Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚିନି ରପ୍ତାନୀ ଉପରେ ଭାରତର ପ୍ରତିବନ୍ଧକ; କେଜି ପିଛା ଦର ବଢ଼ିଲା ୧୫ ଟଙ୍କା

International

Sugar Prices Surge / ଚିନି ରପ୍ତାନୀ ଉପରେ ଭାରତର ପ୍ରତିବନ୍ଧକ; କେଜି ପିଛା ଦର ବଢ଼ିଲା ୧୫ ଟଙ୍କା

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଚିନି ରପ୍ତାନୀ ଉପରେ ଭାରତର ପ୍ରତିବନ୍ଧକ; କେଜି ପିଛା ଦର ବଢ଼ିଲା ୧୫ ଟଙ୍କା
Sugar Prices Jump Ahead of Festival Season

Key Points

ଚିନି ରପ୍ତାନୀ ଉପରେ ଭାରତ ଲଗାଇଥିବା ପ୍ରତିବନ୍ଧକର ପ୍ରଭାବ ପଡ଼ିଛି । ଫଳରେ ଗୋଟିଏ ମାସ ମଧ୍ୟରେ ଚିନି ଦର କେଜି ପିଛା ପ୍ରାୟ ୧୫ ଟଙ୍କା ବଢ଼ି ଯାଇଛି ।  
ନୂଆଦିଲ୍ଲୀ: ଭାରତର ବ୍ୟାନ, ପଡ଼ୋଶୀ ଉପରେ ପ୍ରଭାବ । କେନ୍ଦ୍ର ସରକାର ଚିନି ରପ୍ତାନୀ ଉପରେ ଲଗାଇଥିବା ପ୍ରତିବନ୍ଧକର ପ୍ରଭାବ ପଡ଼ିଛି ନେପାଳ ଉପରେ । ଫଳରେ ଗୋଟିଏ ମାସ ମଧ୍ୟରେ ନେପାଳରେ ଚିନି ଦର କେଜି ପିଛା ପ୍ରାୟ ୧୫ ଟଙ୍କା ବଢ଼ି ଯାଇଛି ।

ଯାହାକୁ ନେଇ ନେପାଳର ଲୋକ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଉପଭୋକ୍ତ ସଂଗଠନ ସରକାରଙ୍କୁ ଚେତାବନୀ ଦେଇଛନ୍ତି । କହିଛନ୍ତି, "ଯଦି ସରକାର ସମୟରେ ପଦକ୍ଷେପ ଗ୍ରହଣ ନ କରିବେ, ତାହେଲେ ପାର୍ବଣ ଋତୁରେ ଦର ଆହୁରି ବଢ଼ିଯିବ ।"

ଏଥିସହ ପଢ଼ନ୍ତୁ: ଆଉ ମନଇଚ୍ଛା କିଣି ପାରିବେନି ପେଟ୍ରୋଲ୍-ଡିଜେଲ୍; ଧାର୍ଯ୍ୟ ହେଲା ସୀମା 

ଦର ବଢ଼ି ଚାଲିଥିବା ବେଳେ ନେପାଳ ସରକାରଙ୍କ କହିବା କଥା- ଏବେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଚିନି ମହଜୁଦ୍ ରହିଛି । ବର୍ତ୍ତମାନ ଚିନ୍ତା କରିବାର କୌଣସି କାରଣ ହିଁ ନାହିଁ ।

କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁସାରେ, ମାସକ ତଳେ ନେପାଳରେ ଚିନି ଦର କେଜି ପିଛା ପ୍ରାୟ ୯୫ ନେପାଳି ଟଙ୍କା ରହିଥିଲା । ଯାହାକି ଏବେ ଦେଶର ଅଧିକାଂଶ ଖୁଚୁରା ଦୋକାନରେ ୧୧୦ ନେପାଳି ଟଙ୍କା କେଜି ପିଛାରେ ମିଳୁଛି ।

କୁହାଯାଉଛି, ନେପାଳ ସରକାର ବର୍ତ୍ତମାନ ଭାରତରୁ ଚିନି ଆମଦାନୀ କରିବା ନେଇ କୌଣସି ଯୋଜନା କରି ନାହାନ୍ତି । ବରଂ ସରକାରଙ୍କ କହିବା କଥା ୬ ମାସର ଆବଶ୍ୟକତା ପୂରଣ ଲାଗି ପର୍ଯ୍ୟାପ୍ତ ଚିନି ଗଚ୍ଛିତ ରହିଛି ।

ଉପଭୋକ୍ତା ଅଧିକାର କାର୍ଯ୍ୟକର୍ତ୍ତା ସରକାରଙ୍କୁ ଚେତାବନୀ ଦେଇଛି । ମଞ୍ଚର ଅଧ୍ୟକ୍ଷ ମାଧବ ତିମଲ୍ସିନା କହିଛନ୍ତି, "ଯଦି ସରକାର ଏବେଠୁ ପ୍ରସ୍ତୁତ ହେବେ ନାହିଁ, ତାହେଲେ ପାର୍ବଣରେ ଦର ଆହୁରି ବଢ଼ିପାରେ । ଏବେଠୁ ସରକାର ଚିନି ଆମଦାନୀ ପାଇଁ ଆଲୋଚନା ଆରମ୍ଭ କରିବା ଦରକାର । କାରଣ ବ୍ୟବସାୟୀ ଏବେଠୁ ଦର ବୃଦ୍ଧି କଲେଣି ।"

ଏଥିସହ ପଢ଼ନ୍ତୁ: 'ଏକାସାଙ୍ଗରେ ମିଳିବ ୩ମାସର ଭତ୍ତା'; ୨ ବର୍ଷ ପୂର୍ତ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା 

ରିପୋର୍ଟ ଅନୁସାରେ, ନେପାଳରେ ପ୍ରତିବର୍ଷ ପ୍ରାୟ ୧, ୫୫, ୦୦୦ ଟନ୍ ଚିନି ଉତ୍ପାଦନ ହୋଇଥାଏ । କିନ୍ତୁ ଚିନି ମିଲ୍ ଗୁଡ଼ିକରୁ ବକେୟା ବିଳମ୍ବରେ ମିଳିବାରୁ ଚାଷୀ ଆଖୁ ଚାଷ କରିବା ବନ୍ଦ କରି ଦେଇଛନ୍ତି । ସେପଟେ ବର୍ଷକୁ ନେପାଳରେ ପ୍ରାୟ ୩, ୦୦, ୦୦୦ ଟନ୍ ଚିନିର ଚାହିଦା ରହିଛି । ଅର୍ଥାତ୍ ମୋଟ ଆବଶ୍ୟକତାର ଦୁଇ ତୃତୀୟାଂଶ ଚିନି ନେପାଳ ଆମଦାନୀ କରିଥାଏ ।

କାହିଁକି ପ୍ରତିବନ୍ଧକ ଲଗାଇଲା ଭାରତ ?

ଭାରତ ସରକାର ୨୦୨୬ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚିନି ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି । ଘରୋଇ ବଜାରରେ ଚିନିର ପର୍ଯ୍ୟାପ୍ତ ଉପଲବ୍ଧତା ଓ ଦର ନିୟନ୍ତ୍ରଣ ଲାଗି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ, ଦୁନିଆର ଦ୍ଵିତୀୟ ବଡ଼ ଚିନି ଉତ୍ପାଦନକାରୀ ରାଷ୍ଟ୍ର ହେଉଛି ଭାରତ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored