Videos
|
National

PM Kisan Payment / ଚାଷୀଙ୍କ ପାଇଁ ବଡ଼ ଖବର; ପିଏମ କିଷାନରେ ଖାତାକୁ ଯିବ ଟଙ୍କା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଚାଷୀଙ୍କ ପାଇଁ ବଡ଼ ଖବର; ପିଏମ କିଷାନରେ ଖାତାକୁ ଯିବ ଟଙ୍କା
PM Kisan Payment

Key Points

ଦେଶରେ ଚାଷୀଙ୍କ ପାଇଁ ବଡ଼ ଖବର
ପିଏମ କିଷାନ ୨୪ତମ କିସ୍ତି
ଦୀପାବଳି ପୂର୍ବରୁ ଆକାଉଣ୍ଟକୁ ଯିବ ଟଙ୍କା
ଉପକୃତ ହେବେ ୯.୩୦ କୋଟି ଚାଷୀ
ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନାର ଆଗାମୀ କିସ୍ତିକୁ ଅପେକ୍ଷା କରିଛନ୍ତି । ରବି ଫସଲ ଲାଗି ବୁଣା, ଖାଦ ଓ ଅନ୍ୟାନ୍ୟ କୃଷି ଜାତୀୟ ସାମଗ୍ରୀ କିଣିବା ଲାଗି ଏହି ରାଶି ଚାଷୀଙ୍କୁ ବେଶ ସହାୟକ ହୋଇଥାଏ । ତେବେ କେନ୍ଦ୍ର ସରକାର ମଧ୍ୟ ଦୀପାବଳି ପୂର୍ବରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ଲାଗି ନିଷ୍ପତ୍ତି ନେଇଛନ୍ତି । ଦଶହରାର ଠିକ୍ ପରେ ଓ ଆଲୋକର ପର୍ବ ଦୀପାବଳି ପୂର୍ବରୁ ଦେଶର ପ୍ରାୟ ୯.୩୦ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପିଏମ କିଷାନର ୨୪ତମ କିସ୍ତି ପଠାଯିବ ।

ସରକାର ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଇବେ । ତେବେ ଏହି ଟଙ୍କା କିପରି ଆପଣଙ୍କ ଆକାଉଣ୍ଟକୁ ଆସିବ, ଏଥିଲାଗି କଣ କଣ ସବୁ କରିବାକୁ ପଡ଼ିବ ଯାହାଦ୍ଵାରା ଟଙ୍କା ଅଟକିବ ନାହିଁ ସେ ନେଇ ନିମ୍ନରେ ଜାଣନ୍ତୁ ।

  • କେବେ ମିଳେ ପିଏମ କିଷାନ ଟଙ୍କା ?
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୩ତମ କିସ୍ତି ଜୁନ ୨୦୨୬ରେ ଜାରି କରାଯାଇଥିଲା । ନିୟମ ଅନୁସାରେ ପ୍ରତି ୪ ମାସରେ ୨୦୦୦ ଟଙ୍କା କିସ୍ତି ପ୍ରଦାନ କରାଯାଏ ଓ ଅକ୍ଟୋବରରେ ୪ ମାସ ପୂରା ହେଉଛି । ମାତ୍ର ସରକାରଙ୍କ ପକ୍ଷରୁ ଏଯାଏଁ ତାରିଖ ଘୋଷଣା କରାଯାଇନାହିଁ । ସୂତ୍ର ଅନୁସାରେ ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଗୋଟିଏ କ୍ଲିକ୍‌ରେ ଦେଶର ୯.୩୦ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଟ୍ରାନ୍ସଫର କରିବେ ।

  • ଟଙ୍କା ନଅଟକିବା ପାଇଁ ତୁରନ୍ତ କରନ୍ତୁ ଏହି କାମ
କିଛି ଦିନ ପୂର୍ବରୁ ସରକାର ଅନେକ ଅଯୋଗ୍ୟ ଲୋକଙ୍କ ନାମକୁ ହଟାଇଥିଲେ । ଯଦି ଆପଣଙ୍କ ଜମି କାଗଜପତ୍ର ଓ ବ୍ଯାଙ୍କ ଆକାଉଣ୍ଟରେ କୌଣସି ପ୍ରକାରର ତ୍ରୁଟି ଅଛି ତେବେ ଆପଣଙ୍କ କିସ୍ତି ଅଟକି ଯାଇପାରେ । ଏଥିଲାଗି ନିମ୍ନରେ ଦିଆଯାଇଥିବା କାମକୁ ତୁରନ୍ତ କରିନିଅନ୍ତୁ:
e-KYC ପୂରଣ କରନ୍ତୁ: ଚାଷୀଙ୍କ ବ୍ୟାଙ୍କ ଖାତା ଓ ପିଏମ କିଷାନ ପୋର୍ଟାଲରେ ଇ-କେୱାଇସି (e-KYC) ଅପଡେଟ୍ ହେବା ନିହାତି ଜରୁରୀ ।
ଆଧାର କାର୍ଡକୁ ବ୍ୟାଙ୍କରେ ଲିଙ୍କ କରନ୍ତୁ: ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର କାର୍ଡ ସହ ଲିଙ୍କ ହେବା ଜରୁରୀ ଏବଂ ଡିବିଟି (ଡିରେକ୍ଟ ବେନିଫିଟ୍ ଟ୍ରାନ୍ସଫର) ଲାଗି ଆକ୍ଟିଭ ହେବା ଜରୁରୀ ।
ଲ୍ୟାଣ୍ଡ ସିଡିଙ୍ଗ: ଜମିର କାଗଜପତ୍ରର ନାମ ଠିକ୍ ଓ ଅପଡେଟ୍ ହେବା ଜରୁରୀ । ଏହାବ୍ୟତୀତ ଜଏଣ୍ଟ ଓନରସିପ୍ ଥିଲେ ମଧ୍ୟ ଟଙ୍କା ଅଟକିଯାଇପାରେ, ଏଣୁ କୃଷି ଅଧିକାରୀଙ୍କୁ ଦେଖା କରି ଏହାକୁ ଠିକ୍ କରାଇନିଅନ୍ତୁ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଇଥାନଲ୍ ଉତ୍ପାଦନରେ ଚିନି ବ୍ୟବହାର ବନ୍ଦ ! ମକା ଓ ଚାଉଳରୁ ତିଆରି ହେବ ଇଥାନଲ୍

  • କିପରି ଯାଞ୍ଚ କରିବେ ଆପଣଙ୍କ ଷ୍ଟାଟସ୍ ?
ଆପଣଙ୍କ ଆଗାମୀ କିସ୍ତି କେବେ ଆସିବ, ତାହା ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ:
- ଅଫିସିଆଲ୍ ପୋର୍ଟାଲ pmkisan.gov.in କୁ ଯାଆନ୍ତୁ ।
- ହୋମପେଜ୍‌ରେ Know Your Status ଅପସନ୍ ଉପରେ କ୍ଲିକ୍ କରନ୍ତୁ ।
- ନିଜର ରେଜିଷ୍ଟ୍ରେସନ ନମ୍ବର ଓ କ୍ୟାପଚା କୋର୍ଡ ଦାଖଲ କରନ୍ତୁ ।
- ଯଦି କେଉଁଠି 'NO' ଲେଖାଯାଇଛି, ତେବେ ତୁରନ୍ତ ଅପଡେଟ୍ କରନ୍ତୁ ।