Crime / ସରପଞ୍ଚ ହେବାକୁ ବାଟ ଓଗାଳୁଥିଲା ୩ ସନ୍ତାନ ନିୟମ; ଝିଅକୁ କେନାଲକୁ ଠେଲିଦେଲା ବାପା
·1 month ago·2 min read

Key Points
ବାପା ବି ନେଇ ଯାଇପାରେ ଝିଅର ଜୀବନ । କେବଳ ସରପଞ୍ଚ ହେବା ପାଇଁ ଜଣେ ବାପା ତାର ଜନ୍ମ କଲା ଝିଅକୁ ମାରି ଦେଇଛି । କେନାଲକୁ ଠେଲି ଝିଅକୁ ହତ୍ୟା କରିଛି ବାପା ।
ମୁମ୍ବାଇ: କ୍ଷମତାର ଲୋଭ ମଣିଷକୁ ଅନ୍ଧ କରିଦିଏ । ବାପା ବି ନେଇ ଯାଇପାରେ ଝିଅର ଜୀବନ । କେବଳ ସରପଞ୍ଚ ହେବା ପାଇଁ ଜଣେ ବାପା ତାର ଜନ୍ମ କଲା ଝିଅକୁ ମାରି ଦେଇଛି । କେନାଲକୁ ଠେଲି ଝିଅକୁ ହତ୍ୟା କରିଛି ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ନିଜାମାବାଦରେ ।
ସରପଞ୍ଚ ହେବା ପାଇଁ ଝିଅକୁ ହତ୍ୟା
ମହାରାଷ୍ଟ୍ରର ନିଜାମାବାଦରେ ସରପଞ୍ଚ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ହେବାକୁ ୩ ଛୁଆର ବାପା ଏଭଳି କାଣ୍ଡ ଘଟାଇଛି । ନିଜ ହାତରେ ୬ ବର୍ଷର ଝିଅକୁ ମାରି ଦେଇଛି । ସୂଚନା ଅନୁସାରେ, କେରୁର ଗାଁର ପାଣ୍ଡୁରଙ୍ଗା କୋଣ୍ଡମାଙ୍ଗଲେ ସରପଞ୍ଚ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ ।
ଏଥିସହ ପଢ଼ନ୍ତୁ: କାର୍ରୁ ନେଇ କପଡ଼ା ପର୍ଯ୍ୟନ୍ତ; ଟାରିଫ୍ରେ ୩୨ ପ୍ରତିଶତ ହ୍ରାସ୍ କଲା ଆମେରିକା
ହେଲେ ନିୟମ ଅନୁସାରେ, ୨ରୁ ଅଧିକ ସନ୍ତାନ ଥିଲେ ସରପଞ୍ଚ ପାଇଁ ଯୋଗ୍ୟ ହେବେ ନାହିଁ । ଯେଉଁଥିପାଇଁ ପାଣ୍ଡୁରଙ୍ଗା ନିଷ୍ଠୁର ହୋଇ ପଡ଼ିଥିଲେ । ଅଯୋଗ୍ୟତାକୁ ଯୋଗ୍ୟତାରେ ପରିଣତ କରିବା ଯାଇ ୬ ବର୍ଷର ଝିଅ ପ୍ରାଚୀକୁ ନିଜାମସାଗର କେନାଲକୁ ଠେଲି ହତ୍ୟା କରିଛନ୍ତି ।
ପୋଲିସ ଅନୁସାରେ, ପାଣ୍ଡୁରଙ୍ଗ ଏଡାପଲ୍ଲୀ ନିକଟରେ ନିଜାମସାଗର କେନାଲକୁ ଝିଅକୁ ଠେଲି ଦେଇଥିଲେ । ଫଳରେ ୬ ବର୍ଷର ଝିଅ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛି । ଘଟଣା ପ୍ରଘଟ ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ବାପାକୁ ଗିରଫ କରିଛି ।
ମାମଲାରେ ସରପଞ୍ଚ ବି ଗିରଫ
ଏହି ମାମଲାରେ ପୋଲିସ ବର୍ତ୍ତମାନର ସରପଞ୍ଚ ଗଣେଶ ସିନ୍ଦେଙ୍କୁ ମଧ୍ୟ ଗିରଫ କରି ନେଇଛି । କାରଣ ପାଣ୍ଡୁରଙ୍ଗ ଝିଅକୁ ମାରିବା ପୂର୍ବରୁ ଏନେଇ ଗଣେଶଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ସରପଞ୍ଚଙ୍କ ସହ ଝିଅର ବାପାକୁ ପୋଲିସ ଗିରଫ କରିଥିବା ନିଜାମାବାଦ ପୋଲିସ କମିଶନର ସାଈ ଚୈତନ୍ୟ ସୂଚନା ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ନୂଆ NAC ଓ ପୌରପାଳିକାରେ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ବୁଲାଇ ନେବାକୁ କହି ମାରିଦେଲା
ପାଣ୍ଡୁରଙ୍ଗ ପ୍ରଥମେ ଝିଅ ପ୍ରାଚୀକୁ ଅନ୍ୟ କାହାରିକୁ ପୋଷ୍ୟ ଭାବେ ଟେକି ଦେବାକୁ ଚାହିଁଥିଲା । ଏଥିସହ ଜନ୍ମ କାଗଜପତ୍ରରେ ପରିବର୍ତ୍ତନ କରିବାକୁ ବି ଚେଷ୍ଟା କରିଥିଲେ । ଏଥିରେ ବିଫଳ ହେବା ପରେ ଝିଅକୁ ନିଖୋଜ ଦର୍ଶାଇବାକୁ ପ୍ରୟାସ କରିଥିଲା ।
ଆଉ ଯୋଜନା ଅନୁସାରେ, ପାଣ୍ଡୁରଙ୍ଗ ପ୍ରାଚୀକୁ ନେଇ ନିଜାମସାଗର କେନାଲକୁ ବୁଲାଇ ନେଇଥିଲେ । ବାଇକ୍ରେ କେନାଲକୁ ନେଇ ଯିବା ସହ ସେଠାରେ ଠେଇ ଦେଇଥିଲେ । ଜାନୁଆରୀ ୨୯ରେ ଏଆରପି କ୍ୟାମ୍ପ ନିକଟରୁ ପୋଲିସ ମୃତଦେହ ଉଦ୍ଧାର କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories