Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖାଦ୍ୟରେ ପୋକ, FSSAI ନେଲା କାର୍ଯ୍ୟାନୁଷ୍ଠାନ; Nestle, KFCକୁ ନୋଟିସ୍

Business

Worms in Food / ଖାଦ୍ୟରେ ପୋକ, FSSAI ନେଲା କାର୍ଯ୍ୟାନୁଷ୍ଠାନ; Nestle, KFCକୁ ନୋଟିସ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଖାଦ୍ୟରେ ପୋକ, FSSAI ନେଲା କାର୍ଯ୍ୟାନୁଷ୍ଠାନ; Nestle, KFCକୁ ନୋଟିସ୍
FSSAI Takes Action Against Top Food Brands

Key Points

କେବେ ଖାଦ୍ୟ ପ୍ୟାକେଟ୍‌ରୁ ପୋକ ବାହାରୁଛି ତ ଆଉ କେବେ ନଷ୍ଟ ହୋଇ ଯାଇଥିବା ଖାଦ୍ୟ । ସୋସିଆଲ୍ ମିଡିଆରେ ମାଳ ମାଳ ଅଭିଯୋଗ ପରେ FSSAI ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ନୂଆଦିଲ୍ଲୀ: ଖାଦ୍ୟ ପ୍ରସ୍ତୁତିରେ ରହୁନି ସ୍ଵଚ୍ଛତା । କେବେ ଖାଦ୍ୟ ପ୍ୟାକେଟ୍‌ରୁ ପୋକ ବାହାରୁଛି ତ ଆଉ କେବେ ନଷ୍ଟ ହୋଇ ଯାଇଥିବା ଖାଦ୍ୟ । ସୋସିଆଲ୍ ମିଡିଆରେ ଏନେଇ ମାଳ ମାଳ ଅଭିଯୋଗ ଆସିବା ପରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏକାଧିକ ବଡ଼ କମ୍ପାନୀଙ୍କୁ ନୋଟିସ୍ ଜାରି ରିପୋର୍ଟ ମାଗିଛି FSSAI । ନେସ୍‌ଲେ, କେଏଫ୍‌ସି ଓ ଫ୍ଲିପକାର୍ଟ ଭଳି ବଡ଼ କମ୍ପାନୀଙ୍କୁ FSSAI ରିପୋର୍ଟ ମାଗିଥିବା ଜଣାପଡ଼ିଛି । ଅଭିଯୋର ଯାଞ୍ଚ ଓ ସେଥିରେ ସୁଧାର ପାଇ କମ୍ପାନୀ କେଉଁ ପଦକ୍ଷେପ ଗ୍ରହଣ କରିଛି ସେନେଇ ତଥ୍ୟ ମଗାଯାଇଛି ।

ଏଥିସହ ପଢ଼ନ୍ତୁ: ଚିନି ରପ୍ତାନୀ ଉପରେ ଭାରତର ପ୍ରତିବନ୍ଧକ; କେଜି ପିଛା ଦର ବଢ଼ିଲା ୧୫ ଟଙ୍କା 

ସୋସିଆଲ୍ ମିଡିଆରେ ଏକାଧିକ ଅଭିଯୋଗ ଆସିଥିଲା । ମାଗି ପ୍ଯାକେଟ୍‌ରେ ପୋକକୁ ନେଇ ନେସ୍‌ଲେକୁ ନୋଟିସ୍ ଦିଆଯାଇଛି । ମାମଲାରେ କମ୍ପାନୀକୁ ସମ୍ବନ୍ଧିତ ବ୍ୟାଚ୍‌ର ଉତ୍ପାଦ ସହ ବିତରକଙ୍କ ସୂଚନା, ଅନ୍ତରୀଣ ଗୁଣବତ୍ତା ଯାଞ୍ଚର ତଥ୍ୟ ମଗାଯାଇଛି । ଏଥିସହ ଉକ୍ତ ବ୍ୟାଚର ଉତ୍ପାଦକୁ ବଜାର ଓ ବିତରକଙ୍କ ଠାରୁ ଫେରାଇ ଆଣିବାକୁ ପଦକ୍ଷେପ ନେବାକୁ କୁହାଯାଇଛି ।

ଫ୍ଲିପକାର୍ଟକୁ ନୋଟିସ୍

ଖଜୁର୍‌ରେ ପୋକ ମିଳିବା ଅଭିଯୋଗରେ ଫ୍ଲିପକାର୍ଟ ଓ ଓପନ ସିକ୍ରେଟ୍‌କୁ ନୋଟିସ୍ ପଠାଇଛି FSSAI । ସୋସିଆଲ୍ ମିଡିଆରେ ଏହି ଅଭିଯୋଗ ଆସିଥିଲା । ଫ୍ଲିପକାର୍ଟ ମିନ୍ଯୁଟ୍ସରେ ପ୍ରଦାନ କାଯାଇଥିବା ଓପନ ସିକ୍ରେଟ୍ ଅନ-ଜଙ୍କଡ୍ସ ଡେଟ୍ସ (ଖଜୁର୍) ପ୍ୟାକେଟ୍‌ରେ ପୋକ ଥିଲା । ଯାହାକୁ ନେଇ ସାମଗ୍ରୀର ଗୁଣବତ୍ତା ଯାଞ୍ଚ ରିପୋର୍ଟ ମାଗିଛି FSSAI ।

ସ୍ଵଚ୍ଛତା ନେଇ KFCକୁ ନୋଟିସ୍

ସେହିଭଳି ସଫାସୁତୁରା ନେଇ KFCକୁ ନୋଟିସ୍ ଦିଆଯାଛି । ଆନ୍ଧ୍ରପ୍ରଦେଶରେ ଥିବା KFC ଆଉଟଲେଟ୍‌ର ସ୍ଵଚ୍ଛତା ନେଇ ସୋସିଆଲ୍ ମିଡିଆରେ ଅଭିଯୋଗ ହୋଇଥିଲା । ଯାହାପରେ FSSAI କେଏଫସି ସହ ଜଡ଼ିତ ଭେଣ୍ଡରଙ୍କ ସ୍ଵଚ୍ଛତା, ଖାଦ୍ୟ ପଦାର୍ଥ ପକ୍ରିୟାକରଣ, ମହଜୁଦ୍, ଆବର୍ଜନା ପରିଚାଳନା ଆଦି ଉପରେ ତଥ୍ୟ ମାଗିଛି ।

ଏଥିସହ ପଢ଼ନ୍ତୁ: ପେଟିସ୍ ଭିତରୁ ବାହାରିଲା ଜୀଅନ୍ତା ପୋକ…ଫେମସ୍ ଫୁଡ୍ ଆଉଟଲେଟ୍‌ରେ ଚଢ଼ାଉ କଲା FSDA 

FSSAI ଅନୁସାରେ, ସୋସିଆଲ୍ ମିଡିଆରେ ଉପଭୋକ୍ତା କରୁଥିବା ଅଭିଯୋଗ ଉପରେ ନଜ ରଖାଯାଇଛି । ଯାଞ୍ଚରେ ଅଭିଯୋଗ ସତ ପ୍ରମାଣିତ ହେଲେ ସମ୍ବନ୍ଧିତ କମ୍ପାନୀ ବିରୋଧରେ ଆଇନ୍ ଅନୁସାରେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored