Videos
|
Business

EPFO Big Alert / କର୍ମଚାରୀଙ୍କ PF ଟଙ୍କା ଅଟକାଇଲେ ହେବ ଅସୁବିଧା; EPFOର ଆଲର୍ଟ, ଲାଗିବ ୧୨% ସୁଧ

Debashree Debasmita Sahoo
Browse all articles by Debashree Debasmita Sahoo
·50 mins ago·2 min read
କର୍ମଚାରୀଙ୍କ PF ଟଙ୍କା ଅଟକାଇଲେ ହେବ ଅସୁବିଧା; EPFOର ଆଲର୍ଟ, ଲାଗିବ ୧୨% ସୁଧ
EPF deposit last date

Key Points

EPFO ପକ୍ଷରୁ ବଡ଼ ଆଲର୍ଟ
ନିଯୁକ୍ତିଦାତାଙ୍କ ପାଇଁ ଜରୁରୀ ସୂଚନା
ଠିକ୍ ସମୟରେ କର୍ମଚାରୀଙ୍କ ପିଏଫ ଭର
ନହେଲେ ଜୋରିମାନା ଦିଅ
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EPFO ପକ୍ଷରୁ କମ୍ପାନୀଗୁଡ଼ିକ ପାଇଁ ଜରୁରୀ ଆଲର୍ଟ ଜାରି କରାଯାଇଛି । ନିୟମ ଅନୁଯାୟୀ, ଅକ୍ଟୋବର ମାସର ପିଏଫ ଟଙ୍କାକୁ ନଭେମ୍ବର ୧୫ ତାରିଖ ସୁଦ୍ଧା କର୍ମଚାରୀଙ୍କ ପିଏଫ୍ ଟଙ୍କା ଜମା ନକଲେ ସମ୍ପୃକ୍ତ କମ୍ପାନୀକୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ । ଧାର୍ଯ୍ୟ ସମୟ ପରେ, ଯଦି ଟଙ୍କା ଜମା ହୁଏ ତେବେ ବାର୍ଷିକ ୧୨% ସୁଧ ସହ ବିଳମ୍ବ ଶୁଳ୍କ ଆଦାୟ କରାଯିବ ବୋଲି EPFO ସ୍ପଷ୍ଟ କରିଛି ।

ଅକ୍ଟୋବର ମାସର PF ଯୋଗଦାନ ଏବଂ ଇଲେକ୍ଟ୍ରୋନିକ୍ ଚାଲାଣ-କମ୍-ରିଟର୍ଣ୍ଣ ବା ECR ଦାଖଲ ପାଇଁ ନଭେମ୍ବର ୧୫ ତାରିଖ ଥିଲା ଶେଷ ଦିନ । ଏହି ତାରିଖ ଅତିକ୍ରମ କରିସାରିଥିବାରୁ ଯେଉଁ ନିଯୁକ୍ତିଦାତା ଏପର୍ଯ୍ୟନ୍ତ PF ଟଙ୍କା ଜମା କରିନାହାନ୍ତି, ସେମାନଙ୍କୁ ବିଳମ୍ବ ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିପାରେ ।

  • ବିଳମ୍ବ ହେଲେ ୧୨% ସୁଧ
PF ଜମାରେ ବିଳମ୍ବ କଲେ ନିଯୁକ୍ତିଦାତାଙ୍କ ଉପରେ ଦୁଇ ପ୍ରକାର ଆର୍ଥିକ ଦାୟିତ୍ୱ ଲାଗୁ ହୋଇପାରେ । EPF ଆଇନର ଧାରା 7Q ଅନୁଯାୟୀ ବକେୟା ଟଙ୍କା ଉପରେ ବାର୍ଷିକ ୧୨ ପ୍ରତିଶତ ହାରରେ ସରଳ ସୁଧ ଦେବାକୁ ପଡ଼େ । ଏହା ବ୍ୟତୀତ ଧାରା 14B ଅନୁଯାୟୀ ଜରିମାନା ବା Damages ମଧ୍ୟ ଲାଗିପାରେ । ୧୪ ଜୁନ୍ ୨୦୨୪ରୁ ଲାଗୁ ହୋଇଥିବା ସଂଶୋଧିତ ନିୟମ ଅନୁସାରେ ବକେୟା ଯୋଗଦାନ ଉପରେ ୧ ପ୍ରତିଶତ ହାରରେ ଜୋରିମାନା ଆଦାୟ ହୋଇପାରେ । ଅର୍ଥାତ୍ ବିଳମ୍ବ କଲେ ସୁଧ ସହ ଜୋରିମାନାର ଅତିରିକ୍ତ ବୋଝ ମଧ୍ୟ ପଡ଼ିପାରେ।

  • PF ବେତନ ସୀମା ୧୫ ହଜାରରୁ ବଢି ୨୫ ହଜାର ଟଙ୍କା
ଅନ୍ୟପଟେ, PFକୁ ନେଇ ଆଉ ଏକ ବଡ଼ ପରିବର୍ତ୍ତନ ହୋଇଛି । ସରକାର PF ପାଇଁ ମାସିକ ବେତନ ସୀମାକୁ ୧୫ ହଜାର ଟଙ୍କାରୁ ବଢ଼ାଇ ୨୫ ହଜାର ଟଙ୍କା କରିଛନ୍ତି । ଏହି ପରିବର୍ତ୍ତନ ୧୭ ସେପ୍ଟେମ୍ବର ୨୦୨୬ରୁ ଲାଗୁ ହୋଇଛି । ଏହାଦ୍ୱାରା ଅଧିକ ସଂଖ୍ୟକ କର୍ମଚାରୀ PF ସୁରକ୍ଷା ପରିସରକୁ ଆସିପାରିବେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଅଷ୍ଟମ ବେତନ କମିଶନ ୱେବସାଇଟ୍‌ରେ ବଡ଼ ଅପଡେଟ୍‌, କେବେ ବଢ଼ିବ କର୍ମଚାରୀଙ୍କ ଦରମା ?

ଉଦାହରଣ ସ୍ୱରୂପ, ନୂଆ ନିୟମ ଅନୁସାରେ ୨୫ ହଜାର ଟଙ୍କା PF ଯୋଗ୍ୟ ବେତନ ଉପରେ କର୍ମଚାରୀଙ୍କ ବେତନରୁ ୩ ହଜାର ଟଙ୍କା କଟିବ । ଏହା ସହିତ କମ୍ପାନୀ ମଧ୍ୟ ନିଜ ପକ୍ଷରୁ ୩ ହଜାର ଟଙ୍କା ଜମା କରିବ । ଅର୍ଥାତ୍, ମୋଟ ୬ ହଜାର ଟଙ୍କା PF ଓ ପେନ୍‌ସନ୍ ପାଇଁ ଜମା ହେବ । ଏହା ସାଧାରଣ ମାସିକ ଯୋଗଦାନ । ବିଳମ୍ବରେ ଜମା କଲେ ଏହା ଉପରେ ଅତିରିକ୍ତ ସୁଧ ଓ ଜରିମାନା ଲାଗିପାରେ । ତେଣୁ ନିଯୁକ୍ତିଦାତାମାନେ PF ଯୋଗଦାନ ଓ ECR ଦାଖଲରେ ବିଳମ୍ବ ନକରିବା ସହ କର୍ମଚାରୀମାନେ ମଧ୍ୟ ନିଜ PF ଖାତାରେ ଯୋଗଦାନ ଠିକ୍ ଭାବେ ଜମା ହେଉଛି କି ନାହିଁ, ତାହା ଯାଞ୍ଚ କରିବା ଜରୁରୀ ।