Videos
|
Business

Bank Holiday / ୧୭ ଦିନ ଡିସେମ୍ବରରେ ବନ୍ଦ ରହିବ ବ୍ୟାଙ୍କ; ଦେଖନ୍ତୁ କେଉଁ ଦିନ କେଉଁଠି ଛୁଟି

Sushanta Sahoo
Browse all articles by Sushanta Sahoo
·Updated on: 29 Nov 2026, 18:37:07 IST·2 min read
୧୭ ଦିନ ଡିସେମ୍ବରରେ ବନ୍ଦ ରହିବ ବ୍ୟାଙ୍କ; ଦେଖନ୍ତୁ କେଉଁ ଦିନ କେଉଁଠି ଛୁଟି
December 2026 Bank Holidays

Key Points

୨୦୨୬ ଡିସେମ୍ବର ମାସରେ ବିଭିନ୍ନ ରାଜ୍ୟରେ ମୋଟ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ରବିବାର ଓ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ମଧ୍ୟ ରହିଛି ।
ମୁମ୍ବାଇ: ବର୍ଷର ଶେଷ ମାସରେ ବ୍ୟାଙ୍କ ଅଧିକ ଦିନ ବନ୍ଦ ରହିବ । କାରଣ, ୨୦୨୬ ଡିସେମ୍ବର ମାସରେ ବିଭିନ୍ନ ରାଜ୍ୟରେ ମୋଟ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ରବିବାର ଓ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ମଧ୍ୟ ରହିଛି । ଡିସେମ୍ବର ମାସରେ ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି, ତେବେ ଛୁଟି ତାଲିକା ଉପରେ ନଜର ପକାଇ ନିଅନ୍ତୁ ।

ଏହି ଛୁଟି ସବୁ ରାଜ୍ୟରେ ସମାନ ନୁହେଁ । କେତେକ ଦିନ କେବଳ ନିର୍ଦ୍ଦିଷ୍ଟ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ତେଣୁ ଏସବିଆଇ, ଏଚଡିଏଫସି, ଆଇସିଆଇସିଆଇ ସମେତ ସରକାରୀ ଓ ଘରୋଇ ବ୍ୟାଙ୍କର ଗ୍ରାହକମାନେ ନିଜ ଅଞ୍ଚଳର ଛୁଟି ତାଲିକା ଦେଖିବା ଜରୁରୀ ।

ଏଥିସହ ପଢ଼ନ୍ତୁ: TVS ଆଣିଲା ନୂଆ କାର୍ଗୋ ଗାଡ଼ି, ବୋହିବ ୧ ଟନ୍ ମାଲ୍ 

ଡିସେମ୍ବରରେ କେବେ କେଉଁଠି ବ୍ୟାଙ୍କ ବନ୍ଦ ରହିବ ?

୧ ଡିସେମ୍ବର: ସ୍ୱଦେଶୀ ଆସ୍ଥା ଦିବସ ଓ ରାଜ୍ୟ ପ୍ରତିଷ୍ଠା ଦିବସ ପାଇଁ ଇଟାନଗର ଓ କୋହିମାରେ ବ୍ୟାଙ୍କ ବନ୍ଦ ରହିବ ।
୩ ଡିସେମ୍ବର: ସେଣ୍ଟ ଫ୍ରାନ୍ସିସ ଜାଭିୟରଙ୍କ ପର୍ବ ପାଇଁ ଗୋଆର ପାଣାଜୀରେ ବ୍ୟାଙ୍କ ବନ୍ଦ ରହିବ ।
୯, ୧୦ ଓ ୧୧ ଡିସେମ୍ବର: ଲୋସୁଙ୍ଗ ଓ ନାମସୁଙ୍ଗ ପର୍ବ ପାଇଁ ଗାଙ୍ଗଟକରେ ବ୍ୟାଙ୍କ ଛୁଟି ରହିବ ।
୧୨ ଡିସେମ୍ବର: ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ଏହି ଦିନ ଶିଲଂରେ ପା ତୋଗନ ନେଙ୍ଗମିଞ୍ଜା ସାଙ୍ଗମାଙ୍କ ପୁଣ୍ୟତିଥି ମଧ୍ୟ ପାଳନ କରାଯିବ ।
୧୮ ଡିସେମ୍ବର: ୟୁ ସୋସୋ ଥାମଙ୍କ ପୁଣ୍ୟତିଥି ପାଇଁ ଶିଲଂରେ ବ୍ୟାଙ୍କ ବନ୍ଦ ରହିବ ।
୧୯ ଡିସେମ୍ବର: ଗୋଆ ମୁକ୍ତି ଦିବସ ପାଇଁ ଗୋଆରେ ବ୍ୟାଙ୍କ ଛୁଟି ରହିବ ।
୨୪ ଡିସେମ୍ବର: ଖ୍ରୀଷ୍ଟମାସ ଇଭ୍ ପାଇଁ କୋହିମା, ଆଇଜଲ ଓ ଶିଲଂରେ ବ୍ୟାଙ୍କ ବନ୍ଦ ରହିବ ।
୨୫ ଡିସେମ୍ବର: ଖ୍ରୀଷ୍ଟମାସ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
୨୬ ଡିସେମ୍ବର: ଚତୁର୍ଥ ଶନିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ । କୋହିମା ଓ ଶିଲଂରେ ଖ୍ରୀଷ୍ଟମାସ ଛୁଟି ମଧ୍ୟ ରହିବ ।
୩୦ ଡିସେମ୍ବର: ୟୁ କିଆଙ୍ଗ ନାଙ୍ଗବାହଙ୍କ ମୃତ୍ୟୁବାର୍ଷିକୀ ପାଇଁ ଶିଲଂରେ ବ୍ୟାଙ୍କ ବନ୍ଦ ରହିବ ।
୩୧ ଡିସେମ୍ବର: ନୂଆବର୍ଷ ପୂର୍ବ ସନ୍ଧ୍ୟା ପାଇଁ ଆଇଜଲରେ ବ୍ୟାଙ୍କ ଛୁଟି ରହିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡିସେମ୍ବରରେ ରବିବାର ଓ ଶନିବାର ଛୁଟି

ଡିସେମ୍ବର ମାସରେ ୬ ଦିନ ସାପ୍ତାହିକ ଛୁଟି ରହିବ । ଡିସେମ୍ବର ୬ ଓ ୧୩, ୨୦ ଓ ୨୭ ଡିସେମ୍ବରରେ ରବିବାର ଛୁଟି ରହିଥିବା ବେଳେ ୧୨ ଓ ୨୬ ଡିସେମ୍ବରରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ ।

ଏଥିସହ ପଢ଼ନ୍ତୁ: ଆପଣ HDFC ଗ୍ରାହକ କି ? ନୂଆବର୍ଷରୁ ବନ୍ଦ ହେଉଛି ଏହି ସେବା 

ଅନଲାଇନ୍ ବ୍ୟାଙ୍କିଂ ସେବା ଚାଲୁ ରହିବ

ବ୍ୟାଙ୍କ ଛୁଟି ଦିନରେ ଶାଖାଗୁଡ଼ିକ ବନ୍ଦ ରହିଲେ ମଧ୍ୟ ଗ୍ରାହକମାନେ ଅନଲାଇନ୍ ବ୍ୟାଙ୍କିଂ ସେବା ବ୍ୟବହାର କରିପାରିବେ । UPI, ମୋବାଇଲ୍ ବ୍ୟାଙ୍କିଂ, ଇଣ୍ଟରନେଟ୍ ବ୍ୟାଙ୍କିଂ, ATM ଓ ଅନଲାଇନ୍ ଟଙ୍କା ଟ୍ରାନ୍ସଫର୍ ଭଳି ସେବା ଚାଲୁ ରହିବ । ତେବେ ପାସବୁକ୍ ଅପଡେଟ୍, ଚେକ୍ ସମ୍ବନ୍ଧୀୟ କାମ ଓ ଅନ୍ୟ ଶାଖାରେ କରିବାକୁ ପଡ଼ୁଥିବା କାମ ପାଇଁ ଛୁଟି ତାରିଖକୁ ଧ୍ୟାନ ଦେବା ଜରୁରୀ । ତେଣୁ ବ୍ୟାଙ୍କକୁ ଯିବା ପୂର୍ବରୁ ନିଜ ଅଞ୍ଚଳର ଛୁଟି ତାଲିକା ଆରବିଆଇ (RBI) ୱେବସାଇଟ୍ କିମ୍ବା ସମ୍ପୃକ୍ତ ବ୍ୟାଙ୍କରୁ ଯାଞ୍ଚ କରିନିଅନ୍ତୁ ।