Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Skills for Jobs / ଦକ୍ଷତା ବିକାଶ ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବାକୁ HURL ପକ୍ଷରୁ 'ସକ୍ଷମ' ଆରମ୍ଭ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଦକ୍ଷତା ବିକାଶ ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବାକୁ HURL ପକ୍ଷରୁ 'ସକ୍ଷମ' ଆରମ୍ଭ
Empowering Youth

Key Points

HURL ପକ୍ଷରୁ ଜାତୀୟ ଦକ୍ଷତା ବିକାଶ ନିଗମ ସହ ସହଭାଗୀତାରେ 'ସକ୍ଷମ' ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହି ପଦକ୍ଷେପରେ ମୋଟ ୨ ହଜାର ୨୬୫ ଜଣ ବଞ୍ଚିତ ଓ ବେରୋଜଗାର ଯୁବକଙ୍କୁ ଶିକ୍ଷା ଦିଆଯିବ ।
ନୂଆଦିଲ୍ଲୀ: ଯୁବପିଢ଼ିଙ୍କ ଦକ୍ଷତା ବିକାଶ କରିବ 'ସକ୍ଷମ' । ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟନ ଲିମିଟେଡ୍ (HURL) ପକ୍ଷରୁ 'ସକ୍ଷମ' ପ୍ରକଳ୍ପ ଆରମ୍ଭ କରାଯାଇଛି । ଗୋରଖପୁରରେ 'ସକ୍ଷମ' ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି HURLର ପରିଚାଳନା ନିର୍ଦ୍ଦେଶକ ଶିବ ପ୍ରସାଦ ମହାନ୍ତି । ଦୀନ ଦୟାଲ ଉପାଧ୍ୟାୟ ବିଶ୍ଵବିଦ୍ୟାଳୟର କୁଳପତିଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି 'ସକ୍ଷମ' ପ୍ରକଳ୍ପ ।

ଏହି କାର୍ଯ୍ୟକ୍ରମରେ HURLର ବରିଷ୍ଠ ନେତୃତ୍ଵ ଯୋଗ ଦେଇଥିଲେ । HURLର ଉପାଧ୍ୟକ୍ଷ (HR & CSR) ଗୋରଖପୁରଙ୍କ ସହ, CSR ଟିମ୍ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (NSDC)ର ଅଧିକାରୀ ଏବଂ ସହଯୋଗୀ ଟ୍ରେନିଂ ପାର୍ଟନର ସାମିଲ୍ ହୋଇଥିଲେ ।

ଏଥିସହ ପଢ଼ନ୍ତୁ: ୫୫ତମ ଜାତୀୟ ସୁରକ୍ଷା ମାସ HURLରେ ପାଳିତ; ସୁରକ୍ଷା, ପ୍ରସ୍ତୁତି ଓ ସାମୂହିକ ଦାୟିତ୍ଵ ଉପରେ ଫୋକସ୍‌

ତୃଣମୂଳ ସ୍ତରରୁ ଦେଶ ନିର୍ମାଣର ବିଶ୍ଵାସ ରଖି HURL ତାର CSR ଏବଂ CER କାର୍ଯ୍ୟକ୍ରମ ଜାରି ରଖିଛି । ଯେଉଁଥିରେ ସମୁଦାୟକୁ ସଶକ୍ତ କରାଯିବା ସହ ସ୍ଥାୟୀ କର୍ମ ସଂସ୍ଥାନ ସୁଯୋଗ ସୃଷ୍ଟି କରାଯାଉଛି ।

ଏବେ HURL ପକ୍ଷରୁ ଜାତୀୟ ଦକ୍ଷତା ବିକାଶ ନିଗମ ସହ ସହଭାଗୀତାରେ 'ସକ୍ଷମ' ପ୍ରକଳ୍ପ ଆରମ୍ଭ କରାଯାଇଛି । ଯାହା ଶିକ୍ଷା ଏବଂ ନିଯୁକ୍ତି ଭିତରେ ଥିବା ବ୍ୟବଧାନର ବ୍ରିଜ୍ ହୋଇ ଯୁବପିଢି଼ଙ୍କ ମଧ୍ୟରେ ଉଦ୍ୟୋଗ ସମ୍ପର୍କିତ ଦକ୍ଷତା ବିକାଶ କରିବ ।

ଏହି ପଦକ୍ଷେପରେ ମୋଟ ୨ ହଜାର ୨୬୫ ଜଣ ବଞ୍ଚିତ ଓ ବେରୋଜଗାର ଯୁବକଙ୍କୁ ଶିକ୍ଷା ଦିଆଯିବ । ଗୋରଖପୁର, ବରଉଣି ଏବଂ ସିନ୍ଦ୍ରିର ଯୁବକ ତାଲିମ୍ ପାଇବେ । ଯେଉଁଥିରେ ଗୋରଖପୁରର ୪୦୦ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏଥିପାଇଁ ୧ କୋଟି ୪୯ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଛି HURL ।

'ସକ୍ଷମ' ପ୍ରକଳ୍ପ HURLର ପ୍ରତିବଦ୍ଧତା ଦର୍ଶାଉଛି । ଯାହା ନିଯୁକ୍ତି ସୁଯୋଗ ସହ ଆତ୍ମନିଯୁକ୍ତି ଲାଗି ରାସ୍ତା ଏବଂ ସ୍ଥାୟୀ ଜୀବନ ଜୀବିକା, ଦକ୍ଷତାକୁ ଆତ୍ମସମ୍ମାନରେ ପରିଣତ କରିବା, ସ୍ଵାଧୀନ ହେବା ଏବଂ ଦୀର୍ଘକାଳୀନ ଅଭିବୃଦ୍ଧିରେ ସହାୟକ ହେବ ।

ଏଥିସହ ପଢ଼ନ୍ତୁ: ସାରର ସନ୍ତୁଳିତ ବ୍ୟବହାର ପାଇଁ ଯୁବବର୍ଗଙ୍କ ପରାମର୍ଶ ଲୋଡ଼ିଲେ ସରକାର

ଏହି ଅବସରରେ HURLର ପରିଚାଳନା ନିର୍ଦ୍ଦେଶକ ଶିବ ପ୍ରସାଦ ମହାନ୍ତି କହିଛନ୍ତି, "ଯୁବବର୍ଗଙ୍କୁ ଆତ୍ମନିର୍ଭର କରିବା ଲାଗି 'ସକ୍ଷମ' ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ । ଯାହା ଦେଶର ବିକାଶ ଲକ୍ଷ୍ୟର ଅନୁରୂପ ଅଟେ । ସମାବେଶୀ ବିକାଶ ପ୍ରତି 'ସକ୍ଷମ' ପ୍ରକଳ୍ପ ହେଉଛି HURLର ଭାବନାର ଏକ ପ୍ରମାଣ । ଏହା କେବଳ ଏକ ପଦକ୍ଷେପ ନୁହେଁ, ଏହା ପ୍ରତିଶ୍ରୁତି । ଯୁବକଙ୍କୁ ସଶକ୍ତ କରିବାର ପ୍ରତିଶ୍ରୁତି, ସମୁଦାୟକୁ ସୁଦୃଢ଼ କରିବାର ପ୍ରତିଶ୍ରୁତି, ଭାରତକୁ ଆହୁରି ଆତ୍ମନିର୍ଭର କରିବାର ପ୍ରତିଶ୍ରୁତି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
HURL Launches ‘Saksham’ to Empower Youth Through Skill Development | Argus News | Argus News