Industry Update / ୫୫ତମ ଜାତୀୟ ସୁରକ୍ଷା ମାସ HURLରେ ପାଳିତ; ସୁରକ୍ଷା, ପ୍ରସ୍ତୁତି ଓ ସାମୂହିକ ଦାୟିତ୍ଵ ଉପରେ ଫୋକସ୍
·1 month ago·2 min read

Key Points
HURLର ସମସ୍ତ କର୍ମଚାରୀ ଏକାଠି ହୋଇ ସୁରକ୍ଷା ଦିଗରେ ସଚେତନତା କରିଛନ୍ତି । ସମସ୍ତଙ୍କ ସହଭାଗୀତା ସହ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଜରୁରୀ ସ୍ଥିତିରେ କିଭଳି ସୁରକ୍ଷା ମାନଦଣ୍ଡ ଆପଣାଯିବ ସେନେଇ ଡେମୋ ଦିଆଯାଇଛି ।
ନୂଆଦିଲ୍ଲୀ: ହିନ୍ଦୁସ୍ତାନ ଉର୍ବରକ ଓ ରୟାସନ ଲିମିଟେଡ୍ (HURL) ପକ୍ଷରୁ ୫୫ତମ ଜାତୀୟ ସୁରକ୍ଷା ମାସ ପାଳିତ ହେଉଛି । ନୂଆଦିଲ୍ଲୀ ମୁଖ୍ୟାଳୟ ସହ ଗୋରଖପୁର, ବାରାଉଣନି ଏବଂ ସିନ୍ଦ୍ରି ୟୁନିଟରରେ ସୁରକ୍ଷାକୁ ଗୁରୁତ୍ଵ ଦେଇ ପାଳିତ ହେଉଛି ଜାତୀୟ ସୁରକ୍ଷା ମାସ । ଯାହାର ନେତୃତ୍ଵ ନେଉଛନ୍ତି ପରିଚାଳନା ନିର୍ଦ୍ଦେଶକ ଡ. ଏସ୍.ପି ମହାନ୍ତି । କାର୍ଯ୍ୟକ୍ଷେତ୍ରରେ ଏକ ସୁରକ୍ଷିତ, ଦାୟିତ୍ଵପୂର୍ଣ୍ଣ ସ୍ଥିର କର୍ମକ୍ଷେତ୍ର ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି ।HURL
HURLର ସମସ୍ତ କର୍ମଚାରୀ ଏକାଠି ହୋଇ ସୁରକ୍ଷା ଦିଗରେ ସଚେତନତା କରିଛନ୍ତି । ସମସ୍ତଙ୍କ ସହଭାଗୀତା ସହ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଜରୁରୀ ସ୍ଥିତିରେ କିଭଳି ସୁରକ୍ଷା ମାନଦଣ୍ଡ ଆପଣାଯିବ ସେନେଇ ଡେମୋ ଦିଆଯାଇଛି । ସୁରକ୍ଷା କେବଳ ପ୍ରାଥମିକତା ନୁହେଁ ବରଂ ସାମୂହିକ ଦାୟିତ୍ଵ ବୋଲି ବାର୍ତ୍ତା ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ମାଗଣାରେ ଟ୍ରେନିଂ ନେଇ ଏକାଥରେ ପାଇଲେ ୧୦୭ ଜଣ ଚାକିରି
ଏହି ଅବସରରେ SCBA ଏବଂ CPR ପ୍ରଗିଯୋଗିତା ଆୟୋଜନ ହୋଇଛି । ଯେଉଁଥିରେ ଅଂଶଗ୍ରହଣକାରୀ ଜୀବନ ରକ୍ଷାକାରୀ କୌଶଳ ଏବଂ ଦ୍ରୁତ ଓ ତ୍ଵରିତ ଗତିରେ ଅଘଟଣର କିଭଳି ମୁକାବିଲା କରାଯାଇ ଦର୍ଶାଇଛନ୍ତି । ଏଥିସହ SCBA ଦ୍ଵାରା ଜରୁରୀକାଳୀନ ସ୍ଥିତିର କିଭଳି ମୁକାବିଲା କରାଯିବ ତାର ପ୍ରସ୍ତୁତ ହୋଇଛି । ଏହି ଅବସରରେ ସୁରକ୍ଷା ମାନଦଣ୍ଡକୁ ଆପଣାଇ ହୋଇଛି ମକ୍ଡ୍ରିଲ୍ ।
ସୁରକ୍ଷା କୌଶଳ ପ୍ରଦର୍ଶନ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି । କ୍ଵିଜ୍ ସହ ଡ୍ରଇଁ ପ୍ରତିଯୋଗିତା ଆୟୋଜନ ହୋଇଛି । ଯାହା ଯୁବବର୍ଗ ସହ କର୍ମଚାରୀଙ୍କ ମନରେ ସୁରକ୍ଷା ସଚେତନତା ଉଦ୍ରେକ କରିଛି । ଯେଉଁଥିରେ ଶିଳ୍ପ ସୁରକ୍ଷା, ସଡ଼କ ସୁରକ୍ଷା ଏବଂ ପିପିଇ (PPE)ର ବ୍ୟବହାରକୁ ସ୍ଥାନିତ କରାଯାଇଛି ।
ସୁରକ୍ଷା ମାସରେ ନେତୃତ୍ଵ ଭାଗିଦାରୀକୁ ଗୁରୁତ୍ଵ ଦିଆଯାଇଛି । ସୁରକ୍ଷା କମିଟି ଗ୍ରାଉଣ୍ଡକୁ ଯାଇ ଆଲୋଚନା, ପର୍ଯ୍ୟାଳୋଚନା କରିଛି । ସୁରକ୍ଷା ପରିଚାଳନା, ନେତୃତ୍ଵ ଦାୟିତ୍ଵ ଏବଂ ନିରନ୍ତର ଉନ୍ନତି ଲାଗି ଉତ୍ସର୍ଗୀକୃତ ନେତୃତ୍ଵ ଏବଂ ସୁରକ୍ଷା ଉତ୍କର୍ଷତା ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଓଡ଼ିଶା ଶିକ୍ଷା କ୍ଷେତ୍ରରେ ବଢୁଛି ପ୍ରଯୁକ୍ତିବିଦ୍ୟାର ଲୋକପ୍ରିୟତା
କାର୍ଯ୍ୟକ୍ଷେତ୍ର ବାହାରେ ସୁରକ୍ଷା, ପରିବାରର ଭାଗିଦାରୀତାକୁ ଗୁରୁତ୍ଵ ଦିଆଯାଇଛି । କର୍ମକ୍ଷେତ୍ରରେ ଏବଂ ଘରେ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି । ଏହି ଅବସରରେ ପକେଟ୍ ସେଫ୍ଟି ମାନୁଆଲ୍ ପ୍ରକାଶିତ ହୋଇଛି । ଯାହା କର୍ମଚାରୀଙ୍କୁ ଜରୁରୀ ସୁରକ୍ଷା ସୂଚନା ସହଜରେ ଦେଇପାରିବ ।
HURL ପକ୍ଷରୁ ସଚେତନତା, ପ୍ରସ୍ତୁତି ସହ ଚିରନ୍ତନ ଉନ୍ନତିର ସଂସ୍କୃତି ପାଇଁ ଏସବୁ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହାକି ସଂସ୍ଥାରେ ଗଭୀର ସୁରକ୍ଷା ସୁନିଶ୍ଚିତ କରିବ । HURLର ବିଶ୍ଵାସ ହେଉଛି, "ସୁରକ୍ଷା କେବଳ ପ୍ରାଥମିକତା ନୁହେଁ, ଏହା ଜୀବନର ଗୋଟିଏ ଅଂଶ ଅଟେ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories