Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Google / ଏକ ପରିତ୍ୟକ୍ତ ଗ୍ୟାରେଜରୁ ଆରମ୍ଭ ହୋଇଥିଲା ଗୁଗୁଲ, ଜାଣନ୍ତୁ ଏହା ପଛର ଅକହା କାହାଣୀ..

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·3 min read
ଏକ ପରିତ୍ୟକ୍ତ ଗ୍ୟାରେଜରୁ ଆରମ୍ଭ ହୋଇଥିଲା ଗୁଗୁଲ, ଜାଣନ୍ତୁ ଏହା ପଛର ଅକହା କାହାଣୀ..

Key Points

ଗୁଲ୍ ଜ୍ଞାନର ସେଇ ଭଣ୍ଡାର ଯାହା ପିଲାମାନଙ୍କ ସ୍କୁଲ ପାଠରୁ ଆରମ୍ଭ କରି ବୃତ୍ତିଗତ ଜୀବନ ଶୈଳି ପର୍ଯ୍ୟନ୍ତ ସବୁ କିଛିର ଜ୍ଞାନ ଦେଇଥାଏ ।

ଗୋଟିଏ ଛୋଟିଆ ଗ୍ୟାରେଜରୁ ଆରମ୍ଭ ଗୁଗୁଲ । ଅଫିସ୍‌ରେ ଥିଲା କେବଳ ଗୋଟିଏ ଗୋଲ ଟେବୁଲ । ଆଉ ପୁରୁଣା କମ୍ପ୍ୟୁଟର । ତଳେ ପଡ଼ିଥିଲା ଚିକ୍‌ମିକ୍‌ କରୁଥିବା ଗୋଟିଏ ସୁନ୍ଦର ନୀଳ ରଙ୍ଗର କାର୍ପେଟ । କିନ୍ତୁ ସେଠି ଭରି ରହିଥିଲା ଉତ୍ସାହ, କିଛି ନୂଆ କରିବାର ଆଗ୍ରହ.. ଆଉ ଲୋକଙ୍କୁ ଭଲ ସୁବିଧା ଓ ସେବା ଯୋଗାଇବା ପାଇଁ ମନରେ ନୂଆ ଅକାଂକ୍ଷା । ଯେଉଁଥିପାଇଁ ଏହି ଗୁଗୁଲ ଅଫିସ୍ ଆଜି ସାରା ବିଶ୍ୱରେ ପରିଚିତ । ଆଉ ଏହାର ଶ୍ରେୟ ଲାରି ପେଜ୍ ଏବଂ ସେର୍ଗେ ବ୍ରିନ୍‌ଙ୍କୁ ହିଁ ଯାଉଛି ।

ସକାଳୁ ଉଠିବା ପରଠୁ ରାତିରେ ଶୋଇବା ଯାଏଁ, ଯେମିତି ନିଶ୍ୱାସ ପ୍ରଶ୍ୱାସ ଆମ ସହ ରହିଛି, ସେମିତି ଗୁଗୁଲ ବି ଯୋଡ଼ି ହୋଇଛି । ସେଇ ଗୋଟିଏ ଗ୍ୟାରେଜ ଘରୁ ଆରମ୍ଭ ହୋଇଥିବା ଏଇ ଗୁଗୁଲ ଅଫିସ ଏବେ ସାରା ବିଶ୍ୱକୁ କଣ୍ଟ୍ରୋଲ କରୁଛି କହିଲେ ଭୁଲ ହେବନି । ବିଶ୍ୱର ଅଧିକାଂଶ ଦେଶରେ ବ୍ୟବହାର କରାଯାଏ ଗୁଗୁଲ । ଆଜିକୁ ଠିକ୍ ୨୭ ବର୍ଷ ତଳେ ଏହାର ଜନ୍ମ ହୋଇଥିଲା ।

ଏହାସହ ପଢ଼ନ୍ତୂ:- ଶ୍ୱଶୁର ଘର ସମ୍ପତ୍ତିରୁ ବୋହୁ ମାଗିପାରିବ କି ହକ୍ ?

ଗୁଗୁଲ୍ ଇଣ୍ଟରନେଟ୍ ଜଗତରେ ଅନେକ ସଫଳତା ହାସଲ କରିଛି । ଏହା କେବଳ ଏକ ସର୍ଚ୍ଚ ଇଞ୍ଜିନ୍ ଭାବରେ ଜଣାଶୁଣା ନୁହେଁ ବରଂ ବିଭିନ୍ନ ପ୍ରକାରର ସେବା ମଧ୍ୟ ପ୍ରଦାନ କରେ। ମନରେ ଯାହା ବି ପ୍ରଶ୍ନ ଆସୁ, ଆମେ ସଙ୍ଗେ ସଙ୍ଗେ ପଚାରି ପାରୁଛନ୍ତି ଗୁଗୁଲକୁ । ଯାହାର ଅତି ସହଜ ଉତ୍ତର ବି ସେଇ ଦେଇଥାଏ । ଗୁଗୁଲ୍ ଆମ ସମସ୍ତଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇସାରିଛି । ଗୁଗୁଲ୍ ଜ୍ଞାନର ସେଇ ଭଣ୍ଡାର ଯାହା ପିଲାମାନଙ୍କ ସ୍କୁଲ ପାଠରୁ ଆରମ୍ଭ କରି ବୃତ୍ତିଗତ ଜୀବନ ଶୈଳି ପର୍ଯ୍ୟନ୍ତ ସବୁ କିଛିର ଜ୍ଞାନ ଦେଇଥାଏ ।

ଗୁଗୁଲ ୨୦୧୫ ମସିହାରେ ପ୍ରତିଷ୍ଠିତ ଏକ ହୋଲ୍ଡିଂ କମ୍ପାନୀ ଆଲଫାବେଟ୍ ଇନକର୍ପୋରେଟେଡ୍‌ର ଏକ ସମ୍ପୂର୍ଣ୍ଣ ମାଲିକାନ ସହାୟକ କମ୍ପାନୀ। ଗୁଗୁଲ୍‌ର ବିସ୍ତାରିତ ପୋର୍ଟଫୋଲିଓକୁ ଭଲ ଭାବରେ ପରିଚାଳନା କରିବା ପାଇଁ ଆଲଫାବେଟ୍ ସୃଷ୍ଟି କରାଯାଇଥିଲା । ଯେଉଁଥିରେ କେବଳ ସର୍ଚ୍ଚ, ଜିମେଲ୍, ମ୍ୟାପ୍ସ ଏବଂ ୟୁଟ୍ୟୁବ୍ ଭଳି ମୁଖ୍ୟ ସେବା ନୁହେଁ ବରଂ ସ୍ୱୟଂଚାଳିତ ଯାନ, ସ୍ୱାସ୍ଥ୍ୟ ବିଜ୍ଞାନ ଭଳି ପରୀକ୍ଷାମୂଳକ ପଦକ୍ଷେପ ମଧ୍ୟ ଅନ୍ତର୍ଭୁକ୍ତ।

Google ଏବଂ ଆଲଫାବେଟ୍ ଉଭୟର ଦୈନନ୍ଦିନ କାର୍ଯ୍ୟ ବର୍ତ୍ତମାନ ସୁନ୍ଦର ପିଚାଇଙ୍କ ଦ୍ୱାରା ତଦାରଖ କରାଯାଉଛି, ଯିଏ ଉଭୟ ସଂସ୍ଥାର ସିଇଓ ଭାବରେ କାର୍ଯ୍ୟ କରୁଛନ୍ତି।

ଏହାସହ ପଢ଼ନ୍ତୂ:- ପୋଲିସର ସାଂଘାତିକ ଅଭିଯୋଗ, ବିଜୟଙ୍କ ପାଇଁ ଏତେ ସବୁ କାଣ୍ଡ ଘଟିଲା !

ଲାରି ପେଜ୍ ଏବଂ ସେର୍ଗେ ବ୍ରିନ୍ ହେଉଛନ୍ତି ଗୁଗୁଲ୍‌ର ପ୍ରେରଣାଦାୟକ ଶକ୍ତି, କିମ୍ବା କହିବାକୁ ଗଲେ ଗୁଗୁଲ୍ ହେଉଛି ଏହି ଦୁଇ ଆମେରିକୀୟ କମ୍ପ୍ୟୁଟର ବୈଜ୍ଞାନିକଙ୍କ ମସ୍ତିଷ୍କରୁ ବାହାରିଥିବା ବିଚାରଧାରା । ଏହି ଦୁଇ କମ୍ପ୍ୟୁଟର ବୈଜ୍ଞାନିକ ୪ ସେପ୍ଟେମ୍ବର ୧୯୯୮ରେ କାଲିଫର୍ନିଆର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ପିଏଚଡି ଅଧ୍ୟୟନ ଏବଂ ଅନୁସନ୍ଧାନ କରୁଥିବା ସମୟରେ ଗୁଗୁଲ୍ ପ୍ରତିଷ୍ଠା କରିଥିଲେ।

୧୯୯୫ରେ ଲାରି ପେଜ୍ ଏବଂ ସେର୍ଗେ ବ୍ରିନ୍‌ଙ୍କ ମଧ୍ୟରେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ପରିଚୟ ହୁଏ । ପ୍ରଥମେ ପ୍ରଥମେ ଉଭୟଙ୍କ ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ମତଭେଦ ହେଉଥିଲା । କିନ୍ତୁ ପରେ ସେମାନଙ୍କ ଚିନ୍ତାଧାରା ମିଶିଲା । ଆଉ ୧୯୯୬ ବେଳକୁ ଉଭୟ ମିଶି ଆରମ୍ଭ କରିଥିଲେ "BackRub" ସର୍ଚ୍ଚ ଇଞ୍ଜିନ୍ । ଯାହା ବିଭିନ୍ନ ଓ୍ୱେବ୍‌ ପେଜ୍‌କୁ ରାଙ୍କିଂ କରୁଥିଲା । ହେଲଷ ୧୯୯୭ରେ ସେମାନେ ଏହାର ନାଁ ବଦଳାଇଦେଲେ । ଆଉ ଏହାର ନାଁ ରଖିଲେ ଗୁଗୁଲ । ସେଇଠୁ ଆରମ୍ଭ ହୋଇଥିଲା ଇଣ୍ଟରନେଟ୍ ଦୁନିଆର ବେତାଜ୍‌ ବାଦଶାହ ଗୁଗୁଲର ଯାତ୍ରା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Related Topics

Explore more stories

Sponsored
Google | Google Turns 27: The Journey From A Garage Startup To A Global Tech Giant | Argus News