆଗାମୀ ଡିଏ ବୃଦ୍ଧି ଘୋଷଣାକୁ ଅପେକ୍ଷା କରିଛନ୍ତି ।