Videos
|
Business

GPF Interest Rate / ଚାକିରିଆଙ୍କ ପାଇଁ ବଡ଼ ଖବର! GPF ସୁଧ ହାର ଘୋଷଣା, ଆପଣଙ୍କ ଖାତାରେ କେତେ ବଢ଼ିବ ଟଙ୍କା?

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଚାକିରିଆଙ୍କ ପାଇଁ ବଡ଼ ଖବର! GPF ସୁଧ ହାର ଘୋଷଣା, ଆପଣଙ୍କ ଖାତାରେ କେତେ ବଢ଼ିବ ଟଙ୍କା?
GPF Interest Rate

Key Points

ଅକ୍ଟୋବରରୁ ବଦଳିବ କି ଆପଣଙ୍କ ସଞ୍ଚୟର ହିସାବ ?
GPF ସୁଧ ହାର ଘୋଷଣା କଲେ ସରକାର
ଜାଣନ୍ତୁ କିଏ ହେବେ ଲାଭବାନ
ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଜରୁରୀ ଖବର । ୨୦୨୬ ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ (GPF) ଉପରେ ସୁଧ ହାର ୭.୧ ପ୍ରତିଶତ ରହିବ । ଏହି ତିନି ମାସ ପାଇଁ ସରକାର ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଅର୍ଥାତ୍ ପୂର୍ବ ତ୍ରୈମାସିକ ଭଳି ଏଥର ମଧ୍ୟ କର୍ମଚାରୀଙ୍କୁ ସମାନ ହାରରେ ସୁଧ ମିଳିବ ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଅକ୍ଟୋବର ୧ରୁ ଡିସେମ୍ବର ୩୧, ୨୦୨୬ ପର୍ଯ୍ୟନ୍ତ ସୁଧ ହାର ନିର୍ଦ୍ଧାରଣ କରାଯାଇଛି । ଏଠାରେ କହିରଖୁଛୁ କି, GPF ବା ସାଧାରଣ ଭବିଷ୍ୟ ନିଧି ପାଣ୍ଠି ହେଉଛି ଏକ ସଞ୍ଚୟ ଯୋଜନା ଯେଉଁଥିରେ ଯୋଗ୍ୟ ସରକାରୀ କର୍ମଚାରୀମାନେ ନିଜ ଦରମାରୁ ନିର୍ଦ୍ଧାରିତ ଅଂଶ ଜମା କରନ୍ତି । ଏହି ଜମା ରାଶି ଉପରେ ସରକାର ସୁଧ ପ୍ରଦାନ କରନ୍ତି ।

  • କେଉଁ କର୍ମଚାରୀ ପାଇବେ ଏହି ସୁବିଧା?
ପୁରୁଣା ପେନସନ ଯୋଜନା (OPS) ଅଧୀନରେ ଥିବା ଯୋଗ୍ୟ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀମାନେ ସାଧାରଣତଃ GPF ସୁବିଧା ପାଇଥାନ୍ତି । ଚାକିରି ସମୟରେ ଜମା ହେଉଥିବା ଟଙ୍କା ଉପରେ ସୁଧ ମିଶି ମୋଟ ରାଶି ବଢ଼ିଥାଏ । ଅବସର ସମୟରେ ନିୟମ ଅନୁସାରେ ଜମା ହୋଇଥିବା ରାଶି ଓ ସୁଧ ମିଶି କର୍ମଚାରୀଙ୍କୁ ମିଳିଥାଏ । ତେବେ ନ୍ୟାସନାଲ ପେନସନ ସିଷ୍ଟମ (NPS) ଅଧୀନରେ ଥିବା କର୍ମଚାରୀମାନେ ସାଧାରଣତଃ GPF ସୁବିଧା ପାଆନ୍ତି ନାହିଁ । ତେଣୁ ନିଜ ପେନସନ ଯୋଜନା ଅନୁଯାୟୀ କର୍ମଚାରୀମାନେ ଏହି ସୁଧ ହାରର ଲାଭ ପାଇବେ ।

ପଢନ୍ତୁ ଏହି ଖବର: ଚାଷୀଙ୍କ ପାଇଁ ପେନସନ ଯୋଜନା; ୬୦ବର୍ଷରେ ମିଳିବ ମାସକୁ ୩୦୦୦ ଟଙ୍କା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ଭାରତରେ ସରକାରୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଦୀର୍ଘକାଳୀନ ସଞ୍ଚୟ ଯୋଜନା । ଏଥିରେ ବେସରକାରୀ କର୍ମଚାରୀ ସାମିଲ ହୋଇପାରିବେ ନାହିଁ । ତେବେ ସରକାର ପ୍ରତି ତିନି ମାସରେ ଏହାର ସମୀକ୍ଷା କରନ୍ତି । ଅର୍ଥାତ ବର୍ଷକୁ ୪ ଥର ଏହି ହାର ବଦଳିପାରେ, କିନ୍ତୁ ସରକାର ଚାହିଁଲେ ଏହାକୁ ଅପରିବର୍ତ୍ତିତ (ସମାନ) ମଧ୍ୟ ରଖିପାରନ୍ତି । ବଜାର ସ୍ଥିତି ଅନୁଯାୟୀ ସୁଧ ହାର ବଢ଼ିପାରେ, କମିପାରେ କିମ୍ବା ସ୍ଥିର ରହିପାରେ । ସୁଧହାର ବଢିଲେ ସରକାରୀ କର୍ମଚାରୀଙ୍କ ଜିପିଏଫ୍ ଖାତାରେ ଜମା ଥିବା ଟଙ୍କା ଉପରେ ବାର୍ଷିକ ସୁଧ ମିଳିଥାଏ । ଯାହା ଫଳରେ ସରକାରୀ କର୍ମଚାରୀମାନେ ଅବସର ପରେ ଏକ ମୋଟା ଅଙ୍କର ଜମାରାଶି ପାଇଥାନ୍ତି ।

  • ଅନ୍ୟ ସରକାରୀ ଫଣ୍ଡରେ ମଧ୍ୟ ୭.୧% ସୁଧ
GPF ସହିତ ସରକାରଙ୍କ ଅନ୍ୟ କେତେକ ପ୍ରୋଭିଡେଣ୍ଟ ଫଣ୍ଡ (PF) ଉପରେ ମଧ୍ୟ ୭.୧ ପ୍ରତିଶତ ସୁଧ ହାର ଲାଗୁ ହେବ । ଏଥିରେ ଡିଫେନ୍ସ ସର୍ଭିସେସ୍ ପ୍ରୋଭିଡେଣ୍ଟ ଫଣ୍ଡ, ଅଲ୍ ଇଣ୍ଡିଆ ସର୍ଭିସେସ୍ ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ଷ୍ଟେଟ୍ ରେଲୱେ ପ୍ରୋଭିଡେଣ୍ଟ ଫଣ୍ଡ ଭଳି କେତେକ ଫଣ୍ଡ ସାମିଲ ଅଛି ।

  • PPF ସୁଧ ହାର ମଧ୍ୟ ଅପରିବର୍ତ୍ତିତ
ସେହିପରି, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) ଉପରେ ମଧ୍ୟ ଅକ୍ଟୋବରରୁ ଡିସେମ୍ବର ୨୦୨୬ ତ୍ରୈମାସିକ ପାଇଁ ସୁଧ ହାର ୭.୧ ପ୍ରତିଶତ ରହିଛି । ଅର୍ଥାତ୍ ଏହି ସମୟରେ PPF ଜମାକାରୀଙ୍କୁ ମଧ୍ୟ ପୂର୍ବ ହାରରେ ସୁଧ ମିଳିବ । ତେବେ GPF ହେଉ କି PPF, ନିଜ ଜମା ରାଶି ଉପରେ କେତେ ସୁଧ ମିଳିବ, ତାହା ଜମା ରାଶି ଓ ପ୍ରଯୁଜ୍ୟ ନିୟମ ଉପରେ ନିର୍ଭର କରିବ ।