IDBI Bank / ସରକାର ଓ LIC ବିକ୍ରି କରିବେ ୬୦.୭୨% ଅଂଶଧନ; କୌଣସି ମୁହୂର୍ତ୍ତରେ ଆସିପାରେ ବଡ଼ ଖବର
·57 mins ago·2 min read

Key Points
କେନ୍ଦ୍ର ସରକାର ଓ ଭାରତୀୟ ଜୀବନ ବୀମା ନିଗମ (LIC) ମିଳିତ ଭାବେ ବ୍ୟାଙ୍କରୁ ସେମାନଙ୍କର ୬୦.୭୨ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ପ୍ରସ୍ତୁତ ହେଉଛନ୍ତି । IDBIକୁ କିଣିବା ରେସ୍ରେ କାନାଡ଼ାର କମ୍ପାନ ଫେୟାରଫାକ୍ସ (Fairfax) ଫାଇନାନ୍ସିଆଲ୍ ହୋଲ୍ଡିଂସ୍ ଆଗୁଆ ରହିଛି ।
ନୂଆଦିଲ୍ଲୀ: ପ୍ରାୟ ୫ ବର୍ଷ ହେଲା ସରକାରୀ ବ୍ୟାଙ୍କକୁ ଘରୋଇ ହାତକୁ ଟେକି ଦେବାକୁ ପ୍ରୟାସ ଚାଲିଛି । କିନ୍ତୁ ପ୍ରତିଥର ଡିଲ୍ ଅଟକି ଯାଉଥିଲା । ଏବେ ଆସୁଥିବା ଖବର ଅନୁସାରେ, ଆଇଡିବିଆଇ (IDBI) ବ୍ୟାଙ୍କର ଘରୋଇକରଣ ଓ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ଓ ଭାରତୀୟ ଜୀବନ ବୀମା ନିଗମ (LIC) ମିଳିତ ଭାବେ ବ୍ୟାଙ୍କରୁ ସେମାନଙ୍କର ୬୦.୭୨ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ପ୍ରସ୍ତୁତ ହେଉଛନ୍ତି । IDBIକୁ କିଣିବା ରେସ୍ରେ କାନାଡ଼ାର କମ୍ପାନ ଫେୟାରଫାକ୍ସ (Fairfax) ଫାଇନାନ୍ସିଆଲ୍ ହୋଲ୍ଡିଂସ୍ ଆଗୁଆ ରହିଛି । ପ୍ରାୟ ୫୩ ହଜାର କୋଟି ଟଙ୍କା ମୂଲ୍ୟର ସଂଶୋଧିତ ପ୍ରସ୍ତାବ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ଓଡ଼ିଶା ସମେତ ୫ ରାଜ୍ୟକୁ ରେଲୱେର ବଡ଼ ଭେଟି; ଉପକୃତ ହେବେ ୫୬ ଲକ୍ଷ ଲୋକ
୨୦୨୧ରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ବିଭିନ୍ନ କାରଣରୁ ଝୁଲି ରହିଥିଲା । ଏବେ ସରକାର ସଠିକ୍ ସମୟ ଦେଖି ଡିଲ୍ ନେଇ ବିଧିବଦ୍ଧ ଘୋଷଣା କରିବାକୁ ଚିନ୍ତା କରୁଛନ୍ତି । IDBI ବ୍ୟାଙ୍କରେ କେନ୍ଦ୍ର ସରକାର ଓ ଭାରତୀୟ ଜୀବନ ବୀମା ନଗମ (LIC)ର ୬୦.୭୨ ପ୍ରତିଶତ ରଣନୈତିକ ଅଂଶଦନ ବିକ୍ରି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂତ୍ର ଅନୁସାରେ, ସରକାର ଏବେ ଏହି ଚୁକ୍ତି ନେଇ ଔପଚାରିକ ଘୋଷଣା ପାଇଁ ସଠିକ୍ ସମୟ ଉପରେ ବିଚାର କରୁଛନ୍ତି । IDBIକୁ କିଣିବା ରେସ୍ରେ କାନାଡ଼ାରେ ପ୍ରମ ବାତ୍ସାଙ୍କ କମ୍ପାନୀ ଫେୟାରଫାକ୍ସ ଫାଇନାନ୍ସିଆଲ୍ ହୋଲ୍ଡିଂସ୍ ସବୁଠୁ ଆଗରେ ରହିଛି ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଡିଲ୍କୁ ନେଇ ସମସ୍ୟା ଆସିଥିଲା । ଘରୋଇ କମ୍ପାନୀ ସରକାରଙ୍କ ରିଜର୍ଭ ପ୍ରାଇସ୍ ଠାରୁ କମ୍ ବିଡ୍ କରିଥିଲେ । ଯାହାପରେ ସରକାର ବିଡ୍ରେ ସଂଶୋଧନ ସୁଯୋଗ ଦେଇଥିଲେ । ଏବେ ଫେୟାରଫାକ୍ସ ପ୍ରସ୍ତାବରେ ସଂଶୋଧନ କରି ପ୍ରତି ସେୟାର୍ ୮୧ ଟଙ୍କା ପାଖାପାଧି ଦେବ ବୋଲି ଚର୍ଚ୍ଚା ହେଉଛି । ଏହି ଦରରେ ସରକାରଙ୍କ ୬୦.୭୨ ପ୍ରତିଶତ ଅଂଶଧନର ମୂଲ୍ୟ ପ୍ରାୟ ୫୩ ହଜାର କୋଟି ଟଙ୍କା ହେବ ।
IDBIରେ କାହାର କେତେ ଅଂଶଧନ ?
ଏହି ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାରେ ସରକାର ୩୦.୪୮ ପ୍ରତିଶତ ଅଂଶଧନ ବିକ୍ରି କରିବେ । ସେହିଭଳି LIC ତାର ୩୦.୨୪ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଯାଉଛି । ସୂଚନାଯୋଗ୍ୟ, IDBI ବ୍ୟାଙ୍କର ଘରୋଇକରଣ ପାଇଁ ପ୍ରକ୍ରିୟା ୨୦୨୧ରୁ ଆରମ୍ଭ ହୋଇଥିଲା । ନିୟାମକ ଅନୁମୋଦନ ପରେ ପ୍ରକ୍ରିୟାରେ ଅନେକଥର ବିଳମ୍ବ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର; ୧୨,୦୦୦ ପଦବୀ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି
ତେବେ ଫେୟାରଫାକ୍ସ ଏଥିରେ ରୁଚି ଦେଖାଇବା ପ୍ରକ୍ରିୟା ଆଗକୁ ବଢ଼ୁଥିବା ଦର୍ଶାଉଛି । ତେବେ ଏବେ ସରକାର ମୂଲ୍ଯାଙ୍କନ କରୁଛନ୍ତି ଫେୟାରଫାକ୍ସର ନୂଆ ସଂଶୋଧିତ ପ୍ରସ୍ତାବ ବ୍ୟାଙ୍କର ସଠିକ୍ ମୂଲ୍ୟାୟନର ଅନୁକୂଳ କି ନୁହେଁ । ସମସ୍ତ ଦିଗର ଯାଞ୍ଚ ପରେ ସରକାର ବିଧିବଦ୍ଧ ତାରିଖ ଘୋଷଣା କରିବେ । ଏହି ଖବର ପରେ IDBI ବ୍ୟାଙ୍କର ସେୟାର ହ୍ରାସ୍ ପାଇଛି । ଆଜି କାରବାର ୮୧ ଟଙ୍କାରେ ବନ୍ଦ ହୋଇଛି ।

Related Topics
Explore more stories